Delhi Blast / ଲାଲକିଲ୍ଲା ନିକଟରେ ଆକ୍ରମଣ ପୂର୍ବରୁ ମସଜିଦ୍ ଯାଇଥିଲା ମୁଖ୍ୟ ସନ୍ଦିଗ୍ଧ ଡାକ୍ତର ଉମର ନବି….ଫେରିବାପରେ ଲୋକଙ୍କ ଜୀବନ ନେଲା
·8 months ago·3 min read

Key Points
ମୟ ଗଡ଼ିବା ପରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର 1 ନିକଟରେ ଧୀର ଗତିରେ ଚାଲୁଥିବା ହୁଣ୍ଡାଇ i20 ଭିଡ଼ ଭିତରେ ଭୟଙ୍କର ଭାବେ ବିସ୍ଫୋରଣ ହୋଇଥିଲା ।
ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ବଡ଼ ଖୁଲାସା ହୋଇଛି। ଯାଞ୍ଚରୁ ଜଣାପଡ଼ିଛି ଯେ, ସନ୍ଦିଗ୍ଧ ଡ. ଉମର ନବୀ ବିସ୍ଫୋରଣର ତିନି ଘଣ୍ଟା ପୂର୍ବରୁ ମସଜିଦରେ ଥିଲା। ପୋଲିସ ସନ୍ଦେହ କରିଛି ଯେ, ସେଠାରେ ଥାଇ ବଡ଼ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିଲା।
ମସଜିଦରୁ ଫେରି ନରସଂହାର କଲା
ଦିଲ୍ଲୀ ପୋଲିସ ଯାଞ୍ଚରୁ ସୂଚନା ଦେଇଛି ଯେ, ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିବା ସନ୍ଦିଗ୍ଧ ଡା. ଉମର ନବୀ ଅଲ ଫଲାହ ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ ବିସ୍ଫୋରଣ ପୂର୍ବରୁ ଉମର ଅପରାହ୍ନ ପ୍ରାୟ ୨ଟା ୩୦ରେ ଫେୈଜ ଇଲାହୀ ମସଜିଦକୁ ଯାଇଥିଲା ଏବଂ ସେଠାରେ ୧୦ରୁ ୧୫ମିନିଟ ସେଠାରେ କଟାଇଥିଲା। ତା'ପରେ ସେହିଠାରୁ ସନ୍ଦିଗ୍ଧ ଲାଲକିଲ୍ଲାର ସୁନେହରୀ ମସଜିଦ ରୋଡକୁ ଯାଇଥିଲା। ମସଜିଦରେ ସବୁଦିନ ଭଳି ୧୦-୧୫ ମିନିଟ ମଧ୍ୟରେ ନମାଜ ପଢ଼ିବାପରେ ନରସଂହାର କରିବାକୁ ବାହାରିଥିଲା। ସେଠାରେ ଜଣେ ବ୍ୟକ୍ତି କହିଛନ୍ତି ଆମେ ଜାଣି ନ ଥିଲୁ ଆମେ ଭାବିଲୁ ଅଲ୍ଲାଙ୍କୁ ଡାକିବାକୁ ଆସିଛି। କିନ୍ତୁ ଆମେ ଯଦି ଜାଣିଥାନ୍ତୁ ସେ ଜଣେ ଆତଙ୍କବାଦୀ ତାହେଲେ ଆମେ ତାଙ୍କୁ ପିଟି ପିଟି ମାରିଦେଇଥାଆନ୍ତୁ।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା, ବିସ୍ଫୋରଣ ବେଳେ କାରରେ ଥିଲା ଆତଙ୍କବଦୀ ଉମର
ବିସ୍ଫୋରଣ ପୂର୍ବରୁ ସନ୍ଦିଗ୍ଧ ଉମର ନବୀ ହ୍ୟୁଣ୍ଡାଇ ଆଇ-୨୦ କାରକୁ ସୁନହରୀ ମସଜିଦ ନିକଟରେ ପ୍ରାୟ ୩ଟା ୧୯ରେ ପାର୍କିଙ୍ଗ କରିଥିଲା। ଯାଞ୍ଚକାରୀ ସନ୍ଦେହ କରିଛନ୍ତି ପାର୍କିଙ୍ଗ ସ୍ଥାନରେ ରହି ସେ ବୋଧେ ଅନ୍ୟ ସାଥୀମାନଙ୍କୁ ଫୋନ କରୁଥିଲା। ପରେ ସମୟ ଗଡ଼ିବା ପରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର 1 ନିକଟରେ ଧୀର ଗତିରେ ଚାଲୁଥିବା ହୁଣ୍ଡାଇ i20 ଭିଡ଼ ଭିତରେ ଭୟଙ୍କର ଭାବେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ତାସହ ଅନେକ ଯାନବାହନ ପୋଡ଼ି ଯାଇଥିଲା।
ବିସ୍ଫୋରଣ ନୁହେଁ ଏହା ଥିଲା ଆତଙ୍କୀ ଆକ୍ରମଣ
ସେପଟେ ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ମାନିଲା କେନ୍ଦ୍ର କ୍ୟାବିନେଟ୍ । ଏହା ସାଧାରଣ ହମଲା ନଥିଲା ବରଂ ଏକ ଜଘନ୍ୟ ଆତଙ୍କୀ ହମଲା ବୋଲି କହିଲା କେନ୍ଦ୍ର । ଗତ ବୁଧବାର ଦିନ ୧୦ ତାରିଖ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିରାଟ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କ୍ୟାବିନେଟ୍ ନିନ୍ଦା କରିବା ସହ ଏହାକୁ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛି । ଏ ଦିଗରେ ତ୍ବରିତ ତଦନ୍ତ ପାଇଁ କେନ୍ଦ୍ର କ୍ୟାବିନେଟର ନିର୍ଦ୍ଦେଶ ଦେବା ସହ ଦୋଷୀ ଓ ସହଯୋଗୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ବିଳମ୍ବ ନକରି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ହେବ । ଆତଙ୍କବାଦକୁ ବରଦାସ୍ତ କରାଯିବନି । ଆତଙ୍କବାଦ ପ୍ରତି ଶୂନ୍ୟସହନଶୀଳତା ବୋଲି କେନ୍ଦ୍ର କହିଛି ।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ମାନିଲେ ସରକାର, ଦୋଷୀଙ୍କୁ ଦିଆଯିବ କଠୋର ଦଣ୍ଡ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଦିଲ୍ଲୀ ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । କ୍ୟାବିନେଟ୍ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି । ପୀଡିତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିବା ଡାକ୍ତରୀ କର୍ମଚାରୀ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି।
#WATCH | Delhi | Visuals from the Faiz Elahi Mosque on Asaf Ali Road, where the prime suspect, Dr Umar Nabi, stayed before the Red Fort car bomb blast. https://t.co/wTN43HtNdG pic.twitter.com/pegXq8Z0au
— ANI (@ANI) November 12, 2025
ମସଜିଦରୁ ଫେରି ନରସଂହାର କଲା
ଦିଲ୍ଲୀ ପୋଲିସ ଯାଞ୍ଚରୁ ସୂଚନା ଦେଇଛି ଯେ, ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିବା ସନ୍ଦିଗ୍ଧ ଡା. ଉମର ନବୀ ଅଲ ଫଲାହ ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ ବିସ୍ଫୋରଣ ପୂର୍ବରୁ ଉମର ଅପରାହ୍ନ ପ୍ରାୟ ୨ଟା ୩୦ରେ ଫେୈଜ ଇଲାହୀ ମସଜିଦକୁ ଯାଇଥିଲା ଏବଂ ସେଠାରେ ୧୦ରୁ ୧୫ମିନିଟ ସେଠାରେ କଟାଇଥିଲା। ତା'ପରେ ସେହିଠାରୁ ସନ୍ଦିଗ୍ଧ ଲାଲକିଲ୍ଲାର ସୁନେହରୀ ମସଜିଦ ରୋଡକୁ ଯାଇଥିଲା। ମସଜିଦରେ ସବୁଦିନ ଭଳି ୧୦-୧୫ ମିନିଟ ମଧ୍ୟରେ ନମାଜ ପଢ଼ିବାପରେ ନରସଂହାର କରିବାକୁ ବାହାରିଥିଲା। ସେଠାରେ ଜଣେ ବ୍ୟକ୍ତି କହିଛନ୍ତି ଆମେ ଜାଣି ନ ଥିଲୁ ଆମେ ଭାବିଲୁ ଅଲ୍ଲାଙ୍କୁ ଡାକିବାକୁ ଆସିଛି। କିନ୍ତୁ ଆମେ ଯଦି ଜାଣିଥାନ୍ତୁ ସେ ଜଣେ ଆତଙ୍କବାଦୀ ତାହେଲେ ଆମେ ତାଙ୍କୁ ପିଟି ପିଟି ମାରିଦେଇଥାଆନ୍ତୁ।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା, ବିସ୍ଫୋରଣ ବେଳେ କାରରେ ଥିଲା ଆତଙ୍କବଦୀ ଉମର
ବିସ୍ଫୋରଣ ପୂର୍ବରୁ ସନ୍ଦିଗ୍ଧ ଉମର ନବୀ ହ୍ୟୁଣ୍ଡାଇ ଆଇ-୨୦ କାରକୁ ସୁନହରୀ ମସଜିଦ ନିକଟରେ ପ୍ରାୟ ୩ଟା ୧୯ରେ ପାର୍କିଙ୍ଗ କରିଥିଲା। ଯାଞ୍ଚକାରୀ ସନ୍ଦେହ କରିଛନ୍ତି ପାର୍କିଙ୍ଗ ସ୍ଥାନରେ ରହି ସେ ବୋଧେ ଅନ୍ୟ ସାଥୀମାନଙ୍କୁ ଫୋନ କରୁଥିଲା। ପରେ ସମୟ ଗଡ଼ିବା ପରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର 1 ନିକଟରେ ଧୀର ଗତିରେ ଚାଲୁଥିବା ହୁଣ୍ଡାଇ i20 ଭିଡ଼ ଭିତରେ ଭୟଙ୍କର ଭାବେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ତାସହ ଅନେକ ଯାନବାହନ ପୋଡ଼ି ଯାଇଥିଲା।
ବିସ୍ଫୋରଣ ନୁହେଁ ଏହା ଥିଲା ଆତଙ୍କୀ ଆକ୍ରମଣ
ସେପଟେ ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ମାନିଲା କେନ୍ଦ୍ର କ୍ୟାବିନେଟ୍ । ଏହା ସାଧାରଣ ହମଲା ନଥିଲା ବରଂ ଏକ ଜଘନ୍ୟ ଆତଙ୍କୀ ହମଲା ବୋଲି କହିଲା କେନ୍ଦ୍ର । ଗତ ବୁଧବାର ଦିନ ୧୦ ତାରିଖ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିରାଟ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କ୍ୟାବିନେଟ୍ ନିନ୍ଦା କରିବା ସହ ଏହାକୁ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛି । ଏ ଦିଗରେ ତ୍ବରିତ ତଦନ୍ତ ପାଇଁ କେନ୍ଦ୍ର କ୍ୟାବିନେଟର ନିର୍ଦ୍ଦେଶ ଦେବା ସହ ଦୋଷୀ ଓ ସହଯୋଗୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ବିଳମ୍ବ ନକରି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ହେବ । ଆତଙ୍କବାଦକୁ ବରଦାସ୍ତ କରାଯିବନି । ଆତଙ୍କବାଦ ପ୍ରତି ଶୂନ୍ୟସହନଶୀଳତା ବୋଲି କେନ୍ଦ୍ର କହିଛି ।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ମାନିଲେ ସରକାର, ଦୋଷୀଙ୍କୁ ଦିଆଯିବ କଠୋର ଦଣ୍ଡ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଦିଲ୍ଲୀ ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । କ୍ୟାବିନେଟ୍ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି । ପୀଡିତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିବା ଡାକ୍ତରୀ କର୍ମଚାରୀ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories