Videos
|
National

Psammophis Schokari spotted in Gujarat / ୧୫୦ ବର୍ଷ ପରେ ନଜର ଆସିଲା ବିରଳ ସାପ ପ୍ରଜାତିର ସାପ; ବନ ଅଧିକାରୀ ସେୟାର କଲେ ଫଟୋ

Subhramjit Ray
Browse all articles by Subhramjit Ray
·1 hour ago·2 min read
୧୫୦ ବର୍ଷ ପରେ ନଜର ଆସିଲା ବିରଳ ସାପ ପ୍ରଜାତିର ସାପ; ବନ ଅଧିକାରୀ ସେୟାର କଲେ ଫଟୋ
Psammophis Schokari Snake

Key Points

ଏହି ସପକୁ ପ୍ରାୟ ୧୫୦ ବର୍ଷ ପୂର୍ବେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା।
ସଦ୍ୟ ଗୁଜରାଟ ବନ ବିଭାଗ ଏକ ଅତ୍ୟନ୍ତ ବିରଳ ପ୍ରଜାତିର ସାପକୁ ଠାବ କରିଛି। ଏହି ପ୍ରଜାତିର ସାପକୁ ଶେଷ ଥର ପାଇଁ ୧୫୦ ବର୍ଷ ପୂର୍ବେ ଦେଖାଯାଇଥିଲା। ଏହି ସାପ ରାଜ୍ୟର ଭୁଜ ନିକଟସ୍ଥ କଚ୍ଛ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଚଳିତ ମାସ ଆରମ୍ଭରେ କଚ୍ଛ ଅଞ୍ଚଳର ଏକ ପାହାଡି଼ଆ ଏବଂ ବର୍ଷା ଜଳପୂର୍ଣ୍ଣ ଅଞ୍ଚଳ କାଲା ଡୁଙ୍ଗର ନିକଟରେ ପାଟ୍ରୋଲିଂ କରି ଫେରୁଥିବା ଜଣେ ଯୁବ ବନ ଅଧିକାରୀ ଏପରି ଅଜବ ଧରଣର ସାପକୁ ଦେଖିଥିଲେ।

ସାପକୁ ଦେଖିବା ପରେ ଅଧିକାରୀ ତୁରନ୍ତ ତାଙ୍କ ଗାଡ଼ିକୁ ଅଟକାଇଲେ। ଯେତେବେଳେ ସେ ତଳକୁ ଓହ୍ଲାଇ ଦେଖିଲେ, ସେ ଭୂମିରେ ଏକ ସାପ ଘସି ଘସି ଘସି ଯାଉଥିବା ଦେଖିଲେ। ଯାହାକୁ ପୂର୍ବରୁ ସେ କେବେ ଦେଖି ନଥିଲେ। ଅଧିକାରୀ ଜଣକ ଦ୍ୱନ୍ଦ୍ୱରେ ପଡ଼ିଗଲେ ଯେ ଏହା କେଉଁ ପ୍ରକାରର ସାପ, ଯାହାକୁ ପୂର୍ବରୁ ସେ କେବେ ଦେଖି ନଥିଲେ। ସେ ତୁରନ୍ତ ଫଟୋ ଉଠାଇ ଏହାର ଏକ ଭିଡ଼ିଓ ରେକର୍ଡିଂ କରିଥିଲେ। ବନ ବିଭାଗ ଅଧିକାରୀ ଏହି ଫଟୋ ଏବଂ ଭିଡିଓ ବିଶେଷଜ୍ଞଙ୍କ ନିକଟକୁ ପଠାଇ, ସେମାନଙ୍କୁ ଏହି ସାପକୁ ଚିହ୍ନଟ କରିବାକୁ କହିଥିଲେ। 


ବିରଳ ସାପର ନାମ ହେଉଛି "ସମୋଫିସ୍ ଶୋକାରୀ"
ବିଶେଷଜ୍ଞ ନିର୍ଣ୍ଣୟ କରିଥିଲେ ଯେ ଏହି ସାପ ଏକ ଆଫ୍ରୋ-ଏସୀୟ ପ୍ରଜାତିର ବାଲିରେ (Afro-Asian Sand Snake) ବିଚରଣ କରୁଥିବା ସାପ ଥିଲା। ସେମାନେ କହିଥିଲେ ଯେ ଏହି ସାପର ନାମ ହେଉଛି "ସମୋଫିସ୍ ଶୋକାରୀ" (Psammophis Schokari)। ଏହି ସାପକୁ ଶେଷ ଥର ପାଇଁ ୧୫୦ ବର୍ଷ ପୂର୍ବେ ଦେଖାଯାଇଥିଲା। ଜୀବାଶ୍ମ ବିଜ୍ଞାନୀ ଫର୍ଡିନାଣ୍ଡ ଷ୍ଟୋଲିଜ୍କା ୧୮୭୨ ମସିହାରେ କଚ୍ଛ ଅଞ୍ଚଳରେ ଏହି ସାପର ଉପସ୍ଥିତି ସମ୍ପର୍କରେ ରେକର୍ଡ଼ କରିଥିଲେ। ବିଶେଷଜ୍ଞ କହିଛନ୍ତି ଯେ ଏହି ସାପ ଗୁଜୁରାଟ ଠାରୁ ନେଇ ପଶ୍ଚିମ ଏସିଆର ବିସ୍ତୃତ ଅଂଶ ଏବଂ ଉତ୍ତର ଏବଂ ପୂର୍ବ ଆଫ୍ରିକାର ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ଶୁଷ୍କ ଅଞ୍ଚଳରେ ଦେଖାଯାଏ। ଏହାର ଶରୀର ଖୁବ ପତଳା।

ବନ ବିଭାଗ ଅଧିକାରୀ ଦେଖିଥିଲେ ଏହି ବିରଳ ସାପ
ଏହି ବିରଳ ସାପକୁ ଦେଖିଥିବା ବନ ବିଭାଗ ଅଧିକାରୀ ହେଉଛନ୍ତି ୩୨ ବର୍ଷୀୟ ଜୟେଶ ଡୁମଡିଆ। ସେ ଗୁଜୁରାଟ ବନ ବିଭାଗର ଭୁଜ ଉତ୍ତର ରେଞ୍ଜ ଠାରେ ରେଞ୍ଜ ଫରେଷ୍ଟ ଅଧିକାରୀ ଭାବରେ କାର୍ଯ୍ୟରତ। ତାଙ୍କ କହିବା ଅନୁଯାୟୀ, ତାଙ୍କ ଗାଡ଼ିରେ ପଶି ଆସିଥିବା ଅନ୍ୟ ଏକ ସାପକୁ ଧରିବାକୁ ଚେଷ୍ଟା କରିବା ସମୟରେ ସେ ଏହି ବିରଳ ସାପକୁ ଦେଖିଥିଲେ। ସୂଚନା ଅନୁଯାୟୀ, ଏହି ଘଟଣା ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟାରେ ଘଟିଥିଲା। ଡ୍ୟୁଟି ସାରି ଫେରିବା ସମୟରେ ଅଧିକାରୀ ଏକ କଳା ମୁଣ୍ଡିଆ ସାପକୁ ଦେଖିଥିଲେ। ଏହାକୁ ଦେଖି ସେ ଅଟକି ଯାଇଥିଲେ ଏବଂ ଏହାର ଭିଡି଼ଓ ରେକର୍ଡିଂ କରିଥିଲେ। ଏହି କଳା ମୁଣ୍ଡିଆ ସାପକୁ ଫିସରର ରାଜକୀୟ ସାପ (Black Headed Royal Snake) ମଧ୍ୟ କୁହାଯାଏ। ଏହି ସାପ ବଡ଼ ଏବଂ ବିଷାକ୍ତ ନୁହେଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: