Ramayana Budget Revealed / ‘ରାମାୟଣ’ର ବଜେଟ୍କୁ ନେଇ ବଡ଼ ଖୁଲାସା, ରାମ ଗୋପାଳ କହିଲେ କେତେ ଖର୍ଚ୍ଚ ହୋଇଛି ଫିଲ୍ମରେ
·25 mins ago·2 min read

Key Points
‘ରାମାୟଣ’ଫିଲ୍ମର ବଜେଟ୍କୁ ନେଇ ବଡ଼ ଖୁଲାସା
ରାମ ଗୋପାଳ ବର୍ମା କହିଲେ ପ୍ରଥମ ଭାଗରେ ୮୦୦ କୋଟିରୁ କମ୍
ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ ଭାଗ ୧୦ ଗୁଣ ଅଧିକ ଆୟ କରିପାରେ

ମୁମ୍ବାଇ: ବକ୍ସ ଅଫିସରେ ଚର୍ଚ୍ଚାରେ ରଣବୀର କପୁର ଅଭିନୀତ ତଥା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାମାୟଣ’। ଫିଲ୍ମର ବଜେଟ୍ ଓ ଆୟକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏବେ ମୁହଁ ଖୋଲିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା। ଫିଲ୍ମର ବଜେଟ୍କୁ ନେଇ ହେଉଥିବା ବିଭିନ୍ନ ଦାବିକୁ ଖାରଜ କରିବା ସହ ଏହାର ପ୍ରକୃତ ଖର୍ଚ୍ଚ ସମ୍ପର୍କରେ ସେ ବଡ଼ ଖୁଲାସା କରିଛନ୍ତି।
ରାମ ଗୋପାଳ ବର୍ମାଙ୍କ କହିବା ଅନୁସାରେ, ନମିତ ମାଲହୋତ୍ରାଙ୍କ ଦୁଇ ଭାଗ ବିଶିଷ୍ଟ ‘ରାମାୟଣ’ର ପ୍ରଥମ ଭାଗ ନିର୍ମାଣରେ ୮୦୦ କୋଟି ଟଙ୍କାରୁ କମ୍ ଖର୍ଚ୍ଚ ହୋଇଛି। ଉଭୟ ଭାଗର ବଜେଟ୍ ୪,୦୦୦ କୋଟି ଟଙ୍କା ବୋଲି ହେଉଥିବା ଚର୍ଚ୍ଚାକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। ତାଙ୍କ ମତରେ, ଫିଲ୍ମର ନିର୍ମାଣ ଖର୍ଚ୍ଚକୁ କେବଳ ବାହାରୁ ଦେଖି ଆକଳନ କରିବା ଠିକ୍ ନୁହେଁ।
ପ୍ରଥମ ଭାଗର ଖର୍ଚ୍ଚ ୮୦୦ କୋଟିରୁ କମ୍
ନଭେମ୍ବର ୧୫ ତାରିଖରେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ବର୍ମା ନମିତ ମାଲହୋତ୍ରାଙ୍କ ଦୂରଦୃଷ୍ଟି ଓ ବ୍ୟବସାୟିକ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରଥମ ଭାଗର ନିର୍ମାଣ ଖର୍ଚ୍ଚ ୮୦୦ କୋଟି ଟଙ୍କାରୁ ସାମାନ୍ୟ କମ୍। ଏଥିରେ ବିଭିନ୍ନ ଡିଲ୍, ଟିକସ ସୁବିଧା ଓ ସବସିଡିର ଲାଭ ମଧ୍ୟ ରହିଛି। ସେହିପରି ଦୁଇଟି ଭାଗର ଖର୍ଚ୍ଚ ସମାନ ହେବ ବୋଲି ଭାବିବା ଭୁଲ୍। କାରଣ ଫିଲ୍ମର କାହାଣୀ, ଆକ୍ସନ୍ ସିକ୍ୱେନ୍ସ ଓ କ୍ଲାଇମାକ୍ସ ଅନୁସାରେ ନିର୍ମାଣ ଖର୍ଚ୍ଚରେ ବଡ଼ ପାର୍ଥକ୍ୟ ରହିପାରେ। ଏପରିକି କିଛି ଫିଲ୍ମର ମୋଟ ବଜେଟ୍ର ୫୦ ପ୍ରତିଶତ କେବଳ କ୍ଲାଇମାକ୍ସ ପାଇଁ ଖର୍ଚ୍ଚ ହୋଇଥାଏ ବୋଲି ସେ ଉଲ୍ଲେଖ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଏହି ଅଭିନେତ୍ରୀଙ୍କ ଉପରେ ରାଗିଲେ ଭାଇଜାନ୍, କହିଲେ- ‘ମୋ ସାମ୍ନାରେ...’
ପ୍ରଥମ ଭାଗର ଆୟରେ ପୂରଣ ହୋଇପାରେ ଦୁଇ ଭାଗର ଖର୍ଚ୍ଚ!
ବର୍ମାଙ୍କ ମତରେ, ‘ରାମାୟଣ’ର ପ୍ରଥମ ଭାଗର ଆୟ ଉଭୟ ଭାଗର ନିର୍ମାଣ ଖର୍ଚ୍ଚକୁ ପୂରଣ କରିବାର କ୍ଷମତା ରଖିଛି। ଏହା ବ୍ୟତୀତ ଓଟିଟି, ସାଟେଲାଇଟ୍ ଓ ଅନ୍ୟାନ୍ୟ ଅଣ-ନାଟ୍ୟ ଅଧିକାରରୁ ମଧ୍ୟ ନିର୍ମାତାଙ୍କୁ ଆୟ ମିଳିପାରିବ। ଫିଲ୍ମ ପାଇଁ ପ୍ରସ୍ତୁତ ହେଉଥିବା ସେଟ୍, ଭିଜୁଆଲ୍ ଇଫେକ୍ଟସ୍ ଓ ଅନ୍ୟାନ୍ୟ ସମ୍ପତ୍ତିକୁ ଭବିଷ୍ୟତରେ ସିକ୍ୱେଲ୍ ଏବଂ ଗେମିଂ ପ୍ରୋଜେକ୍ଟରେ ମଧ୍ୟ ବ୍ୟବହାର କରାଯାଇପାରିବ। କେବଳ ସେତିକି ନୁହେଁ, ବର୍ମା ନମିତ ମାଲହୋତ୍ରାଙ୍କୁ ଭାରତୀୟ ସିନେମାର ଜଣେ ବଡ଼ ମେଗା ଫିଲ୍ମ ନିର୍ମାତା ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ, ଏହି ପ୍ରୋଜେକ୍ଟ ଭାରତୀୟ ସିନେମାକୁ ଏକ ନୂଆ ସ୍ତରକୁ ନେଇଯିବାର କ୍ଷମତା ରଖିଛି।
ଅନ୍ୟପଟେ, ଫିଲ୍ମର ଦ୍ୱିତୀୟ ଭାଗ ପ୍ରଥମ ଭାଗ ତୁଳନାରେ ୧୦ ଗୁଣ ଅଧିକ ଆୟ କରିପାରେ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି। ତେବେ ଏହି ସବୁ ଆକଳନ ଓ ଦାବି ଉପରେ ନିର୍ମାତାଙ୍କ ପକ୍ଷରୁ ଅଧିକାରିକ ସ୍ପଷ୍ଟୀକରଣ ଆସିବା ବାକି ରହିଛି।

Related Topics
Explore more stories