Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଅଯୋଧ୍ୟାରେ ରଙ୍ଗରେ ଭିଜିବେ ଭକ୍ତ ଆଉ ଭଗବାନ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ଅଯୋଧ୍ୟାରେ ରଙ୍ଗରେ ଭିଜିବେ ଭକ୍ତ ଆଉ ଭଗବାନ

ଅର୍ଗସ ବ୍ୟୁରୋ : ରାମଲାଲାଙ୍କୁ ଲାଗିବ ପ୍ରଥମ ହୋଲି । ଅଯୋଧ୍ୟାରେ ଆଜି ଭକ୍ତ ଭଗବାନଙ୍କ ଉଭୟ ରଙ୍ଗରେ ଭିଜିବେ । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ହୋଲି ଖେଳିବେ ରାମଲାଲା । ରାମଲାଲାଙ୍କୁ ରଙ୍ଗ ଲାଗିବା ଖୁସିରେ ଭକ୍ତମାନେ ମଧ୍ୟ ରଙ୍ଗର ପର୍ବକୁ ଖୁସିର ସହ ମନାଉଥିବା ଦେଖିବାକୁ ମିଳିଛି । ସମସ୍ତେ ଗୋଲାପୀ ରଙ୍ଗରେ ହୋଲି ମନାଉଥିବା ଦେଖିବାକୁ ମିଳିଛି । ତେବେ ହୋଲି ଉପଲକ୍ଷେ ଅନେକ ଭକ୍ତ ଅଯୋଧ୍ୟା ରାମଲାଲାଙ୍କ ଦର୍ଶନ ପାଇଁ ମଧ୍ୟ ଆସିଛନ୍ତି । 

ଅଧିକ ପଢନ୍ତୁ : ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ

ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଅଯୋଧ୍ୟାର ପ୍ରତ୍ୟେକ ଉତ୍ସବ ଆହୁରି ଆନନ୍ଦମୟ ହୋଇ ଯାଇଥିଲା । ଏବେ ହୋଲିକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅଯୋଧ୍ୟାବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Ramlala will have its first Holi today | Argus News