Dhokebaj Posture / ବିଜେପିର ଜୋର୍ଦାର ପ୍ରତିବାଦ,ରାହୁଲଙ୍କ ବିରୋଧରେ ‘ଧୋକେବାଜ୍’ ପୋଷ୍ଟର
·4 months ago·2 min read

Key Points
ରାହୁଲଙ୍କ ବିରୋଧରେ ‘ଧୋକେବାଜ୍’ ପୋଷ୍ଟର
ପୋଷ୍ଟର ଲଗାଇଲା ବିଜେପି ମହିଳା ମୋର୍ଚ୍ଚା
ରାହୁଲ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ
୧୩୧ତମ ସଂଶୋଧନ ବିଲ୍ ପାରିତ କରାଇ ନହେବା ପ୍ରତିବାଦ

ନୂଆଦିଲ୍ଲୀ, ୧୯/୪: ରାହୁଲଙ୍କ ବିରୋଧରେ ‘ଧୋକେବାଜ୍’ ପୋଷ୍ଟର। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଲାଗିଲା ଧୋକେବାଜ୍ ପୋଷ୍ଟର। ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍-୨୦୨୬ ଲୋକସଭାରେ ପାରିତ ନହେବା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ବିଜେପିର ବରିଷ୍ଠ ନେତା ଏବଂ ଶତାଧିକ କର୍ମକର୍ତ୍ତା ଜୋର୍ଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ଏନ୍ଡିଏ ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ଐତିହାସିକ ବିଲ୍, ଯେଉଁଥିରେ ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଏବଂ ଲୋକସଭା ଆସନ ସଂଖ୍ୟା ବୃଦ୍ଧି କରିବାର ପ୍ରସ୍ତାବ ଥିଲା, ତାହା ବିରୋଧୀଙ୍କ କାରଣରୁ ବିଫଳ ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଏହି ପ୍ରତିବାଦ କରାଯାଇଥିଲା।
ଏହି ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା,ସାଂସଦ ହେମା ମାଳିନୀ, ବାଂଶୁରୀ ସ୍ବରାଜ । ବିରୋଧ ପ୍ରଦର୍ଶନକାରୀମାନେ କଳା ପତାକା ଧରିବା ସହ କଳା ବ୍ୟାଣ୍ଡ ପିନ୍ଧି ‘ନାରୀ ଶକ୍ତିର ଅପମାନ ସହିବ ନାହିଁ ହିନ୍ଦୁସ୍ତାନ’ ଭଳି ସ୍ଲୋଗାନ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ବାସଭବନ ନିକଟରେ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ଏବଂ ସାଂସଦ ବାଂଶୁରୀ ସ୍ବରାଜଙ୍କୁ କିଛି ସମୟ ପାଇଁ ଅଟକ ରଖାଯାଇଥିଲା।
ପଢନ୍ତୁ ଏହି ଖବର: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ନାରୀ ସବୁ ଭୁଲି ପାରିବେ...ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ
ବିଜେପିର ଦିଲ୍ଲୀ ୟୁନିଟ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟର ଜାରି କରାଯାଇ ରାହୁଲ ଗାନ୍ଧୀଙ୍କୁ ‘ଧୋକେବାଜ୍’ ବା ବିଶ୍ବାସଘାତକ ବୋଲି ଆଖ୍ୟା ଦିଆଯାଇଛି। ବିଜେପି ଅଭିଯୋଗ କରିଛି ଯେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ଦଳଗୁଡ଼ିକ ମହିଳା ସଂରକ୍ଷଣରେ ବାଧା ସୃଷ୍ଟି କରି ଦେଶର ମହିଳାମାନଙ୍କ ସହ ବିଶ୍ବାସଘାତକତା କରିଛନ୍ତି। ସମ୍ବିଧାନ ସଂଶୋଧନ ପାଇଁ ଆବଶ୍ୟକ ହେଉଥିବା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଏହି ବିଲ୍ ଗତକାଲି ଲୋକସଭାରେ ଖାରଜ ହୋଇଯାଇଥିଲା। ବିଲ୍ ସପକ୍ଷରେ ୨୯୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୩୦ଟି ଭୋଟ୍ ପଡ଼ିଥିଲା। ବିରୋଧୀ ଦଳଗୁଡ଼ିକ ମହିଳା ସଂରକ୍ଷଣକୁ ସମର୍ଥନ କରୁଥିବା କହିଥିଲେ ମଧ୍ୟ, ଆସନ ପୁନଃନିର୍ଦ୍ଧାରଣ ବା ‘ଡିଲିମିଟେସନ୍’ ପ୍ରକ୍ରିୟା ମାଧ୍ୟମରେ ଲୋକସଭା ଆସନକୁ ୮୫୦କୁ ବୃଦ୍ଧି କରିବା ପ୍ରସ୍ତାବକୁ ବିରୋଧ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ଓ ଡିଏମ୍କେ ଦଳକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସେମାନଙ୍କ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଯୋଗୁଁ ତାମିଲନାଡୁ ଭଳି ରାଜ୍ୟର ମହିଳାମାନେ ଉପଯୁକ୍ତ ପ୍ରତିନିଧିତ୍ବ ପାଇବାରୁ ବଞ୍ଚିତ ହେଲେ । ସେହିପରି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ବିରୋଧୀଙ୍କ ମୁଖା ଖୋଲିଯାଇଛି ଏବଂ ସେମାନେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯୋଜନାବଦ୍ଧ ଭାବେ ବାଧା ସୃଷ୍ଟି କରୁଛନ୍ତି।
Related Topics
Explore more stories