Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Rajnath Singh / "କିଏ ଜାଣେ, ସିନ୍ଧ ଭାରତକୁ ଫେରି ଆସିପାରେ...", ପାକିସ୍ତାନର ନିଜ ହଜେଇଲା ରାଜନାଥଙ୍କ ବୟାନ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
"କିଏ ଜାଣେ, ସିନ୍ଧ ଭାରତକୁ ଫେରି ଆସିପାରେ...", ପାକିସ୍ତାନର ନିଜ ହଜେଇଲା ରାଜନାଥଙ୍କ ବୟାନ

Key Points

ବଦଳିପାରେ ବର୍ଡର । ଭାରତକୁ ଫେରିପାରେ ସିନ୍ଧ । ପାକିସ୍ତାନର ନିଜ ହଜାଇଲା ରାଜନାଥଙ୍କ ବୟାନ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ସିନ୍ଧ ଅଞ୍ଚଳ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ଯାହା ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ରାଜନାଥ ସିଂହ କହିଛନ୍ତି ଯେ ସିନ୍ଧ ଅଞ୍ଚଳ ଆଜି ଭାରତ ସହିତ ନାହିଁ । କିନ୍ତୁ ସୀମା ପରିବର୍ତ୍ତନ ହୋଇପାରେ। ଏହି ଅଞ୍ଚଳ ଭାରତକୁ ଫେରିପାରେ । ସିନ୍ଧ ପ୍ରଦେଶ ସିନ୍ଧୁ ନଦୀ ନିକଟବର୍ତ୍ତୀ ଏକ ଅଞ୍ଚଳ । ୧୯୪୭ ମସିହାରେ ବିଭାଜନ ପରେ ଏହା ପାକିସ୍ତାନକୁ ଚାଲିଗଲା । ସେହି ଅଞ୍ଚଳରେ ରହୁଥିବା ସିନ୍ଧୀ ଲୋକମାନେ ଭାରତକୁ ଆସିଥିଲେ।

ସେ କହିଛନ୍ତି ଯେ ସିନ୍ଧ ଆଜି ଭୌଗୋଳିକ ଭାବରେ ଭାରତର ଅଂଶ ନୁହେଁ, କିନ୍ତୁ ସାଂସ୍କୃତିକ ଭାବରେ ଏହା ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ରହିବ ଏବଂ ଭବିଷ୍ୟତରେ ଏହା ଭାରତକୁ ଫେରିପାରେ। କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ କହିଛନ୍ତି, "ସିନ୍ଧର ଭୂମି ଆଜି ଭାରତର ଅଂଶ ନ ହୋଇପାରେ, କିନ୍ତୁ ସଭ୍ୟତା ଦୃଷ୍ଟିକୋଣରୁ ସିନ୍ଧ ସର୍ବଦା ଭାରତର ଅଂଶ ରହିବ । ଆଗକୁ ସୀମା ପରିବର୍ତ୍ତନ ହୋଇପାରେ । କିଏ ଜାଣେ, କାଲି ସିନ୍ଧ ପୁଣି ଥରେ ଭାରତକୁ ଫେରିପାରେ।" ମେ ମାସରେ ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ତାଙ୍କର ଏହି ବିବୃତ୍ତି ଆସିଛି ।

ସେ ଆହୁରି କହିଛନ୍ତି, "ମୁଁ ଏଠାରେ ଲାଲକୃଷ୍ଣ ଆଡଭାନୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିବାକୁ ଚାହେଁ। ସେ ତାଙ୍କ ଏକ ପୁସ୍ତକରେ ଲେଖିଛନ୍ତି ଯେ ସିନ୍ଧୀ ହିନ୍ଦୁମାନେ, ବିଶେଷକରି ତାଙ୍କ ପିଢ଼ିର ଲୋକମାନେ, ଏପର୍ଯ୍ୟନ୍ତ ଭାରତରୁ ସିନ୍ଧର ପୃଥକୀକରଣକୁ ଗ୍ରହଣ କରିନାହାଁନ୍ତି। କେବଳ ସିନ୍ଧରେ ନୁହେଁ, ସମଗ୍ର ଭାରତରେ ହିନ୍ଦୁମାନେ ସିନ୍ଧୁ ନଦୀକୁ ପବିତ୍ର ବୋଲି ମାନିଥାନ୍ତି। ସିନ୍ଧର ଅନେକ ମୁସଲମାନ ମଧ୍ୟ ବିଶ୍ୱାସ କରନ୍ତି ଯେ ସିନ୍ଧୁ ନଦୀର ଜଳ ମକ୍କାର ଜାମଜାମ ପାଣିଠାରୁ କମ୍ ପବିତ୍ର ନୁହେଁ। ଏହା ଆଡଭାନୀଙ୍କ ବକ୍ତବ୍ୟ।" ସେ ଆହୁରି ମଧ୍ୟ କହିଛନ୍ତି, "ଆଜି ସିନ୍ଧର ଲୋକମାନେ ଯେଉଁଠାରେ ରହୁଛନ୍ତି, ସେମାନେ ସର୍ବଦା ଆମର ନିଜର ରହିବେ।"

ଭାରତ POK କୁ ଫେରାଇ ନେବ

ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ କୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି POK କୁ ଫେରାଇ ନେବ । କାରଣ ଏହି ଅଞ୍ଚଳର ଲୋକମାନେ ସ୍ୱାଧୀନତା ଦାବି କରୁଛନ୍ତି । ଏହି ଅଞ୍ଚଳ ମନକୁ ମନ ଆମର ହୋଇଯିବ। ସେଠାରେ ଦାବି ଉଠିବା ଆରମ୍ଭ ହୋଇଛି, ଆପଣ ସ୍ଲୋଗାନ ଶୁଣିଥିବେ। POK ଜମ୍ମୁ ଏବଂ କାଶ୍ମୀରର ଏକ ଅଂଶ ଥିଲା, ଯାହାକୁ ୧୯୪୭ରେ ଭାରତ ଏବଂ ପାକିସ୍ତାନ ବିଭାଜନ ପରେ ହଠାତ୍ ପାକିସ୍ତାନୀ ସେନା ଏବଂ ବିଦ୍ରୋହୀମାନେ କବଜା କରିଥିଲେ। ଭାରତ ସହିତ ବିଲୟ ପତ୍ର ସ୍ୱାକ୍ଷର କରିବା ପରେ ଏହି ଅଞ୍ଚଳ ଯୁଦ୍ଧବିରତି ରେଖା ଯୋଗୁଁ ପାକିସ୍ତାନ ନିୟନ୍ତ୍ରଣକୁ ଆସିଗଲା। ଭାରତ ଏହାକୁ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମାନିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rajnath Singh’s Big Statement: “Sindh May Return to India” Sparks Uproar in Pakistan | Argus News