Delhi Blast / ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ମାନିଲେ ସରକାର, ଦୋଷୀଙ୍କୁ ଦିଆଯିବ କଠୋର ଦଣ୍ଡ
·8 months ago·1 min read

Key Points
ଆତଙ୍କୀଙ୍କ ପ୍ରତି ଶୂନ୍ୟ ସହନଶୀଳତାକୁ ଗୁରୁତ୍ଵ
PMଙ୍କ ବାସଭବନରେ CCS ବୈଠକ ଶେଷ
ଆତଙ୍କବାଦୀଙ୍କ ପ୍ରତି ଶୂନ୍ୟ ସହନଶୀଳତାକୁ ଗୁରୁତ୍ଵ
PMଙ୍କ ବାସଭବନରେ CCS ବୈଠକ ଶେଷ
ଆତଙ୍କବାଦୀଙ୍କ ପ୍ରତି ଶୂନ୍ୟ ସହନଶୀଳତାକୁ ଗୁରୁତ୍ଵ
କେନ୍ଦ୍ର କ୍ୟାବିନେଟ୍ ଆଜି ନଭେମ୍ବର ୧୦ ତାରିଖରେ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ପ୍ରସ୍ତାବ ପାରିତ କରିଛି । ପ୍ରସ୍ତାବରେ କେନ୍ଦ୍ର ସରକାର ଦିଲ୍ଲୀ ବିସ୍ଫୋରଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ଏହା ସହ ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ନଭେମ୍ବର ୧୦ ତାରିଖରେ ଲାଲକିଲ୍ଲା ନିକଟରେ ଦେଶ ବିରୋଧୀ ଶକ୍ତିମାନେ ଏକ କାର ବୋମା ବିସ୍ଫୋରଣ କରିଥିଲେ। ଏହା ଏକ ଜଘନ୍ୟ ଆତଙ୍କବାଦୀ ଘଟଣା। କ୍ୟାବିନେଟ୍ ଏହି ଆତଙ୍କବାଦୀ ଆକ୍ରମଣର ତୁରନ୍ତ ଏବଂ ବୃତ୍ତିଗତ ତଦନ୍ତ ନିର୍ଦ୍ଦେଶ ଦେଇଛି ଯାହା ଦ୍ୱାରା ଅପରାଧୀ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ଚିହ୍ନଟ କରାଯାଇ କଠୋର ଦଣ୍ଡ ଦିଆଯାଇପାରିବ । ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କ୍ୟାବିନେଟ୍ ବୈଠକରେ ଦୁଇ ମିନିଟ୍ ନୀରବ ପାଳନ କରାଯାଇଥିଲା । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆହୁରି କହିଛନ୍ତି, ଆତଙ୍କବାଦ ବିରୋଧରେ ଆମ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ଅଛି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ: ମିଳିଲା ଆତଙ୍କୀଙ୍କ ଲାଲ୍ ରଙ୍ଗର Ford କାର୍
ସୂଚନା ଅନୁସାରେ, ୧୦ ନଭେମ୍ବର ୨୦୨୫ରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ରୁ ଅଧିକ ଆହତ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ଏଜେନ୍ସିଗୁଡ଼ିକ ବିସ୍ଫୋରଣ ପଛରେ ଥିବା ଷଡ଼ଯନ୍ତ୍ରର ତଦନ୍ତ କରିବେ ଏବଂ ଅପରାଧୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ଭୁଟାନରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ବୁଧବାର LNJP ହସ୍ପିଟାଲରେ ଆହତମାନଙ୍କୁ ଭେଟିଥିଲେ ।📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories