Videos
|
National

Rahul Gandhi Allegations / ଆନ୍ଦୋଳନ ନାଁରେ ଗୁଣ୍ଡାଗିରି, ମହିଳାଙ୍କୁ ରାହୁଲ ଓ ପ୍ରିୟଙ୍କାଙ୍କ ଦୁର୍ବ୍ୟବାହର ଭିଡିଓ ଭାଇରାଲ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଆନ୍ଦୋଳନ ନାଁରେ ଗୁଣ୍ଡାଗିରି, ମହିଳାଙ୍କୁ ରାହୁଲ ଓ ପ୍ରିୟଙ୍କାଙ୍କ ଦୁର୍ବ୍ୟବାହର ଭିଡିଓ ଭାଇରାଲ
Rahul Gandhi Allegations

Key Points

କ୍ୟାମେରାରେ କଏଦ ହେଲା ରାହୁଲଙ୍କ ଭିଲେନ ଚେହେରା
କେବଳ ରାହୁଲ ନୁହେଁ ପ୍ରିୟଙ୍କା ବି ଭାଇଠୁ କମ ନୁହଁନ୍ତି
କେତେ ସମ୍ବେଦନହୀନ ଏଇ ଭାଇ-ଭଉଣୀ ଧରାଇ ଦେଲା ଭିଜୁଆଲ

ସାମ୍ନାକୁ ଆସିଲା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭିଲେନ ଚେହେରା । ଆନ୍ଦୋଳନ ନାଁରେ ଅରାଜକତା ବେଳେ କ୍ୟାମେରାରେ କଏଦ ହୋଇଗଲା ଜେନ ଜିଙ୍କ ପାଇଁ ହିରୋ ବୋଲାଉଥିବା ରାହୁଲଙ୍କ ଅସଲ ଓ ଘୃଣ୍ୟ କାର୍ଯ୍ୟ । ମହିଳା ସାମ୍ବାଦିକାଙ୍କୁ ଧକ୍କା ମାରି ଆହତ କରିବାଠୁ ଆରମ୍ଭ କରି ମହିଳା ପୋଲିସ କର୍ମୀଙ୍କୁ ଆଶାଳୀନ ଭାବେ ସ୍ପର୍ଶ କରିବା ଯାଏ ସବୁ କାରନାମା କ୍ୟାମରାରେ କଏଦ ହୋଇଛି । କେବଳ ଭାଇ ନୁହେଁ ଭଉଣୀ ପ୍ରିୟଙ୍କା ମଧ୍ୟ ମହିଳା ପୋଲିସ କର୍ମୀଙ୍କୁ କହୁଣୀରେ ଆଘାତ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସର ଏଭଳି ଆଚରଣକୁ ବିଜେପି ନିନ୍ଦା କରିବା ସହ ଆନ୍ଦୋଳନ ନାଁରେ ଦେଶରେ ଅରାଜକତା ସୃଷ୍ଟି ଉଦ୍ୟମ ବୋଲି କହି କରିଛି ଟାର୍ଗେଟ ।

ଆନ୍ଦୋଳନ ନାଁରେ ଦେଶରେ ଅଶାନ୍ତି ଓ ଅରାଜକତା ସୃଷ୍ଟି ପାଇଁ ଚାଲିଛି ଜୋରଦାର ଉଦ୍ୟମ । ଆଉ ଏହି ଆନ୍ଦୋଳନର ପାଇଲଟ ସାଜିଛନ୍ତି ରାହୁଲ ଗାନ୍ଧୀ । ଇଣ୍ଡିମେଣ୍ଟର ଆନ୍ଦୋଳନ ନେଇ ବିଜେପିର ଏଭଳି ଅଭିଯୋଗ ଭିତରେ ସାମ୍ନାକୁ ଆସିଛି ବିରୋଧୀ ଦଳ ନେତା ରାହୁଲଙ୍କ ଭିଲେନ ଚେହେରା । ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ରାଲି ବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ରାହୁଲ ଧକ୍କା ମାରି ତଳେ ପକାଇ ଦେବା ଭଳି ଆସିଛି ସଂଗୀନ ଅଭିଯୋଗ । ଏନେଇ ସଂପୃକ୍ତ ସାମ୍ବାଦିକା ନିଜେ ଅଭିଯୋଗ ଆଣିଛନ୍ତି । ରାହୁଲ କିଭଳି ସାମ୍ବାଦିକାଙ୍କୁ ଧକ୍କା ଦେଉଛନ୍ତି ତାହା ବି କ୍ୟାମେରାରେ କଏଦ ହୋଇଛି । ରାହୁଲଙ୍କ ଧକ୍କାରେ ତଳେ ପଡ଼ି ଗୁରୁତର ହୋଇଛନ୍ତି ସଂପୃକ୍ତ ସାମ୍ବାଦିକା ରିଚା ପରାଶର । ସେ କହିଛନ୍ତି ମୁଁ ୩ ମାସର ଗର୍ଭବତୀ । ମୋତେ ରାହୁଲ କି ତାଙ୍କ ସମର୍ଥକ ଉଠାଇବା ପରିବର୍ତ୍ତେ ଯେଉଁ ଭଳି ବ୍ୟବହାର କରିଥିଲେ ତାହା ମବ୍ ଲିଞ୍ଚିଂ ଭଳି ଥିଲା । ରାହୁଲଙ୍କ ଧକ୍କାରେ ତଳେ ପଡ଼ି ଆହତ ସାମ୍ବାଦିକା ଜଣକ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

କେବଳ ଏହି ଘଟଣା ନୁହେଁ ଗତ ଆନ୍ଦୋଳନ ବେଳେ ମହିଳା ପୋଲିସ କର୍ମୀଙ୍କୁ ରାହୁଲ ଗାନ୍ଧୀ ଯେଉଁ ଭଳି ଭାବରେ ସ୍ପର୍ଶ କରିଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଆନ୍ଦୋଳନ ବେଳେ ମହିଳା ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ନିୟୋଜିତ ହୋଇଥିବା ଦିଲ୍ଲୀ ପୋଲିସର ମହିଳା କର୍ମଚାରୀଙ୍କୁ ରାହୁଲ ଯେଉଁଭଳି ଢଙ୍ଗରେ ସ୍ପର୍ଶ କରିଥିଲେ ତାକୁ କୌଣସି ସଭ୍ୟ ସମାଜ କେବେ ବି ଗ୍ରହଣ କରିପାରିବ ନାହିଁ । କେବଳ ପୋଲିସ ନୁହେଁ ରାଲି ବେଳେ ତାଙ୍କ ନିଜ ସମର୍ଥକକଙ୍କୁ ଯେଉଁଭଳି ଭାବେ ସେ କହୁଣୀରେ ଆଘାତ ଦେଇଥିଲେ ତାହା ମଧ୍ୟ ରାହୁଲ ଗାନ୍ଧିଙ୍କ ଭିଲେନ ଚେହେରାକୁ ସାମ୍ନାକୁ ଆଣିଛି ।

ଭାଇ ତ ଭାଇ ଭଉଣୀ ବି କୌଣସି ଗୁଣରେ କମ୍‌ ନୁହଁନ୍ତି । ଆନ୍ଦୋଳନ ବେଳେ ୟୁନିଫର୍ମରେ ଥିବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରିୟଙ୍କା ଭଦ୍ରା କିଭଳି କହୁଣୀରେ ଆଘାତ ଦେଉଛନ୍ତି ତାହା ମଧ୍ୟ କ୍ୟାମେରାରେ ସ୍ପଷ୍ଟ ଭାବେ କଏଦ ହୋଇଛି । କେବଳ ସେତିକି ନୁହେଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାଙ୍କ ପ୍ରକୋଷ୍ଠରେ ଆବେଦନ ପତ୍ର ଦାଖଲ ବେଳେ ମଧ୍ୟ କଂଗ୍ରେସ ସମର୍ଥକ ହୋହଲ୍ଲା କରିଥିବା ଦେଖିୁବାକୁ ମିଳିଥିଲା । ଦେଶରେ ଅରାଜକତା ଓ ଅଶାନ୍ତି ସୃଷ୍ଟି ପାଇଁ ଏହା କଂଗ୍ରେସର ଉଦ୍ୟମ ବୋଲି ଅଭିଯୋଗ ଆଣିଛି ବିଜେପି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
SIRରେ ତ୍ରୁଟି ନେଇ ଆବେଦନ କରିବାକୁ ସୁପ୍ରିମକୋର୍ଟ ଯାଇଥିବା ଇଣ୍ଡି ମେଣ୍ଟର ଆବେଦନ ପତ୍ରରେ ୧୪ ତ୍ରୁଟି । ଏହାକୁ ସଂଶୋଧନ କରିବା ପରେ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ରେଜିଷ୍ଟ୍ରାର । ଅନ୍ୟପଟେ SIR ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଛି ବିଜେପି । କଂଗ୍ରେସ କେବଳ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ରାଜରାସ୍ତାରେ ଡ୍ରାମା କରୁଛି ବୋଲି ଦଳ ଅଭିଯୋଗ କରିଛି ।

SIR ପ୍ରସଙ୍ଗରେ ଆନ୍ଦୋଳନ ବେଳେ ରାହୁଲଙ୍କ ଅସଲ ଚେହେରା କ୍ୟାମେରାରେ କଏଦ ହୋଇଛି । ଯୁବ ବର୍ଗ ପାଇଁ ନିଜକୁ ହିରୋ ଦର୍ଶାଉଥିବା ରାହୁଲଙ୍କ ଭିତରେ ଯେ ଭିଲେନ ଲୁଚିଛି ତାହା କ୍ୟାମେରାରେ କଏଦ ହୋଇଛି ।