Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Similipal Black Tiger / ନ୍ୟାସନାଲ ଜିଓଗ୍ରାଫିକ କଭର ପେଜ୍‌ରେ ଶିମିଳିପାଳର ବିରଳ କଳାବାଘ

Ritu Das
Browse all articles by Ritu Das
·9 months ago·2 min read
ନ୍ୟାସନାଲ ଜିଓଗ୍ରାଫିକ କଭର ପେଜ୍‌ରେ ଶିମିଳିପାଳର ବିରଳ କଳାବାଘ

Key Points

ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତ୍ତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ।

ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତ୍ତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର ମାସର ସଂସ୍କରଣ ପାଇଁ କଭର ପେଜ୍‌ ଭାବେ ସ୍ଥାନିତ ହୋଇଛି। ଏହା ବିଶ୍ୱର ସବୁଠାରୁ ଦୁର୍ଲଭ ବାଘ ମଧ୍ୟରୁ ଅନ୍ୟତମ।
ଏହି ପ୍ରକାରର କଳାବାଘ କେବଳ ଶିମିଳିପାଳରେ ଦେଖାଯାଆନ୍ତି ବୋଲି ପ୍ରସନ୍‌ଜିତ କହିଛନ୍ତି। ସେ କହିଛନ୍ତି, ଜଣେ ଏକ୍ସପ୍ଲୋରର ଏବଂ ନ୍ୟାଶନାଲ ଜିଓଗ୍ରାଫିକ୍‌ର ଫଟୋଗ୍ରାଫର ଭାବେ ଦୀର୍ଘ ମାସ ଧରି ଶିମିଳିପାଳ ଜଙ୍ଗଲରେ ବୁଲିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା।


ଅଧିକ ପଢ଼ନ୍ତୁ ଭାରତ ସମ୍ପର୍କିତ ଖବର...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

“The Tigers Who Changed Their Stripes” ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେଶିତ। ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର୍ ଓ ଫଟୋଗ୍ରାଫର୍ ଶ୍ରୀ ପ୍ରସେନଜିତ ଯାଦବ ଅନେକ ଦିନଧରି ଶିମିଳିପାଳର ଘନ ଜଙ୍ଗଲ ମଧ୍ୟରେ ବାଘମାନଙ୍କର ଗତିବିଧି ଲକ୍ଷ କରିବା ସହ ବିରଳ କଳାବାଘ ଉପରେ ନ୍ୟାସନାଲ୍ ଜିଓଗ୍ରାଫିକର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଲା ଭଳି ଏକ ଚମତ୍କାର କାହାଣୀ ରଚନା କରିଛନ୍ତି। କାହାଣୀକୁ ଅଧିକ ଆକର୍ଷଣୀୟ କରିଛି ତାଙ୍କ ଦ୍ୱାରା ଘନ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଶିଉଳିମୟ ପଥର ଉପରୁ ନିର୍ବାକ ହୋଇ କ୍ୟାମେରାକୁ ଅନେଇରହିଥିବା କଳାବାଘର ପ୍ରଚ୍ଛଦ ପଟର ଚିତ୍ର । ତାଙ୍କୁ ଏହି କାର୍ଯ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମସ୍ତ ପ୍ରକାର ସହଯୋଗ କରିଛି ।


ବିଭାଗ ଦ୍ୱାରା ପ୍ରଦତ୍ତ ସମସ୍ତ ସହଯୋଗ ପାଇଁ ଶ୍ରୀ ଯାଦବ ବିଭାଗ ଏବଂ ସରକାରଙ୍କୁ ସାଧୁବାଦ ଜଣାଇବା ସହ ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟର ମନଲୋଭା ପ୍ରକୃତି, ଶାନ୍ତ-ସରଳ ଜନସାଧାରଣ ଓ ସର୍ବୋପରି ବିରଳ କଳାବାଘ ତାଙ୍କୁ ଅଭିଭୂତ କରିଛି ବୋଲି ସେ ପ୍ରକାଶ କରିଛନ୍ତି। ନ୍ୟାସନାଲ୍ ଜିଓଗ୍ରାଫିକ୍ ମାଗାଜିନ ଦ୍ୱାରା ମୟୁରଭଞ୍ଜର ବିରଳ କଳାବାଘଙ୍କ କାହାଣୀ ବିଶ୍ୱର କୋଟି କୋଟି ଲୋକ ପଢିବେ ଏବଂ ଓଡିଶା ଓ ଏହାର ପ୍ରାକୃତିକ ବିଭବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିବେ । ଅତଏବ, ଏଭଳି ଏକ ବିଶ୍ୱସ୍ତରୀୟ ପତ୍ରିକାରେ ବିରଳ କଳାବାଘଙ୍କ କାହାଣୀ ସ୍ଥାନ ପାଇବା ତାହା ପୁଣି ପ୍ରଚ୍ଛଦପଟରେ, ଓଡିଶା ପାଇଁ କିଛି କମ ଗର୍ବର କଥା ନୁହେଁ । ଓଡିଶା ଏକମାତ୍ର ସ୍ଥାନ ଯେଉଁଠି କଳାବାଘ ଅଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରକାଶ କରିଛନ୍ତି ।

Sponsored
Rare Black Tiger from Similipal Featured on National Geographic Cover | Argus News | Argus News