Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିକେଟିଂ ବ୍ୟବସ୍ଥାରେ ହୋଇଛି ବଡ଼ ପରିବର୍ତ୍ତନ; ଯାତ୍ରୀଙ୍କୁ ମିଳିବ ଲାଭ

National

Railway Minister Ashwini Vaishnaw / ଟିକେଟିଂ ବ୍ୟବସ୍ଥାରେ ହୋଇଛି ବଡ଼ ପରିବର୍ତ୍ତନ; ଯାତ୍ରୀଙ୍କୁ ମିଳିବ ଲାଭ

Subhramjit Ray
Browse all articles by Subhramjit Ray
·2 months ago·3 min read
ଟିକେଟିଂ ବ୍ୟବସ୍ଥାରେ ହୋଇଛି ବଡ଼ ପରିବର୍ତ୍ତନ; ଯାତ୍ରୀଙ୍କୁ ମିଳିବ ଲାଭ
Indian Railways Ticketing System

Key Points

ବର୍ତ୍ତମାନ ପ୍ରାୟ ୮୮% ସଂରକ୍ଷିତ ଟିକେଟ୍ ଅନଲାଇନ୍ ବୁକିଂ ହେଉଛି। ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ୪୮.୨୫ କୋଟି ଟିକେଟ୍ ଅନଲାଇନ୍ ଏବଂ ୬.୧୫ କୋଟି ଟିକେଟ ଅଫଲାଇନ ବୁକିଂ ହୋଇଥିଲା।
Indian Railways Ticketing System: ଭାରତୀୟ ରେଳବାଇ ଏହାର ଟିକେଟିଂ ବ୍ୟବସ୍ଥାରେ କରିଛି ଏକ ବଡ଼ ଧରଣର ପରିବର୍ତ୍ତନ। ଯାହାର ଲାଭ ଯାତ୍ରୀଙ୍କୁ ମିଳିବ। ସୁରକ୍ଷିତ ଅନଲାଇନ୍ ଟିକେଟ୍ ବୁକିଂ ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ କଠୋର ନିୟମ ଲାଗୁ କରିଛି। ଟିକେଟ ବୁକିଂ ୱେବସାଇଟ୍ ରେ ଏବେ ଆଣ୍ଟି-ବଟ୍ ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ଯାହା ଦ୍ୱାରା ଯାତ୍ରୀଙ୍କୁ ସହଜରେ ନିଶ୍ଚିତ ହୋଇଥିବା ଟିକେଟ୍ ମିଳିପାରିବ। ଏହାକୁ ସୁନିଶ୍ଚିତ କରିବା ପାଇଁ ସନ୍ଦିଗ୍ଧ ଇମେଲ୍ ଆଇଡି ବନ୍ଦ କରୁଛି ରେଳବାଇ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି ରେଳବାଇ ଟିକେଟିଂ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ଦଲାଲମୁକ୍ତ କରିବା ପାଇଁ ବଡ଼ ଧରଣର ବୈଷୟିକ ପରିବର୍ତ୍ତନ କରୁଛି। ସାଧାରଣ ଏବଂ ତତ୍କାଳ ଟିକେଟ୍ ବୁକିଂ ବେଳେ ସାଧାରଣ ଯାତ୍ରୀଙ୍କୁ ପ୍ରାଥମିକତା ଦେବା ପାଇଁ ଆଧାର କାର୍ଡ ଯାଞ୍ଚକୁ ଏବେ ପ୍ରାଥମିକ ଆଧାର କରାଯାଇଛି।

ଟିକେଟ୍ ବୁକିଂ ନିୟମ
ନକଲି ଆଇଡି ଏବଂ ଦଲାଲଙ୍କୁ ରୋକିବା ପାଇଁ ରେଳବାଇ ଏହାର ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରିଛି। ରେଳମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ଜୁଲାଇ ପହିଲାରୁ, କେବଳ ଯେଉଁ ଉପଭୋକ୍ତାଙ୍କ ଆକାଉଣ୍ଟ ଆଧାର କାର୍ଡ ସହ ଯୋଡ଼ି ହୋଇଛି ସେମାନେ ତତ୍କାଳ ଟିକେଟ୍ ବୁକିଂ କରିପାରିବେ। ସାଧାରଣ ସଂରକ୍ଷଣର ପ୍ରଥମ ଦିନରେ ମଧ୍ୟ ଅନଲାଇନ୍ ବୁକିଂ ପାଇଁ ଆଧାର କାର୍ଡ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆଧାର ଲିଙ୍କ୍ ନକରିବା ପାଇଁ କାହାରି ଆକାଉଣ୍ଟ ବନ୍ଦ କରାଯାଇ ନାହିଁ। ହେଲେ ସୁରକ୍ଷା ଜନିତ କାରଣରୁ ୩.୦୪ କୋଟି ନକଲି ଆଇଡ଼ି ସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି।

ଅନଲାଇନ ଟିକେଟ ଅଧିକ ବୁକିଂ କରୁଛନ୍ତି ଯାତ୍ରୀ
ତଥ୍ୟ ଦର୍ଶାଉଛି ଯେ ଯାତ୍ରୀ ଏବେ ରେଳ ଷ୍ଟେସନ ପରିସରରେ ଧାଡ଼ିରେ ଠିଆ ହେବା ପରିବର୍ତ୍ତେ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପ୍ ବ୍ୟବହାର କରି ଅନଲାଇନ ଟିକେଟ୍ ବୁକିଂ କରିବାକୁ ପସନ୍ଦ କରୁଛନ୍ତି। ବର୍ତ୍ତମାନ ପ୍ରାୟ ୮୮% ସଂରକ୍ଷିତ ଟିକେଟ୍ ଅନଲାଇନ୍ ବୁକିଂ ହେଉଛି। ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ୪୮.୨୫ କୋଟି ଟିକେଟ୍ ଅନଲାଇନ୍ ଏବଂ ୬.୧୫ କୋଟି ଟିକେଟ ଅଫଲାଇନ ବୁକିଂ ହୋଇଥିଲା।

ଠକେଇ ରୋକିବା ପାଇଁ ବ୍ୟବସ୍ଥାରେ କରାଯାଇଛି ପରିବର୍ତ୍ତନ
ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଇଆରସିଟିସି ୱେବସାଇଟ୍ (IRCTC Website) ରେ ସନ୍ଦେହଜନକ କାର୍ଯ୍ୟକଳାପକୁ ରୋକିବା ପାଇଁ "ଆଣ୍ଟି-ବଟ୍ ଟେକ୍ନୋଲୋଜି" (Anti-Bot Technology) ବ୍ୟବହାର କରାଯାଉଛି। ଯାହା ଦ୍ୱାରା ପ୍ରାୟ ୬୪% ସନ୍ଦେହଜନକ କାର୍ଯ୍ୟକଳାପକୁ ସଫଳତାର ସହିତ ରୋକାଯାଇଛି। ଦଲାଲଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ୧୩୦୨୩ ସନ୍ଦେହଜନକ ଇମେଲ୍ ଆଇଡ଼ି ବ୍ଲକ କରାଯାଇଛି। ୪.୦୭ ଲକ୍ଷ ସନ୍ଦିଗ୍ଧ ପିଏନଆର (PNR) ଚିହ୍ନଟ କରାଯାଇଛି। ଏହା ମଧ୍ୟରୁ ୪୦୮ ମାମଲାରେ ସାଇବର କ୍ରାଇମ୍ ପୋର୍ଟାଲ୍ ରେ ଅଭିଯୋଗ ଦାଖଲ କରାଯାଇଛି।

ନକଲି ଆକାଉଣ୍ଟ ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ
ଗତ ବର୍ଷ ପ୍ରାୟ ୩.୦୪ କୋଟି ନକଲି ୟୁଜର୍ ଆଇଡି ସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି। ଯେତେବେଳେ ପୁନଃର୍ବାର ଯାଞ୍ଚ ବିକଳ୍ପ ସହିତ ୨.୯୪ କୋଟି ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ଫେରସ୍ତ ଏବଂ ଅନ୍ୟାନ୍ୟ ଶୁଳ୍କ
ରେଳମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଟିକେଟିଂ ବୁକିଂ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ନବୀକରଣ ପାଇଁ ଆଇଆରସିଟିସି ଏକ ଛୋଟ ସୁବିଧା ଶୁଳ୍କ ଆଦାୟ କରିଥାଏ। ଅପେକ୍ଷା ତାଲିକାଭୁକ୍ତ ଟିକେଟ୍ ବାତିଲ କରିବା ପାଇଁ କ୍ଲର୍କେଜ୍ ଶୁଳ୍କ ୨୦୧୫ ନିୟମ ଅନୁଯାୟୀ କାର୍ଯ୍ୟକାରୀ ହେବ। ଯେଉଁଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି କଠୋର ନିୟମ ଏବଂ ଆଧାର ଯାଞ୍ଚ ଜଣେ ବ୍ୟକ୍ତି କିମ୍ବା ଏଜେଣ୍ଟଙ୍କ ପାଇଁ ଏକାଧିକ ନକଲି ଆକାଉଣ୍ଟ ସୃଷ୍ଟି କରିବା ପ୍ରାୟତଃ ଅସମ୍ଭବ କରିଦେଇଛି। ଏହା ପିକ୍ ସିଜିନ୍ ଏବଂ ତତ୍କାଳ ବୁକିଂ ସମୟରେ ପ୍ରକୃତ ଯାତ୍ରୀନଙ୍କୁ ନିଶ୍ଚିତ ଟିକେଟ୍ ପାଇବାର ସମ୍ଭାବନାକୁ ଯଥେଷ୍ଟ ବୃଦ୍ଧି କରିଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Railway Ticketing System Gets Major Update: Ashwini Vaishnaw Announces Benefits | Argus News