Videos
|
National

Sonia Faces Trouble / ସୋନିଆଙ୍କ ପାଇଁ ବଢ଼ିଲା ଅଡୁଆ! ନାଗରିକତା ପୂର୍ବରୁ ଭୋଟର ତାଲିକାରେ ନାଁ, ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ କୋର୍ଟ

Bikash Mohanty
Browse all articles by Bikash Mohanty
·16 mins ago·1 min read
ସୋନିଆଙ୍କ ପାଇଁ ବଢ଼ିଲା ଅଡୁଆ! ନାଗରିକତା ପୂର୍ବରୁ ଭୋଟର ତାଲିକାରେ ନାଁ, ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ କୋର୍ଟ
Sonia Gandhi

Key Points

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପାଇଁ ବଢ଼ିଲା ଅଡୁଆ!
ନାଗରିକତା ପୂର୍ବରୁ ଭୋଟର ତାଲିକାରେ ନାଁ ଅଭିଯୋଗ 
ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ  ମାଗିଲେ ଆକ୍ସନ ଟେକେନ୍ ରିପୋର୍ଟ
ନୂଆଦିଲ୍ଲୀ:  ବରିଷ୍ଠ କଂଗ୍ରେସ  ନେତ୍ରୀ ସୋନିଆ ଗାନ୍ଧୀଙ୍କ ପାଇଁ ବଢ଼ିଲା ଅଡୁଆ। ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ତାଙ୍କ ନାଁ ସାମିଲ ହୋଇଥିବା ଅଭିଯୋଗକୁ ନେଇ ଏବେ ଆଗକୁ ବଢ଼ିଛି ଆଇନଗତ ପ୍ରକ୍ରିୟା। ଏହି ମାମଲାରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନ ଉପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀ ପୋଲିସଠାରୁ ଆକ୍ସନ ଟେକେନ୍ ରିପୋର୍ଟ (ATR) ତଲବ କରିଛନ୍ତି। ବୁଧବାର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ବିନୋଦ ଜୋଶୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଆଇପି ଇଷ୍ଟେଟ୍ ଥାନାର ଏସଏଚଓଙ୍କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଆସନ୍ତା ନଭେମ୍ବର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କ'ଣ ରହିଛି ପୂରା ଅଭିଯୋଗ?

ଆବେଦନକାରୀ ଓକିଲ ବିକାଶ ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ, ୧୯୮୦ ମସିହାରେ ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାଁ ସାମିଲ ହୋଇଥିଲା। କିନ୍ତୁ ସେ ୧୯୮୩ ମସିହା ଏପ୍ରିଲ ୩୦ ତାରିଖରେ ଭାରତୀୟ ନାଗରିକତା ହାସଲ କରିଥିଲେ ବୋଲି ଆବେଦନରେ ଦାବି କରାଯାଇଛି। ଏପରି ସ୍ଥିତିରେ ନାଗରିକତା ମିଳିବା ପୂର୍ବରୁ କେଉଁ ଆଧାରରେ ତାଙ୍କ ନାଁ ଭୋଟର ତାଲିକାରେ ସାମିଲ ହେଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ। ଏଥିପାଇଁ ଜାଲ୍ କାଗଜପତ୍ର ବ୍ୟବହାର ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ପଢନ୍ତୁ ଏହି ଖବର: 'ଭାରତ ସମ୍ମିଳନୀ' ନାଁରେ ରାହୁଲ ଗାନ୍ଧୀଙ୍କ ଦେଶ ବିରୋଧୀ ଷଡ଼ଯନ୍ତ୍ର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆବେଦନ ଅନୁସାରେ, ୧୯୮୨ରେ ଭୋଟର ତାଲିକାରୁ ତାଙ୍କ ନାଁ ବାଦ୍ ପଡ଼ିଥିଲା ଏବଂ ୧୯୮୩ରେ ପୁଣି ଥରେ ସାମିଲ ହୋଇଥିଲା। ଏହି ଘଟଣାକୁ ନେଇ ସୋନିଆ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି ହୋଇଛି।