Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Rahul Gandhi Election Defeats / ଆଉ ଏକ ନିର୍ବାଚନ, ଆଉ ଏକ ପରାଜୟ ! ୨୦ ବର୍ଷରେ ୯୫ ନିର୍ବାଚନ ହାରିଲେଣି ରାହୁଲ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
ଆଉ ଏକ ନିର୍ବାଚନ, ଆଉ ଏକ ପରାଜୟ ! ୨୦ ବର୍ଷରେ ୯୫ ନିର୍ବାଚନ ହାରିଲେଣି ରାହୁଲ

Key Points

ଆଉ ଏକ ନିର୍ବାଚନ, ଆଉ ଏକ ପରାଜୟ ! ବିହାରରେ NDAର ବିଜୟ ପରେ ରାହୁଲଙ୍କୁ ଟାର୍ଗେଟ କଲା ବିଜେପି । କହିଲା, ୨୦ ବର୍ଷରେ ରାହୁଲ ଗାନ୍ଧୀଙ୍କ ୯୫ତମ ପରାଜୟ ।
ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ଆସିସାରିଛି । ବର୍ତ୍ତମାନର ଟ୍ରେଣ୍ଡ ଯଦି ଦେଖିବା ତାହାଲେ ବିହାରରେ NDAକୁ ପ୍ରଚଣ୍ଡ ବହୁମତ ମିଳୁଛି । ଏପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁସାରେ NDA ୨୦୭ ଆସନରେ ଆଗୁଆ ରହିଛି । ସେହିପରି ମହାଗଠବନ୍ଧନ ମାତ୍ର ୩୧ ଆସନରେ ଆଗୁଆ ରହିଛି ।

ତେବେ ଏହି ଟ୍ରେଣ୍ଡ ହିଁ ଦର୍ଶାଉଛି ବିହାରରେ ଏନ୍‌ଡିଏର ବଡ଼ ବିଜୟ ହେବ । ଏହା ବିଜେପି ଏକାକୀ ବୃହତ୍ତମ ଦଳ ଭାବେ ଉଭା ହୋଇଛି । ଚଳିତ ନିର୍ବାଚନରେ ବିଜେପି ୧୦୧ ଆସନରେ ଲଢ଼ିଥିଲା । ଆଉ ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ବିଜେପି ଏକାକୀ ୯୬ ଆସନରେ ଆଗୁଆ ରହିଛି । ତେବେ ଏହି ଟ୍ରେଣ୍ଡକୁ ଦେଖି ବିଜେପି ନେତା ବିଜୟ ଉତ୍ସବ ମଧ୍ୟ ଆରମ୍ଭ କରିସାରିଲେଣି ।

ଏହାସହ ବିହାରରେ ଏନ୍‌ଡିଏର ବୃହତ ବିଜୟ ଓ ମହାଗଠବନ୍ଧନର ଶୋଚନୀୟ ପରାଜୟ ପରେ କଂଗ୍ରେସ ଓ ଆରଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ନେତା । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ସିଧା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ୨୦ ବର୍ଷ ମଧ୍ୟରେ ଏହା ରାହୁଲ ଗାନ୍ଧୀଙ୍କ ୯୫ ତମ ନିର୍ବାଚନ ପରାଜୟ ବୋଲି ତଥ୍ୟ ସହ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅମିତ ମାଲବ୍ୟ ।

ରାହୁଲ ଗାନ୍ଧୀ ବା କଂଗ୍ରେସ କେଉଁ ସବୁ ରାଜ୍ୟରେ କେବେ ହାରିଛି, ତା’ର ମଧ୍ୟ ତାଲିକା ଦେଇଛନ୍ତି ବିଜେପି ଆଇଟି ସେଲ୍‌ ମୁଖ୍ୟ । ଏହି ଡାଟା ଦେବା ସହ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ରାହୁଲ ଗାନ୍ଧୀ ! ଆଉ ଏକ ନିର୍ବାଚନ, ଆଉ ଏକ ପରାଜୟ । ଯଦି ନିର୍ବାଚନରେ ସ୍ଥିରତା ପ୍ରଦର୍ଶନ ପାଇଁ କୌଣସି ପୁରସ୍କାର ରହିବ, ତା’ହେଲେ ରାହୁଲ ଗାନ୍ଧୀ ସବୁ ପୁରସ୍କାର ପୋଛି ନେବେ । ଏହି ହାରକୁ ଦେଖିଲେ, ଅସଫଳତା ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଥିବ ।'
ଏହା ସହ ସେ ଆହୁରି କହିଛନ୍ତି, ଅସଫଳତାକୁ କେମିତି ଜଣେ ଏମିତି ବିଶ୍ୱାସର ସହ ହାସଲ କରିନେଉଛି, ସେଇଟା ମଧ୍ୟ ଆଶ୍ଚର୍ଯ୍ୟଜନକ । ରାହୁଲ ଗାନ୍ଧୀ ଏବେ ମୋଟ ଉପରେ ୯୫ଟି ନିର୍ବାଚନରେ ପରାଜୟ ସ୍ୱାଦ ଚାଖିଛନ୍ତି । ଶତକ ଠାରୁ ମାତ୍ର ୫ ଦୂରରେ ସେ ରହିଛନ୍ତି ।”
ରାହୁଲ ଗାନ୍ଧୀଙ୍କ ପରାଜୟର ତାଲିକା

ଜମ୍ମୁ-କଶ୍ମୀର(୨୦୧୪), ପଞ୍ଜାବ(୨୦୦୭, ୨୦୧୨, ୨୦୨୨), ହରିୟାଣା (୨୦୦୪, ୨୦୧୯, ୨୦୨୪), ଦିଲ୍ଲୀ (୨୦୧୩, ୨୦୧୫, ୨୦୨୦, ୨୦୨୫), ଗୁଜରାଟ (୨୦୦୭, ୨୦୧୨, ୨୦୧୭, ୨୦୨୨), ମହାରାଷ୍ଟ୍ର (୨୦୧୪, ୨୦୧୯, ୨୦୨୪), ଗୋଆ (୨୦୧୨, ୨୦୧୭, ୨୦୨୨), କର୍ଣ୍ଣାଟକ (୨୦୦୪, ୨୦୦୮, ୨୦୧୮), କେରଳ (୨୦୦୬, ୨୦୧୬, ୨୦୨୧), ହିମାଚଳ ପ୍ରଦେଶ (୨୦୦୭, ୨୦୧୭), ଉତ୍ତରାଖଣ୍ଡ (୨୦୦୭, ୨୦୧୭, ୨୦୨୨), ଉତ୍ତର ପ୍ରଦେଶ (୨୦୦୭, ୨୦୧୨, ୨୦୧୭, ୨୦୨୨), ବିହାର(୨୦୦୫, ୨୦୧୦, ୨୦୨୦, ୨୦୨୫), ସିକ୍କିମ(୨୦୦୪, ୨୦୦୯, ୨୦୧୪, ୨୦୧୯, ୨୦୨୪), ରାଜସ୍ଥାନ (୨୦୧୩, ୨୦୨୩), ମଧ୍ୟପ୍ରଦେଶ (୨୦୦୮, ୨୦୧୩, ୨୦୧୮, ୨୦୨୩), ତେଲଙ୍ଗାନା (୨୦୧୪, ୨୦୧୮), ଆନ୍ଧ୍ର ପ୍ରଦେଶ (୨୦୧୪, ୨୦୧୯, ୨୦୨୪), ପୁଡୁଚେରୀ (୨୦୧୧, ୨୦୨୧), ତାମିଲନାଡୁ (୨୦୧୧, ୨୦୧୬), ଅରୁଣାଚଳ ପ୍ରଦେଶ (୨୦୧୯, ୨୦୨୪), ଆସାମ (୨୦୧୬, ୨୦୨୧), ନାଗାଲାଣ୍ଡ (୨୦୦୮, ୨୦୧୩, ୨୦୧୮, ୨୦୨୩), ମଣିପୁର (୨୦୧୭, ୨୦୨୨), ମିଜୋରାମ (୨୦୧୮, ୨୦୨୩), ତ୍ରିପୁରା (୨୦୦୮, ୨୦୧୩, ୨୦୧୮, ୨୦୨୩), ମେଘାଳୟ (୨୦୧୮, ୨୦୨୩), ଝାଡ଼ଖଣ୍ଡ (୨୦୦୫, ୨୦୦୯, ୨୦୧୪), ଛତିଶଗଡ଼ (୨୦୦୮, ୨୦୧୩, ୨୦୨୩), ଓଡ଼ିଶା (୨୦୦୪, ୨୦୦୯, ୨୦୧୪, ୨୦୧୯, ୨୦୨୪), ପଶ୍ଚିମବଙ୍ଗ (୨୦୦୬, ୨୦୧୬, ୨୦୨୧)
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rahul Gandhi’s 95 Election Defeats | NDA Sweeps Bihar Polls | Argus News