Electrocution / ରାସ୍ତା ନିର୍ମାଣ ବେଳେ ଅଘଟଣ; ବିଦ୍ୟୁତ୍ ଆଘାତରେ ୮ ଶ୍ରମିକ ମୃ*ତ
·1 hour ago·2 min read

Key Points
ରାସ୍ତା ନିର୍ମାଣ ବେଳେ ଚାଲିଗଲା ପ୍ରାଣ । ଜଣେ କି ଦୁଇ ଜଣ ନୁହେଁ ରାସ୍ତା ନିର୍ମାଣରେ ନିୟୋଜିତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍ କରେଣ୍ଟ ଲାଗିବାରୁ ପ୍ରାଣ ହରାଇଛନ୍ତି ୮ ଜଣ ଶ୍ରମିକ । ଏଭଳି ଅଘଟଣ ରାଜସ୍ଥାନର ଝୁନଝୁନୁରେ ଘଟିଛି ।
ଜୟପୁର: ତିଆରି କରୁଥିଲେ ରାସ୍ତା । ଆଉ ସେହି ରାସ୍ତା ନିର୍ମାଣ ବେଳେ ଚାଲିଗଲା ପ୍ରାଣ । ଜଣେ କି ଦୁଇ ଜଣ ନୁହେଁ ରାସ୍ତା ନିର୍ମାଣରେ ନିୟୋଜିତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍ କରେଣ୍ଟ ଲାଗିବାରୁ ପ୍ରାଣ ହରାଇଛନ୍ତି ୮ ଜଣ ଶ୍ରମିକ । ଏଭଳି ଅଘଟଣ ରାଜସ୍ଥାନର ଝୁନଝୁନୁରେ ଘଟିଛି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଦୁଃଖଦ ଅଘଟଣକୁ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆହତଙ୍କୁ ଚିକିତ୍ସା ସହ ପ୍ରଭାବିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଏତେବଡ଼ ଅଘଟଣ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଉଦୟପୁର ବାଟି ଥାନା ଅଧିକାରୀ ରାମପାଲ କହିଛନ୍ତି, "ଛାପୋଲି ଗାଁରେ ସୋମବାର ଭୋର୍ ସମୟରେ ରାସ୍ତା ନିର୍ମାଣ କାମ ଚାଲିଥିଲା । ସେହି ସମୟରେ ବଜୁରି ମିଶ୍ରଣ ଗାଡ଼ି ଯିବାବେଳେ ତାହା ବିଦ୍ୟୁତ୍ ତାର ସମ୍ପର୍କରେ ଆସି କରେଣ୍ଟ ବ୍ଯାପି ଯାଇଥିଲା । ଆଉ କାର୍ଯ୍ୟରତ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ।"
ଏଥିସହ ପଢ଼ନ୍ତୁ: ‘ମେଡେ ମେଡେ’ କହି ଚିତ୍କାର କଲେ ପାଇଲଟ…ଆଖି ପିଛୁଳାକେ ଜଳିଗଲା ବିଜନେସ୍ ଜେଟ୍
ମିଳିଥିବା ସୂଚନା ଅନୁସାରେ, ଗାଁ ଦେଇ ଯାଇଥିବା ରାସ୍ତାକୁ ପକ୍କା କରାଯାଉଥିଲା । ବିଦ୍ୟୁତ୍ ତାର ଲାଗି ୮ ଜଣ ଶ୍ରମିକଙ୍କ ଜୀବନ ଯିବା ପରେ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ୮ ଜଣଙ୍କ ମୃତ୍ୟୁ ପାଇଁ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଗ୍ରାମବାସୀ ।
ମୃତ ଶ୍ରମିକମାନେ ହେଲେ ହରିରାମ ଗୁର୍ଜାର (୩୦), ମଙ୍ଗଳଚାନ୍ଦ ଗୁର୍ଜାର (୨୨), କାଳୁରାମ ଗୁର୍ଜାର (୨୯), ପୱନ ଗୁର୍ଜାର (୨୩), ବିଷ୍ଣୁ ସାଇନି (୩୮), ସୁରେନ୍ଦ୍ର ଓରଫ ସୁରେଶ ସାଇନି (୩୦) ଏବଂ ଫତେହଚାନ୍ଦ ସାଇନି (୩୨) । ମହେନ୍ଦ୍ର, ଗୀତା ଦେବୀ, ସନ୍ତାରା ଦେବୀ, ଗିଦା ରାମ ଓ ମଞ୍ଜୁ ଦେବୀ ଗୁରୁତର ଆହତ ହୋଇଛନ୍ତି ।
ଗ୍ରାମବାସୀଙ୍କ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟ ତାର ଗୁଡ଼ିକ ଗଛକୁ ଲାଗି ରହିଛି । ଅଭିଯୋଗ ପରେ ବି ବିଦ୍ୟୁତ୍ ବିଭାଗ କର୍ମଚାରୀ ଶୁଣୁ ନଥିଲେ । ଏପରିକି ସବଷ୍ଟେସନକୁ ପାୱାର୍ ସପ୍ଳାଏ ବନ୍ଦ କରିବାକୁ ଫୋନ୍ କରିବା ବେଳେ କେହି କର୍ମଚାରୀ ଉପସ୍ଥିତ ନଥିବା ଗ୍ରାମବାସୀ କହିଛନ୍ତି ।

झुंझुनूं में हुए हादसे में करंट लगने से श्रमिकों की असामयिक मृत्यु का समाचार दुखद है। संबंधित अधिकारियों को घायलों के समुचित उपचार एवं प्रभावित परिवारों को तत्काल हरसंभव सहायता उपलब्ध कराने तथा घटना की जांच के निर्देश दिए हैं। ईश्वर से प्रार्थना है कि दिवंगत आत्माओं को अपने श्रीचरणों में स्थान, घायलों को शीघ्र स्वास्थ्य लाभ तथा शोकाकुल परिजनों को यह असीम दुःख सहन करने का संबल प्रदान करें। ॐ शांति!
— Bhajanlal Sharma (@BhajanlalBjp) November 2, 2026
ଉଦୟପୁର ବାଟି ଥାନା ଅଧିକାରୀ ରାମପାଲ କହିଛନ୍ତି, "ଛାପୋଲି ଗାଁରେ ସୋମବାର ଭୋର୍ ସମୟରେ ରାସ୍ତା ନିର୍ମାଣ କାମ ଚାଲିଥିଲା । ସେହି ସମୟରେ ବଜୁରି ମିଶ୍ରଣ ଗାଡ଼ି ଯିବାବେଳେ ତାହା ବିଦ୍ୟୁତ୍ ତାର ସମ୍ପର୍କରେ ଆସି କରେଣ୍ଟ ବ୍ଯାପି ଯାଇଥିଲା । ଆଉ କାର୍ଯ୍ୟରତ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ।"
ଏଥିସହ ପଢ଼ନ୍ତୁ: ‘ମେଡେ ମେଡେ’ କହି ଚିତ୍କାର କଲେ ପାଇଲଟ…ଆଖି ପିଛୁଳାକେ ଜଳିଗଲା ବିଜନେସ୍ ଜେଟ୍
ମିଳିଥିବା ସୂଚନା ଅନୁସାରେ, ଗାଁ ଦେଇ ଯାଇଥିବା ରାସ୍ତାକୁ ପକ୍କା କରାଯାଉଥିଲା । ବିଦ୍ୟୁତ୍ ତାର ଲାଗି ୮ ଜଣ ଶ୍ରମିକଙ୍କ ଜୀବନ ଯିବା ପରେ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ୮ ଜଣଙ୍କ ମୃତ୍ୟୁ ପାଇଁ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଗ୍ରାମବାସୀ ।
ମୃତ ଶ୍ରମିକମାନେ ହେଲେ ହରିରାମ ଗୁର୍ଜାର (୩୦), ମଙ୍ଗଳଚାନ୍ଦ ଗୁର୍ଜାର (୨୨), କାଳୁରାମ ଗୁର୍ଜାର (୨୯), ପୱନ ଗୁର୍ଜାର (୨୩), ବିଷ୍ଣୁ ସାଇନି (୩୮), ସୁରେନ୍ଦ୍ର ଓରଫ ସୁରେଶ ସାଇନି (୩୦) ଏବଂ ଫତେହଚାନ୍ଦ ସାଇନି (୩୨) । ମହେନ୍ଦ୍ର, ଗୀତା ଦେବୀ, ସନ୍ତାରା ଦେବୀ, ଗିଦା ରାମ ଓ ମଞ୍ଜୁ ଦେବୀ ଗୁରୁତର ଆହତ ହୋଇଛନ୍ତି ।
ଗ୍ରାମବାସୀଙ୍କ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟ ତାର ଗୁଡ଼ିକ ଗଛକୁ ଲାଗି ରହିଛି । ଅଭିଯୋଗ ପରେ ବି ବିଦ୍ୟୁତ୍ ବିଭାଗ କର୍ମଚାରୀ ଶୁଣୁ ନଥିଲେ । ଏପରିକି ସବଷ୍ଟେସନକୁ ପାୱାର୍ ସପ୍ଳାଏ ବନ୍ଦ କରିବାକୁ ଫୋନ୍ କରିବା ବେଳେ କେହି କର୍ମଚାରୀ ଉପସ୍ଥିତ ନଥିବା ଗ୍ରାମବାସୀ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: