Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୈଦାନରେ ଅରୁଣଙ୍କ ପାଇଁ ପ୍ରଚାର କଲେ ଦୀପିକା

Swayangprajna Mishra
Browse all articles by Swayangprajna Mishra
·2 years ago
ମୈଦାନରେ ଅରୁଣଙ୍କ ପାଇଁ ପ୍ରଚାର କଲେ ଦୀପିକା

ଅର୍ଗସ ବ୍ୟୁରୋ : ରାମଙ୍କ ପାଇଁ ସୀତାଙ୍କ ପ୍ରଚାର । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ଏତିକି ବେଳେ ବିଶାଳ ରୋଡ ସୋ’ରେ ବାହାରି ଭୋଟ ଭିକ୍ଷା କରିଛନ୍ତି ରାମାଣୟର ରାମ-ସୀତା ।

ଅଧିକ ପଢନ୍ତୁ ଭାରତ ଖବର

ସାଙ୍ଗରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ମଧ୍ୟ ସାମିଲ ହୋଇଥିଲେ । ଯାହାଙ୍କୁ ଦେଖିବାକୁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମିରଟ ସମେତ ଉତ୍ତରପ୍ରଦେଶର ୮ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ramayan's sita campaigning for ramayan's ram | Argus News