ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନ
·2 years ago·1 min read

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନ । ରାଜ୍ୟର ୨୦୦ ଆସନ ମଧ୍ୟରୁ ୧୯୯ ଆସନ ପାଇଁ ହେବ ଭୋଟ ଗ୍ରହଣ । ୫.୨୫ କୋଟିରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୭ ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ । ତେବେ ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଭୋଟିଂ ପାଇଁ ମୋଟ ୫୧ ହଜାର ୫୦୭ଟି ମତଦାନ କେନ୍ଦ୍ର ରହିଛି । ସହରାଞ୍ଚଳରେ ୧୦ ହଜାର ୫୦୧ ଏବଂ ଗ୍ରାମାଞ୍ଚଳରେ ୪୧,୦୦୬ଟି ବୁଥର ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ବୁଥରେ ୨ ଲକ୍ଷ ୭୪ ହଜାରରୁ ଅଧିକ ମତଦାନ କର୍ମୀ ନିୟୋଜିତ ହେବେ । ରାଜସ୍ଥାନର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ସୁରକ୍ଷା ପାଇଁ ୧ ଲକ୍ଷ ୭୦ ହଜାର ଯବାନ ମୁତୟନ ରହିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: