Videos
|
National

Railway / ଟ୍ରେନ୍‌ରୁ ଚୋରି ହୋଇଗଲା ଯାତ୍ରୀଙ୍କ ବ୍ୟାଗ୍; ୧ ଲକ୍ଷ ୪୫ ହଜାର ଟଙ୍କା ଦେବାକୁ ରେଲୱେକୁ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଟ୍ରେନ୍‌ରୁ ଚୋରି ହୋଇଗଲା ଯାତ୍ରୀଙ୍କ ବ୍ୟାଗ୍; ୧ ଲକ୍ଷ ୪୫ ହଜାର ଟଙ୍କା ଦେବାକୁ ରେଲୱେକୁ ନିର୍ଦ୍ଦେଶ
Railways Ordered to Pay ₹1.45 Lakh

Key Points

ଅଣସଂରକ୍ଷିତ ବଗିରୁ ବ୍ୟାଗ୍ ଚୋରି । ଏବେ ରେଲୱେ ଦେବ ୧ ଲକ୍ଷ ୪୫ ହଜାର ଟଙ୍କା । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ରାଜ୍ୟ ଖାଉଟି କମିଶନ ।
ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି । ଟ୍ରେନ୍ ଯାତ୍ରା ବେଳେ ଅନେକ ସମୟରେ ଚୋରି ବି ହୁଏ । ଏବେ ଏଭଳି ଏକ ମାମଲାରେ ଦିଲ୍ଲୀ ରାଜ୍ୟ ଖାଉଟି କମିଶନ ଭାରତୀୟ ରେଲୱକୁ ୧ ଲକ୍ଷ ୪୫ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଯାତ୍ରୀ ଜଣଙ୍କର ବ୍ୟାଗ୍ ଅଣସଂରକ୍ଷିତ ବଗିରୁ ଚୋରି ହୋଇଥିଲା । ଖାଉଟି କମିଶନଙ୍କ ଅନୁସାରେ, ଅଣସଂରକ୍ଷିତ ବଗିରେ ଯାତ୍ରୀଙ୍କ ବ୍ୟକ୍ତିଗତ ହେପାଜତରୁ ସାମଗ୍ରୀ ଚୋରି ହେବା କହି ରେଲୱେ ଖସି ପାରିବ ନାହିଁ ।

ଏଥିସହ ପଢ଼ନ୍ତୁ: ଇଞ୍ଜିନିୟରଙ୍କ ଜୀବନ ନେଇଗଲା ହଟ୍ ୱାଟର ବ୍ୟାଗ୍; ଏମିତି ହେଲା ମୃତ୍ୟୁ 

ଖାଉଟି କମିଶନ କହିଛନ୍ତି, "ଏଠାରେ ପ୍ରକୃତ ପ୍ରସଙ୍ଗ ହେଉଛି ଅଣସଂରକ୍ଷିତ ବ୍ୟକ୍ତି ବଗିରେ କିଭଳି ପ୍ରବେଶ କଲେ । ଏହା ରେଲୱେ ଅଧିକାରୀଙ୍କ ବିଫଳତାକୁ ଦର୍ଶାଉଛି ।" ଯାତ୍ରୀ ଜଣଙ୍କର ବ୍ୟାଗ୍ ଦୁଇ ଜଣ ଅଣସଂରକ୍ଷିତ ବ୍ୟକ୍ତି ବଗିରେ ପଶିବାରୁ ଗାଏବ ହୋଇଛି । ଉକ୍ତ ବ୍ୟାଗ୍‌ରେ ଲକ୍ଷେ ୨୦ ହଜାର ଟଙ୍କାର ମୂଲ୍ୟବାନ ସାମଗ୍ରୀ ଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଏହି ମାମଲା ଶୁଣାଣି ଦିଲ୍ଲୀ ରାଜ୍ୟ ଖାଉଟି କମିଶନରେ ହୋଇଛି । ଜିଲ୍ଲା କମିଶନଙ୍କ ନିଷ୍ପତ୍ତି ବିରୋଧ କରି ଉତ୍ତର ରେଲୱେ ଦିଲ୍ଲୀ ଖାଉଟି କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । ପୂର୍ବରୁ ଜିଲ୍ଲା କମିଶନ ୨୦୨୭ ସେପ୍ଟେମ୍ବର ୭ରୁ ବାର୍ଷିକ ୯ ପ୍ରତିଶତ ସୁଧ ସହ ୧ ଲକ୍ଷ ୨୦ ହଜାର ଟଙ୍କା ଫେରସ୍ତ ଓ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

କେମିତି ହେଲା ବ୍ୟାଗ୍ ଚୋରି ?

୨୦୧୪ ଜୁନ୍ ୭ ତାରିଖରେ ଅଜୟ କୁମାର ନାମକ ଯାତ୍ରୀ ମହାନନ୍ଦା ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ ପାଟନା ଯାଉଥିଲେ । ଓଲ୍ଡ ଦିଲ୍ଲୀ ରେଲୱେ ଷ୍ଟେସନରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ବଗିରେ ପଶି ଅଜୟଙ୍କ ଟ୍ରଲି ବ୍ୟାଗ୍ ନେଇ ଫେରାର୍ ହୋଇ ଯାଇଥିଲେ । ଯେଉଁଥିରେ ଶାଢ଼ି, ଗହଣା ଓ କପଡ଼ା ଥିଲା । ଯାହାର ମୂଲ୍ୟ ୧୨ ଲକ୍ଷ ବୋଲି ଅଜୟ କହିଥିଲେ ।

ବ୍ୟାଗ୍ ଚୋରି ପରେ ଅଜୟ ତୁରନ୍ତ ଟିଟିଇ୍କୁ ଜଣାଇଥିଲେ । ୨୦୧୪ ସେପ୍ଟେମ୍ବର ୭ରେ RPF ଚୋରିକୁ ମାନିଥିଲା । ୨୦୧୫ ଜାନୁଆରୀ ୨୨ରେ RPF କହିଥିଲା ଅଜୟଙ୍କୁ ମାମଲାର ସ୍ଥିତି ନେଇ ମୋବାଇଲ୍ ମାଧ୍ୟମରେ ଜଣାଇଛି । କିନ୍ତୁ ଲିଖିତ ନମ୍ବର ତାଙ୍କର ନୁହେଁ ବୋଲି ଅଜୟ କହିଥିଲେ ।

ଏଥିସହ ପଢ଼ନ୍ତୁ: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର... ଅକ୍ଟୋବର ୧୦ରୁ ମିଳିବ ମାଗଣା ରାସନ 

ଯାହାପରେ ୨୦୧୫ ଏପ୍ରିଲ୍ ୨୩ରେ ଏତଲା ରୁଜୁ ହୋଇଥିଲା । ୨୦୧୫ ମେ ୧୫ରେ RPF ମାମଲାକୁ ଅସମାପ୍ତ ରଖିଥଲା । ଉତ୍ତର ରେଲୱେ କହିଥିଲା, ଯାତ୍ରୀଙ୍କ ବ୍ୟକ୍ତିଗତ ହେପାଜତରୁ ବ୍ୟାଗ୍‌ ଚୋରି ହୋଇଛି । ବ୍ୟାଗ୍ ନେଇ ରେଲୱକୁ ପୂର୍ବରୁ ଅବଗତ କରାଯାଇ ନଥିଲା ।

ତେବେ ରେଲୱେର ଏହି ଯୁକ୍ତିକୁ ରାଜ୍ୟ ଖାଉଟି କମିଶନ ଖାରଜ କରି ଦେଇଛନ୍ତି । କହିଛନ୍ତି, ଅଣସଂରକ୍ଷିତ ବଗିରେ ଅଣସଂରକ୍ଷିତ ବ୍ୟକ୍ତିଙ୍କ ପ୍ରବେଶ ରୋକି ଯାତ୍ରୀଙ୍କ ସୁରକ୍ଷା ରେଲୱେର ଦାୟିତ୍ଵ ।