Videos
|
National

ରାଜସ୍ଥାନର ପ୍ରାର୍ଥୀ ମହନ୍ତ ବାଲକନାଥ୍ ଙ୍କୁ ନେଇ ପ୍ରବଳ ଚର୍ଚ୍ଚା

Smruti Parija
Browse all articles by Smruti Parija
·2 years ago·2 min read
ରାଜସ୍ଥାନର ପ୍ରାର୍ଥୀ ମହନ୍ତ ବାଲକନାଥ୍ ଙ୍କୁ ନେଇ ପ୍ରବଳ ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ରାଜସ୍ଥାନ ନିର୍ବାଚନରେ ​​ବିଜେପିର ବୃହତ ବିଜୟ । ଏଭଳି ପରିସ୍ଥିତିରେ ଅଲୱାର ଲୋକସଭା ନିର୍ବାଚନମଣ୍ଡଳୀର ତିଜାରା ବିଧାନସଭା ଆସନରୁ ଜିତିଛନ୍ତି ବାବା ବାଲକନାଥ । ଯାହାଙ୍କୁ ନେଇ ଜୋରଦାର ଚର୍ଚ୍ଚା । ବିଜେପି ପ୍ରାର୍ଥୀ ବାବା ବାଲକନାଥ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଇମ୍ରାନ ଖାନଙ୍କୁ ପ୍ରାୟ 10707 ଭୋଟରେ ପରାସ୍ତ କରିଛନ୍ତି ।

ରାସ୍ଥାନରେ ସରକାର ଗଢିବ ବିଜେପି । ରାଜସ୍ଥାନରେ କଂଗ୍ରେସ ସରକାରରୁ ଓହ୍ଲାଇଛି । ପୁଣି ଥରେ ମୋଦି ମଡେଲକୁ ଭରସା କରି ଜନ ସମର୍ଥନ ଅଜାଡ଼ି ଦେଇଛନ୍ତି ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ଭୋଟର୍ । ଭ୍ରଷ୍ଟାଚାର-ପରିବାରବାଦକୁ ପୁଣି ଥରେ ଝଟକା ଦେଇ ମୋଦିଙ୍କ ଉପରେ ବିଶ୍ବାସ ଅଜାଡ଼ିଛନ୍ତି ତିନି ରାଜ୍ୟର ଜନତା ଜନାର୍ଦ୍ଦନ ।

ସେପଟେ ରାଜସ୍ଥାନରେ ବିଜେପିର ବାଜି ମାତ୍ ପରେ ବାବା ବାଲକନାଥ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କିଏ ଏହି ବାବା ବାଲକନାଥ । କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା । 

2019 ଲୋକସଭା ନିର୍ବାଚନରେ ​​ବାବା ବାଲକନାଥ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ବାଲକନାଥଙ୍କ ଗୁରୁ ସ୍ୱର୍ଗତ ମହନ୍ତ ଚାନ୍ଦନାଥ 29 ଜୁଲାଇ 2016 ରେ ବାଲକନାଥଙ୍କୁ ତାଙ୍କର ଉତ୍ତରାଧିକାରୀ କରିଥିଲେ । ସେପ୍ଟେମ୍ବର 2018 ରେ ମହନ୍ତ ଚନ୍ଦ୍ରନାଥଙ୍କ ଦେହାନ୍ତ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାବା ବାଲକନାଥ୍ ଅବିକଳ ଯୋଗୀ ଆଦିତ୍ୟାନାଥଙ୍କ ଭଳି ଦେଖିବାକୁ । ବାଲକନାଥଙ୍କ ପାଇଁ ପ୍ରଚାର କରିଥିଲେ ଯୋଗୀ । ରାଜସ୍ଥାନରେ ବିଜେପିର ବଡ ହିନ୍ଦୁତ୍ୱ ଚେହେରା ହେଉଛନ୍ତି ବାଲକନାଥ୍ । ମହନ୍ତ ବାଲକନାଥଙ୍କୁ ଯଦି ସାମନାକୁ ଅଣାଯାଏ ତାହେଲେ ରାଜସ୍ଥାନରେ ବଡ ପରିବର୍ତ୍ତନ ହେବ । ତେବେ ଅଲୱରରେ ଅନେକ ସମୟରେ ସଂଖ୍ୟାଲଘୁଙ୍କୁ ନେଇ ଗଣ୍ଡଗୋଳ ଘଟଣା ସାମନାକୁ ଆସୁଥିଲା । ବାଲକନାଥ ଅଲୱରରୁ ସାଂସଦ ହେବା ପରେ ସେହି ଘଟଣା ଗୁଡିକ ଅନେକ ବାର କମିବାର ନଜର ଆସିଥିଲା । ଏଭଳି ପରିସ୍ଥିତିରେ ବିଜେପିର ଟ୍ରମ୍ପ କାର୍ଡ ବନି ପାରନ୍ତି ମହନ୍ତ ବାଲକନାଥ୍ । 

ଏ ବିଜୟ ଅଭୂତପୂର୍ବ- ପ୍ରଧାନମନ୍ତ୍ରୀ