Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ , ଗଲାଣି ୧୦ ଜୀବନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ , ଗଲାଣି ୧୦ ଜୀବନ

ଅର୍ଗସ ବ୍ୟୁରୋ : ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସ୍ଥିତି ସଙ୍ଗୀନ । ଦୁଇ ଦିନରେ ଗଲାଣି ୧୦ ଜୀବନ । ବୁଡି ଯାଇଛି ରାସ୍ତା, ଆପାର୍ଟମେଣ୍ଟ ବେସମେଣ୍ଟରେ ପାଣି । ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଜିଲ୍ଲାରେ ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇଯାଇଛି । ଅନେକ ଗାଁ ପାଣି ଘେରରେ । ପୋଲିସ, ଏସଡିଆରଏଫ୍, ଏନଡିଆରଏଫକୁ ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପାଣି ଘେରରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଅଧିକ ପଢନ୍ତୁ : ଆଜି ଏହି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ , ଛୁଟି ରହିବ ସ୍କୁଲ

୧୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ତେଲେଙ୍ଗାନା ରାଜ୍ୟର ଖମାମ୍ ଜିଲ୍ଲା ବର୍ଷା ଜଳରେ ଉବୁଟୁବୁ । ଶହ ଶହ ଲୋକ ପାଣି ଘେରରେ ଫସି ରହିଛନ୍ତି । ଆଜି ଦୁଇ ରାଜ୍ୟରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ସେହିପରି 99 ଟ୍ରେନ୍ ବାତିଲ୍ କରାଯାଇଥିବାବେଳେ ଏକାଧକ ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି । ଆନ୍ଧ୍ର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପିଏମ୍ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rain disaster in South India, 10 lives lost | Argus News