Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକାଠି ନଜର ଆସିଲେ ବାଘ-ଚିତା-କଲରା ପତ୍ରିଆ; ଭିଡ଼ିଓ ଭାଇରାଲ

National

Ranthambore Tiger Reserve / ଏକାଠି ନଜର ଆସିଲେ ବାଘ-ଚିତା-କଲରା ପତ୍ରିଆ; ଭିଡ଼ିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·1 month ago·2 min read
ଏକାଠି ନଜର ଆସିଲେ ବାଘ-ଚିତା-କଲରା ପତ୍ରିଆ; ଭିଡ଼ିଓ ଭାଇରାଲ
Ranthambore Tiger Reserve

Key Points

ରଣଥମ୍ବୋର ବ୍ୟାଘ୍ର ଅଭୟାରଣ୍ୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ​​ଯେତେବେଳେ ବାଘ ସହ ଚିତା ଏବଂ ଅନ୍ୟ କଲରା ପତ୍ରିଆ ବାଘ ଏକାଠି ନଜର ଆସିଥିଲେ।

Ranthambore Tiger Reserve Viral Video: ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାରେ ଅବସ୍ଥିତ ରଣଥମ୍ବୋର ବ୍ୟାଘ୍ର ଅଭୟାରଣ୍ୟ ଏବେ ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଏକ ନୂତନ ଉତ୍ସାହର କେନ୍ଦ୍ର ପାଲଟିଛି। ଆଉ ଏହା ପଛରେ ରହିଥିବା କାରଣ ହେଉଛି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଥିବା ଚିତାବାଘ KP-2 ଯିଏ ଏଠାରେ ବାଘୁଣୀ ରହିଥି୍ବା ଅଞ୍ଚଳରେ ପ୍ରବେଶ କରିସାରିଛି। ବନ ବିଭାଗ ଟିମ୍ ଏହାକୁ ଜୋନ୍-୯ ଠାରେ ଦେଖିଛି, ସେହି ଅଞ୍ଚଳ ଯେଉଁଠାରେ ବାଘୁଣୀ T-127 ର ଗତିବିଧି ରହିଛି। ଆଉ ଏବେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଜୋନ୍-୯ ଠାରେ ଏକ ବାଘ ସହିତ ଅନ୍ୟ ଏକ ଚିତା ଏବଂ ଆଉ ଏକ କଲରା ପତ୍ରିଆ ବାଘ ଦେଖିବାକୁ ମିଳିଥିଲା। ଏହି ବିରଳ ଘଟଣା ବନ୍ୟାପ୍ରାଣୀ ବିଶେଷଜ୍ଞଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। କାରଣ ଗୋଟିଏ ସ୍ଥାନରେ ବାଘ, ଚିତା, କଲରା ପତ୍ରିଆ ପରସ୍ପରକୁ ଭେଟିବା ପରେ କ'ଣ ହେବ ତାହା ଉପରେ ରହିଛି ନଜର।

ପର୍ଯ୍ୟଟକଙ୍କ କ୍ୟାମେରା କଏଦ ହୋଇଛି ଏହି ବିରଳ ଘଟଣା
ଏହି ଦୃଶ୍ୟ ରଣଥମ୍ବୋର ବ୍ୟାଘ୍ର ଅଭୟାରଣ୍ୟ ପରିଦର୍ଶନରେ ଆସିଥିବା ପର୍ଯ୍ୟଟକଙ୍କୁ ମଧ୍ୟ ରୋମାଞ୍ଚିତ କରିଥିଲା। ଗତ ରବିବାର (ଅପ୍ରେଲ ୧୯) ଏକ ବାଘ ସଫାରୀ ଠାରେ ପର୍ଯ୍ୟଟକ ଏହି ଦୃଶ୍ୟକୁ କଏଦ କରିଥିଲେ। ଏଠାରେ ବାଘ ସହ ଚିତା KP-2 ଏବଂ କଲରା ପତ୍ରିଆ ବାଘକୁ ଏକାଠି ଦେଖିବାକୁ ମିଳିଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଅନୁଯାୟୀ ବାଘ ପରିବାରର ଏହି ୩ ସଦସ୍ୟଙ୍କୁ ସାଧାରଣତଃ ପରସ୍ପରର ଶତ୍ରୁ ଭାବରେ ବିବେଚନା କରାଯାଏ। ହେଲେ ତଥାପି ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାଘ, ଚିତାବାଘ ଏବଂ କଲରା ପତ୍ରିଆ ବାଘ ପରସ୍ପର ଠାରୁ ଯଥେଷ୍ଟ ଦୂରତାରେ ନଜର ଆସୁଥିଲା।

ଚିତାର ଗତିବିଧି ଉପରେ ରଖାଯାଉଛି ନିରନ୍ତର ନଜର

ରଣଥମ୍ବୋର ଡିଏଫଓ ମାନସ ସିଂହଙ୍କ କହିବା ଅନୁଯାୟୀ ଚିତାବାଘ କେପି-୨ ଫେବୃଆରୀ ୧୪ ତାରିଖରେ ରାଜସ୍ଥାନରେ ପ୍ରବେଶ କରିଥିଲା। ଚମ୍ବଲ ନଦୀ ପାର ହୋଇ ରଣଥମ୍ବୋର ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଥିଲା। ବିଗତ ତିନି ଚାରି ଦିନ ଧରି ଏହାର ଗତିବିଧି ଜୋନ୍-୯ ଠାରେ ରହିଛି। ବାଘୁଣୀ ଟି-୧୨୭, ବାଘ ଟି-୧୦୮ ଏବଂ ଅନେକ ଚିତାବାଘ ମଧ୍ୟ ନିୟମିତ ଭାବରେ ଏହି ଜୋନ୍ ମଧ୍ୟରେ ଯିବା ଆସିବା କରିଥାନ୍ତି। ବନ ବିଭାଗ ଦଳ ୨୪×୭ ଚିତାବାଘ ଉପରେ ନଜର ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Viral Video: Rare Staredown Between Tiger, Leopard, and Cheetah in Ranthambore | Argus News