Raw Milk Health Risks / କ୍ଷୀର ପିଇବାରୁ ୩୩ ବର୍ଷୀୟ ଯୁବକଙ୍କ ହୋଇ ଯାଇଥାନ୍ତା ହାର୍ଟ ଫେଲ୍ !
·44 mins ago·2 min read

Key Points
୩୩ ବର୍ଷୀୟ ଜଣେ ଯୁବକଙ୍କ ଏକ ମେଡିକାଲ୍ କେସ୍କୁ ନେଇ କଞ୍ଚା କ୍ଷୀର ପିଇବାର ବିପଦ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରାୟ ୨୦ ଦିନ ଧରି ଜ୍ୱର ରହିବା ପରେ ଯୁବକଙ୍କ ହାର୍ଟ ଫେଲ୍ୟୁଅର ଆଡ଼କୁ ଯାଇଥିବା ଡାକ୍ତର ଦାବି କରିଛନ୍ତି ।
ନୂଆଦିଲ୍ଲୀ: କ୍ଷୀରକୁ ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଭାବେ ଧରାଯାଏ କିନ୍ତୁ କ୍ଷୀର କଞ୍ଚା ଥିଲେ ଏଥିରେ ଥିବା କିଛି ଜୀବାଣୁ ଶରୀର ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏବେ ୩୩ ବର୍ଷୀୟ ଜଣେ ଯୁବକଙ୍କ ଏକ ମେଡିକାଲ୍ କେସ୍କୁ ନେଇ କଞ୍ଚା କ୍ଷୀର ପିଇବାର ବିପଦ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ରିପୋର୍ଟ ଅନୁସାରେ, ଡାକ୍ତର ଶାଲିନୀ ସିଂହ ସାଲୁଙ୍କେ ସୋସିଆଲ୍ ମିଡିଆରେ ଏହି ମେଡିକାଲ୍ କେସ୍ ବିଷୟରେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ଡାକ୍ତର ଶାଲିନୀ ପୋଷ୍ଟ କରିଥିବା ଭିଡିଓରେ ଦାବି କରିଛନ୍ତି ଯେ, ୩୩ ବର୍ଷୀୟ ରମେଶଙ୍କୁ ବ୍ରୁସେଲୋସିସ୍ ଇନ୍ଫେକ୍ସନ୍ ହୋଇଥିଲା । ପ୍ରାୟ ୨୦ ଦିନ ଧରି ଜ୍ୱର ରହିବା ପରେ ତାଙ୍କର ହାର୍ଟ ଫେଲ୍ୟୁଅର ଆଡ଼କୁ ଯାଇଥିବା ଡାକ୍ତର ଦାବି କରିଛନ୍ତି । ତେବେ ଏହି କେସ୍ର କୌଣସି ସ୍ୱତନ୍ତ୍ର ଯାଞ୍ଚ କରାଯାଇ ନଥିଲା ।
କ’ଣ ଏହି ବ୍ରୁସେଲୋସିସ୍ ?
ବ୍ରୁସେଲୋସିସ୍ ହେଉଛି ‘Brucella’ ନାମକ ବ୍ୟାକ୍ଟେରିଆରୁ ହେଉଥିବା ଏକ ସଂକ୍ରମଣ । ସଂକ୍ରମିତ ପଶୁ କିମ୍ବା ତା’ଠାରୁ ମିଳୁଥିବା ଦୂଷିତ ଖାଦ୍ୟ ମାଧ୍ୟମରେ ମଣିଷଙ୍କୁ ଏହା ହୋଇପାରେ । ବିଶେଷକରି ପାସ୍ତୁରାଇଜ୍ ହୋଇନଥିବା କଞ୍ଚା କ୍ଷୀର ଓ ଏଥିରୁ ତିଆରି ଡାଏରୀ ଉତ୍ପାଦ ଏହି ସଂକ୍ରମଣର ଏକ ସମ୍ଭାବ୍ୟ ଉତ୍ସ ।
CDC ଅନୁସାରେ, ବ୍ରୁସେଲୋସିସ୍ରେ ଜ୍ୱର ସହ ଶରୀରରେ ଥକ୍କାପଣ, ରାତିରେ ଝାଳ ବୋହିବା, ମୁଣ୍ଡ ବିନ୍ଧା ହେବା, ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଦେଇପାରେ । କିଛି କ୍ଷେତ୍ରରେ ଏହି ସଂକ୍ରମଣ ହୃଦୟରେ ମଧ୍ୟ ପ୍ରଭାବ ପକାଇପାରେ ।
କଞ୍ଚା କ୍ଷୀରକୁ ନେଇ କାହିଁକି ସତର୍କତା?
କଞ୍ଚା କ୍ଷୀରରେ Brucella ସହିତ Campylobacter, E. coli, Listeria ଓ Salmonella ଭଳି ହାନିକାରକ ଜୀବାଣୁ ରହିପାରନ୍ତି । ପାସ୍ତୁରାଇଜେସନ୍ ପ୍ରକ୍ରିୟାରେ କ୍ଷୀରକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗରମ କରି ଏଭଳି ହାନିକାରକ ଜୀବାଣୁକୁ ନଷ୍ଟ କରି ଦିଆଯାଏ ।
ଏଥିସହ ପଢ଼ନ୍ତୁ: ପର ଘରେ ବାସନ ମାଜନ୍ତି ମାଆ, ଝିଅ ଏବେ ଡାକ୍ତର; ଚଷା ପୁଅ ବେକରେ ଷ୍ଟେଥୋସ୍କୋପ୍
ସେଥିପାଇଁ କ୍ଷୀର ପିଇବା ସମୟରେ ପାସ୍ତୁରାଇଜ୍ କରାଯାଇଥିବା କ୍ଷୀର ଓ ଡାଏରୀ ଉତ୍ପାଦ ବାଛିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ସଂସ୍ଥାଗୁଡ଼ିକ ପରାମର୍ଶ ଦେଇଥାନ୍ତି । କଞ୍ଚା କ୍ଷୀର କିମ୍ବା ପାସ୍ତୁରାଇଜ୍ ହୋଇନଥିବା ଡାଏରୀ ଉତ୍ପାଦ ନେବାରୁ ବ୍ରୁସେଲୋସିସ୍ ସମେତ ବିଭିନ୍ନ ସଂକ୍ରମଣର ଆଶଙ୍କା ରହିଥାଏ ।
ଲକ୍ଷଣକୁ ଅଣଦେଖା କରନ୍ତୁନି
ଚାଲିବା କିମ୍ବା ସାଧାରଣ କାମ କରିବା ବେଳେ ଅଧିକ ଧଇଁସଇଁ ଲାଗିବା, ଶୋଇବା ବେଳେ ଶ୍ଵାସ ନେବାରେ କଷ୍ଟ, ପାଦ ଓ ଗୋଡ଼ ଫୁଲିବା, ଅଧିକ କ୍ଳାନ୍ତ ଲାଗିବା, ଲଗାତାର କାଶ ଓ ହୃଦସ୍ପନ୍ଦନ ଅନିୟମିତ ଲାଗିବା ଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
ସେହିପରି ଦୀର୍ଘ ସମୟ ଧରି ଏସିଡିଟିର ସମସ୍ୟା ରହିଲେ ନିଜେ ନିଜେ ଦୀର୍ଘଦିନ ଔଷଧ ଖାଇବା ପରିବର୍ତ୍ତେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କଞ୍ଚା କ୍ଷୀର ପିଇବା ଅଭ୍ୟାସ ଥିଲେ ମଧ୍ୟ ଏହାକୁ ଏଡ଼ାଇବା ଏବଂ ପାସ୍ତୁରାଇଜ୍ କ୍ଷୀର ବ୍ୟବହାର କରିବା ସୁରକ୍ଷିତ ବିକଳ୍ପ ଅଟେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories