Rahul Gandhi / ଭାରତରୁ ପାରିଲେନି ରାହୁଲ, ଜର୍ମାନୀରୁ ଖେଳୁଛନ୍ତି ଗେମ୍ !

Key Points
ଜର୍ମାନର ବର୍ଲିନରେ ଵିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। ଯାହାର କଡ଼ା ଜବାବ ରଖିଛି ଵିଜେପି। ରାହୁଲ ଗାନ୍ଧି ଵିଦେଶ ମାଟିରେ ଭାରତକୁ ବଦନାମ କରୁଥିବା ପାଲଟା ଟାର୍ଗେଟ କରିଛନ୍ତି ଵିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ। ପାଞ୍ଚ ଦିନିଆ ଜର୍ମାନ ଗସ୍ତରେ ଅଛନ୍ତି ଲୋକସଭାରେ ଵିରୋଧୀ ଦଳ ନେତା ରାହୁଲ ଗାନ୍ଧି। ବର୍ଲିନର ଏକ ସ୍କୁଲରେ ଭାଷଣ ଦେଇ ଵିଜେପି ଉପରେ ସେ ବର୍ଷିଛନ୍ତି ରାହୁଲ। ବିଦେଶ ମାଟିରେ ପୁଣି ଉଠାଇଛନ୍ତି ଭୋଟ ଚୋରି ପ୍ରସଙ୍ଗ।
ଏଥିସହ କେନ୍ଦ୍ରରେ ସରକାରରେ ଥିଵା ଵିଜେପି ଵିରୋଧୀଙ୍କ ଉପରେ ଇଡି ଓ ସିବିଆଇ ଭଳି ସାମ୍ବିଧାନିକ ସଂସ୍ଥାକୁ ବ୍ୟବହାର କରୁଥିବା ସେ ଅଭିଯୋଗ ବାଢ଼ିଛନ୍ତି। ଵିରୋଧୀଙ୍କୁ ଦୁର୍ବଳ କରିବା ପାଇଁ କେବଳ ଏହି ସଂସ୍ଥାଗୁଡ଼ିକର ଦୂରୁପଯୋଗ କରାଯାଉଛି। ଵିଜେପି କିମ୍ବା ଏହାର ସହଯୋଗୀ ଦଳଙ୍କ ଵିରୋଧରେ ଇଡି, ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାର ପ୍ରୟୋଗ କରାଯାଉନଥିବା ଅଭିଯୋଗ କରି ଶାସକ ଦଳ ଉପରେ ବିଦେଶ ମାଟିରେ ରାଜନୈତିକ ଆକ୍ରମଣ କରିଛନ୍ତି। ଯାହାର କଡ଼ା ଜବାବ ରଖିଛି ଵିଜେପି।
ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ ପାଲଟା ଆକ୍ରମଣ କରି କହିଛନ୍ତି ଯେ, ରାହୁଲଙ୍କ ମନ୍ତବ୍ୟ ଭାରତ ଵିରୋଧୀ। ବାରମ୍ବାର ସେ ବିଦେଶରେ ଯାଇ ଭାରତୀୟ ସାମ୍ବିଧାନିକ ସଂସ୍ଥା ଓ ଏଠାକାର ଗଣତନ୍ତ୍ରକୁ ପ୍ରଶ୍ନ କରୁଛନ୍ତି। ଯାହା ସେ ଅଭ୍ୟାସଗତ ଭାବେ କରିଆସୁଛନ୍ତି ଵୋଲି କହି ପାଲଟା ଆକ୍ରମଣ କରିଛନ୍ତି ଵିଜେପି ନେତା।