Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇ ସୁପରଷ୍ଟାର ସହ ନଜର ଆସିବେ ତେଲୁଗୁ ଷ୍ଟାର ରାଣା ଡଗୁବତୀ

National

ଦୁଇ ସୁପରଷ୍ଟାର ସହ ନଜର ଆସିବେ ତେଲୁଗୁ ଷ୍ଟାର ରାଣା ଡଗୁବତୀ

Jitendra Dash
Browse all articles by Jitendra Dash
·2 years ago·2 min read
ଦୁଇ ସୁପରଷ୍ଟାର ସହ ନଜର ଆସିବେ ତେଲୁଗୁ ଷ୍ଟାର ରାଣା ଡଗୁବତୀ

ଅର୍ଗସ ବ୍ୟୁରୋ : ଭାରତୀୟ ସି‌ନେମା ଜଗତର ଦୁଇ ସୁପଷ୍ଟାର ।  ୩୨ ବର୍ଷ ପରେ ପୁଣି ବଡ଼ ପରଦାରେ କରିବେ ଧମାଲ । ଉଭୟ ଗୋଟିଏ ଚଳଚ୍ଚିତ୍ରରେ କରିବେ ଅଭିନୟ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତୀୟ ଚଳଚ୍ଚିତ୍ର ଜଗତର ଦୁଇ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ । ଦୁଇ ମହାନାୟକ ଏକାଠି ନଜର ଆସିବେ ‘ଥଲାଇବର ୧୭୦’ । ଯାହାର ମଧ୍ୟ ପୋଷ୍ଟର ରିଲିଜ ହୋଇଯାଇଛି । ଦୁଇ ଅଭିନେତାଙ୍କ ବ୍ୟତୀତ ଏଥିରେ ତେଲୁଗୁ ଷ୍ଟାର ରାଣା ଡଗୁବତୀ ଏବଂ ମାଲାୟଲାମ ଷ୍ଟାର ଫହାଦ ଫାସିଲଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ ।

ଅମିତାଭ୍‌ ଏବଂ ରଜନୀକାନ୍ତଙ୍କୁ ପୂର୍ବରୁ ୧୯୯୧ରେ ହିନ୍ଦୀ ସିନେମା ‘ହମ୍‌’ରେ ଏକାଠି ନଜର ଆସିଥିଲେ । ଏହା ପୂର୍ବରୁ ୧୯୮୩ ମସିହାର ହିନ୍ଦୀ ଛବି ‘ଅନ୍ଧା କାନୁନ୍’ରେ ମଧ୍ୟ ରଜନୀକାନ୍ତ ଓ ଅମିତାଭ ଅଭିନୟ କରିଥିଲେ । ତେବେ ଦୁଇ ଅଭିନେତା ପରସ୍ପରର ପ୍ରଶଂସକ ରହି ଆସିଛନ୍ତି । ‘ଥଲାଇବର ୧୭୦’ ସିନେମା ପାଇଁ ଅମିତାଭ ବଚ୍ଚନଙ୍କ ଫଟୋ କଳାଧଳାରେ ଆସିଛି । ସେଥିରେ ଲେଖାଯାଇଛି ‘ଥଲାଇବର ୧୭୦ ଟିମ୍‌’ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲାଇକା ପ୍ରଡକସନ୍ସ ଏଥିରେ ଲେଖିଛି ଭାରତୀୟ ସିନେମାର ‌ଶାହନଶାହ ଅମିତାଭ ବଚ୍ଚନଙ୍କୁ ‘ଥଲାଇବର ୧୭୦’କୁ ସ୍ବାଗତ । ଅମିତାଭ ଅଭିନୟ କରିବା ଫଳରେ ସିନେମା ନୂଆ ଉଚ୍ଚତାରେ ପହଞ୍ଚିବ ବୋଲି କୁହାଯାଇଛି । ସେହିଭଳି ଫହଦଙ୍କ ପୋଷ୍ଟର ରିଲିଜ କରିବାକୁ ଯାଇ ଲେଖାଯାଇଛି ବହୁତ ଟ୍ୟାଲେଣ୍ଟେଡ ଏବଂ ଭର୍ସାଟାଇଲ ଅଭିନେତା ଫହଦ ଫାସିଲଙ୍କୁ ମଧ୍ୟ ସ୍ବାଗତ । ରାଣା ଡଗୁବାତୀଙ୍କ ଫଟୋରେ ଲେଖାଯାଇଛି ଡେପର ଏବଂ ସୁପରକୁଲ୍ ଟ୍ୟାଲେଣ୍ଟେଡ ରାଣା ଡଗୁବାତୀଙ୍କୁ ୱେଲକମ୍‌ ।

ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିବେ ଅନିରୁଦ୍ଧ ରବିଚନ୍ଦତ । ଏହି ଚଳଚ୍ଚିତ୍ରରେ ରିତିକା ସିଂ, ମଞ୍ଜୁ ୱାରିଅର୍ ଏବଂ ଦୁଶାରା ବିଜୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ରଜନୀକାନ୍ତଙ୍କୁ ନିକଟରେ ଜେଲରରେ ଦେଖିବାକୁ ମିଳିଥିଲା । ଯାହା ବକ୍ସ ଅଫିସରେ ସଫଳ ହୋଇଥିଲା । 

Sponsored
Rajinikanth And Amitabh Bachchan In A BTS Pic From Thalaivar 170 | Argus News