Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାହୁଲ ଗାନ୍ଧୀ କେଶ କାଟିବା ଦାଢ଼ି ଟ୍ରିମ୍ କରିବା ଭିଡ଼ିଓ ଭାଇରାଲ

National

ରାହୁଲ ଗାନ୍ଧୀ କେଶ କାଟିବା ଦାଢ଼ି ଟ୍ରିମ୍ କରିବା ଭିଡ଼ିଓ ଭାଇରାଲ

Jitendra Dash
Browse all articles by Jitendra Dash
·2 years ago·2 min read
ରାହୁଲ ଗାନ୍ଧୀ କେଶ କାଟିବା ଦାଢ଼ି ଟ୍ରିମ୍ କରିବା ଭିଡ଼ିଓ ଭାଇରାଲ

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହୋଉଛନ୍ତି ରାହୁଲ ଗାନ୍ଧୀ । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀ ଦାଢ଼ି କାଟୁଥିବାର । ଏହି ଫଟୋଗୁଡ଼ିକ ଲାଲଗଞ୍ଜର ବ୍ରଜେନ୍ଦ୍ର ନଗରରେ ଅବସ୍ଥିତ ନୂଆ ମୁମ୍ବା ଦେବୀ ହେୟାର କଟିଙ୍ଗ ସେଲୁନର ବୋଲି କୁହାଯାଉଛି । ରାହୁଲ ଗାନ୍ଧୀ ଲାଲଗଞ୍ଜରେ ବୈଠକ ଶେଷ କରିବା ପରେ ବିଦାୟ ନେଉଥିଲେ । ତେବେ ସେ ବ୍ରଜେନ୍ଦ୍ର ନଗରର ନୂଆ ମୁମ୍ବା ଦେବୀ ହେୟାର କଟିଙ୍ଗ ସେଲୁନଠାରେ ଅଟକି ଯାଇଥିଲେ । କୁହାଯାଉଛି ଯେ ରାହୁଲ ଦାଢ଼ି ସେଟ୍ କରି ବାହାରକୁ ଆସିବା ପରେ କିଛି ଯୁବକ ବାହାରେ ତାଙ୍କୁ ଅପେକ୍ଷା କରିଥିଲେ । 

ରାହୁଲ ଗାନ୍ଧୀଙ୍କ ଦାଢ଼ି ଟ୍ରିମ୍ କରିଥିବା ମିଥୁନ କହିଛନ୍ତି ଯେ ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ ଛୋଟ ଦୋକାନରେ ପହଞ୍ଚିଲେ ସେତେବେଳେ ସେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ସେ କହିଛନ୍ତି ଯେତେବେଳେ ରାହୁଲ ଗାନ୍ଧୀ ମତେ ପଚାରିଲେ କେଉଁ ପ୍ରକାର ଦାଢ଼ି ମୋ ମୁହଁ ଉପରେ ଭଲ ଦେଖାଯିବ, ମୁଁ କହିଲି, ଆପଣଙ୍କର ଦାଢ଼ି ନମ୍ବର ୫ ରୁ ୬ ଅଛି । ଯଦି ଆପଣ ଚାହିଁବେ, ମୁଁ ଏହାକୁ ଏକ ନମ୍ବର କରିଦେବି। ଦାଢ଼ି ଟ୍ରିମ୍ କରିବା ସମୟରେ ମୁଁ ବହୁତ ନର୍ଭସ ଥିଲି । ‘ଗତକାଲି ରାହୁଲ ଗାନ୍ଧୀ ହଠାତ୍ ଦୋକାନକୁ ଆସିଥିଲେ। ଏତେ ବଡ ନେତାଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ମୋ ନାମ ନେଇ କହିଥିଲେ ଦାଢ଼ି ଟ୍ରିମ୍ ଓ କେଶ କାଟିବାକୁ ଚାହୁଁଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା କହି ସେ ଚେୟାରରେ ବସିଥିଲେ। ଏହି ସମୟରେ ଲାଇଟ୍ ବନ୍ଦ ହୋଇ ଯାଇଥିଲା । ସେ ମୋତେ ପଚାରିଥିଲେ ଦାଢ଼ି କେତେ ରଖିଲେ ମତେ ଭଲ ଦେଖାଯିବ। ମୁଁ ତାଙ୍କୁ ଏକ ନମ୍ବର ରଖିବାକୁ କହିଲି। ସେ ଏଠାରେ ପ୍ରାୟ ଅଧ ଘଣ୍ଟା ରହିଲେ। ସେ ମୋର ରୋଜଗାର ବିଷୟରେ ମଧ୍ୟ ପଚାରିଥିଲେ । ଯେହେତୁ ଲୋକମାନେ ଜାଣିବାକୁ ପାଇଲେ ଯେ ରାହୁଲ ଗାନ୍ଧୀ ମୋ ସେଲୁନ୍‌କୁ ଆସିଛନ୍ତି, ମୋ ଦୋକାନରେ ଭିଡ଼ ବଢ଼ିବାରେ ଲାଗିଛି। ଦାଢ଼ି ଟ୍ରିମ୍ କରୁଥିବା ସମୟରେ ମୋ ଦେଡରୁ ଝାଳ ବାହାରି ଯାଇଥିଲା। ମୁଁ ବହୁତ ଡରି ଯାଇଥିଲି। ଭୟ ଅନୁଭବ କରୁଥିଲି କାଳେ କିଛି ଭୁଲ ହୋଇଯିବ। ତେବେ ସବୁକିଛି ଠିକ୍ ହୋଇଥିଲା।

Painting
Sponsored
Rahul Gandhi Hair Cutting Video viral | Argus News