Videos
|
National

Rajnath Singh on Terrorism / ‘ଆତଙ୍କବାଦୀଙ୍କ ଘରେ ପଶି ମାରୁଛି ସେନା’, ଦିଲ୍ଲୀରେ ବଡ଼ ବୟାନ ଦେଲେ ରାଜନାଥ ସିଂହ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
‘ଆତଙ୍କବାଦୀଙ୍କ ଘରେ ପଶି ମାରୁଛି ସେନା’, ଦିଲ୍ଲୀରେ ବଡ଼ ବୟାନ ଦେଲେ ରାଜନାଥ ସିଂହ
Rajnath Singh

Key Points

ସେନାର ପରାକ୍ରମ ଉପରେ ପ୍ରଶ୍ନ କାହିଁକି ?
ଦିଲ୍ଲୀରେ ବିରୋଧୀଙ୍କୁ ରାଜନାଥଙ୍କ କଡ଼ା ଜବାବ
କହିଲେ, ‘ଆତଙ୍କବାଦୀଙ୍କ ଘରେ ପଶି ମାରୁଛି ସେନା’

ଆତଙ୍କବାଦୀ ଓ ନକ୍ସଲବାଦକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ଆତଙ୍କବାଦ ହେଉ କି ନକ୍ସଲବାଦ—ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଶକ୍ତି ବିରୋଧରେ ନିଆଯାଉଛି କଠୋର ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ । ଏପରିକି ଦେଶର ସେନା ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ନିପାତ କରୁଛି ବୋଲି କହିଛନ୍ତି ରାଜନାଥ ।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆତଙ୍କବାଦ ଓ ନକ୍ସଲବାଦ ବିରୋଧରେ ସରକାରଙ୍କ କଠୋର ନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଦୁଇ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ବିପଦ ବିରୋଧରେ ସରକାର ନିର୍ଣ୍ଣାୟକ ଏବଂ କଠୋର ପଦକ୍ଷେପ ନେଇଥିବା ସେ କହିଛନ୍ତି ।

ରାଜନାଥ ସିଂହ କହିଛନ୍ତି ଯେ ଭାରତୀୟ ସେନା ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ନିପାତ କରୁଛି । ଏହାର ଉଦାହରଣ ଦେଶବାସୀ ଦେଖିଛନ୍ତି ବୋଲି ସେ କହିଛନ୍ତି ।
ସେନାର ବୀରତ୍ୱ ଓ ପରାକ୍ରମକୁ ରାଜନୈତିକ ଫାଇଦା ପାଇଁ ପ୍ରଶ୍ନ କରୁଥିବା ଲୋକଙ୍କୁ ନେଇ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଦେଶର ସେନା ଯବାନଙ୍କ ସାହସ ଓ ବଳିଦାନକୁ ନେଇ ରାଜନୀତି ନକରିବାକୁ ସେ ଆହ୍ୱାନ ଦେଇଛନ୍ତି ।



ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଶାସନର ପର୍ଯ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି ରାଜନାଥ ସିଂହ । ଦେଶର ଏକତା, ସାର୍ବଭୌମତ୍ୱ ଏବଂ ନାଗରିକଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଥିବା ସେ କହିଛନ୍ତି ।

ସେହିପରି ନକ୍ସଲବାଦ ପ୍ରସଙ୍ଗରେ ମଧ୍ୟ ରାଜନାଥ ସିଂହ ବଡ଼ ଦାବି କରିଛନ୍ତି । ଭାରତ ଏବେ ନକ୍ସଲ ହିଂସାରୁ ମୁକ୍ତ ହୋଇଛି ଏବଂ ନକ୍ସଲବାଦର ଅନ୍ତ ଘଟିଛି ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ବାମପନ୍ଥୀ ଉଗ୍ରବାଦୀ ଏବଂ ସେମାନଙ୍କ ସମର୍ଥକମାନେ ଦାବି କରୁଥିଲେ ଯେ ଦାରିଦ୍ର୍ୟ କାରଣରୁ ନକ୍ସଲବାଦ ବଢ଼ିଥିଲା । କିନ୍ତୁ ଏହାର ବାସ୍ତବତା ଭିନ୍ନ ବୋଲି କହି ରାଜନାଥ ସିଂହ କହିଛନ୍ତି ଯେ ନକ୍ସଲବାଦ ଯୋଗୁଁ ହିଁ ଅନେକ ଅଞ୍ଚଳରେ ଦାରିଦ୍ର୍ୟ ବଢ଼ିଥିଲା ।
ଆଭ୍ୟନ୍ତରୀଣ ହେଉ କି ବାହ୍ୟ ସୁରକ୍ଷା, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର ସୁରକ୍ଷାକୁ ଶାସନର ମୁଖ୍ୟ ପ୍ରାଥମିକତା କରାଯାଇଛି ବୋଲି ମଧ୍ୟ ସେ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: