Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପେଟିଏମକୁ ଝଟକା : ଆଉ ହୋଇ ପାରିବନି ନେଣଦେଣ

National

ପେଟିଏମକୁ ଝଟକା : ଆଉ ହୋଇ ପାରିବନି ନେଣଦେଣ

Jitendra Dash
Browse all articles by Jitendra Dash
·2 years ago·1 min read
ପେଟିଏମକୁ ଝଟକା : ଆଉ ହୋଇ ପାରିବନି ନେଣଦେଣ

ଅର୍ଗସ ବ୍ୟୁରୋ : ପେଟିଏମକୁ ଲାଗିଲା ବଡ଼ ଝଟକା । କଟକଣା ଲଗାଇଲା ଆରବିଆଇ । ଯାହା ଫଳରେ ପେଟିଏମରେ ଆଉ ଯୋଡ଼ି ହୋଇ ପାରିବେନି ନୂଆ ଗ୍ରାହକ । ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍‌ରେ ହୋଇପାରିବନି ନେଣଦେଣ । ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତିଷ୍ଠିତ କମ୍ପାନି ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଇଛି ।

ଅଧିକ ପଢନ୍ତୁ ଭାରତ ଖବର

ବୁଧବାର କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ ଅନେକ ନିୟମ ଉଲ୍ଲଂଘନ କରୁଛି । ଅଡିଟ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ନିଷେଧାଦେଶ ପରେ ଗ୍ରାହକମାନେ ନିଜ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ ଏବଂ ଆରବିଆଇ ୱାଲେଟ, ଫାସ୍ଟ୍ୟାଗ୍ ଏବଂ ଏନସିଏମସି କାର୍ଡ ଟପ୍ ଅପ୍ କରିପାରିବେ ନାହିଁ । ତେବେ ଗ୍ରାହକଙ୍କୁ ଟଙ୍କା ଉଠାଇବା ପାଇଁ ଅନୁମତି ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RBI imposes major business restrictions on Paytm Payments Bank | Argus News