ରାହୁଲଙ୍କ ଓଡ଼ିଶା ଗସ୍ତ ବାତିଲ: ରାଏବରେଲିରୁ ଆଜି ନାମାଙ୍କନ ଭରିବେ
·2 years ago·1 min read

ଅର୍ଗସ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ। ଶୁକ୍ରବାର ଅର୍ଥାତ ଆଜି ରାୟଗଡ଼ା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କଂଗ୍ରେସ ରାଏବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରିବାପରେ ଓଡ଼ିଶା ଗସ୍ତ ବାତିଲ ହୋଇଛି। ଆଜି ସେ ରାଏବରେଲିରୁ ନାମାଙ୍କନ ଭରିବେ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଚନ୍ଦନ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଠି କିମ୍ବା AICCର କେହି ତୁଙ୍ଗ ନେତା ରାୟଗଡ଼ା ଆସିବା ନେଇ ସୂଚନା ରହିଛି।
ରାହୁଲ ଗାନ୍ଧୀଙ୍କର ଆଜି ରାୟଗଡ଼ା ଗସ୍ତ ଥିଲା। ସେ ସ୍ବତନ୍ତ୍ର ହେଲିକପ୍ଟରରେ ବିଶାଖାପାଟଣାରୁ ବାହାରି ମଧ୍ୟାହ୍ନ ୧୨ଟା ୧୫ରେ ରାୟଗଡ଼ାରେ ପହଞ୍ଚିଥାନ୍ତେ। ସେଠାରେ ରାୟଗଡ଼ା ବାଇପାସ ରୋଡର ବାରିଝୋଲା ପଡ଼ିଆରେ ହେବାକୁ ଥିବା ଜନସମାବେଶକୁ ସମ୍ବୋଧନ କରିଥାନ୍ତେ। ନୋମିସେନର ଦାଖଲର ଶେଷ ଦିନରେ ରାହୁଲ ଗାନ୍ଧୀଙ୍କ ନାଁ ଘୋଷଣା ହେବା ପରେ ରାୟଗଡ଼ା ଗସ୍ତ ବାତିଲ ହୋଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: