|
logo
Live

Argus News - ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ

National

ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ

ଅର୍ଗସ ବ୍ୟୁରୋ : ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ। ରାଜ୍ୟର 200 ଆସନ ମଧ୍ୟରୁ 199 ଆସନ ପାଇଁ ହେବ ଭୋଟ ଗ୍ରହଣ। 5.25 କୋଟିରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ସକାଳ 7 ଟାରୁ ସନ୍ଧ୍ୟା 6ଟା ଯାଏଁ ଚାଲିବ ଭୋଟିଂ। ତେବେ 199 ଆସନରେ 1862 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତେବେ ଭୋଟିଂ ପାଇଁ ମୋଟ 51 ହଜାର 507ଟି ମତଦାନ କେନ୍ଦ୍ର ରହିଛି।

ଅଧିକ ପଢନ୍ତୁ : ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ଗୃହରେ ପାରିତ

ସହରାଞ୍ଚଳରେ 10 ହଜାର 501 ଏବଂ ଗ୍ରାମାଞ୍ଚଳରେ 41,006ଟି ବୁଥର ବ୍ୟବସ୍ଥା କରାଯାଇଛି। ଏହି ସମସ୍ତ ବୁଥରେ 2 ଲକ୍ଷ 74 ହଜାରରୁ ଅଧିକ ମତଦାନ କର୍ମୀ ନିୟୋଜିତ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ 1 ଲକ୍ଷ 70 ହଜାର ଯବାନ ମୁତୟନ ରହିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ | Argus News