Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ଯୁକ୍ତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି ୧୫% ରୁ ୧୦% କୁ ହ୍ରାସ

National

ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ଯୁକ୍ତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି ୧୫% ରୁ ୧୦% କୁ ହ୍ରାସ

Jitendra Dash
Browse all articles by Jitendra Dash
·2 years ago·2 min read
ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ଯୁକ୍ତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି ୧୫% ରୁ ୧୦% କୁ ହ୍ରାସ

ଅର୍ଗସ ବ୍ୟୁରୋ : କଷ୍ଟମ୍ ଡ୍ୟୁଟିରେ କେନ୍ଦ୍ର ସରକାର 3 ଟି ବର୍ଗରେ ବିଜ୍ଞପ୍ତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି । ଅବଶିଷ୍ଟ ବର୍ଗରେ / ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ପାଇଁ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି ୧୫% ରୁ ୧୦% କୁ ହ୍ରାସ କରାଯାଇଛି । ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହୃତ ଅନେକ ସାମଗ୍ରୀ ଯାହା ପୂର୍ବରୁ "ଅନ୍ୟାନ ସାମଗ୍ରୀ" ଭାବରେ ବିବେଚନା କରାଯାଉଥିଲା ଏବଂ ୧୫% କଷ୍ଟମ୍ସ ଡ୍ୟୁଟି ଲାଗୁ କରାଯାଇଥିଲା ବର୍ତ୍ତମାନ ଏହା ୧୦% ରେ ଲାଗୁ କରାଯିବ । ଉଦାହରଣଗୁଡିକ : ବ୍ୟାଟେରୀ କଭର, ଫ୍ରଣ୍ଟ୍ କଭର, ମିଡିଲ୍ କଭର, ମୁଖ୍ୟ (ମେନ୍) ଲେନ୍ସ, ବ୍ୟାକ୍ କଭର, ଜିଏସ୍ଏମ୍ ଆଣ୍ଟେନା, ପିୟୁ କେସ୍, ସିଲ୍ ଗ୍ୟାସ୍କେଟ୍, ସିମ୍ ସକେଟ୍, ସ୍କ୍ରୁ ଏବଂ, ପ୍ଲାଷ୍ଟିକ୍ ଓ ଧାତୁର ଅନ୍ୟାନ୍ୟ ଯାନ୍ତ୍ରିକ ସାମଗ୍ରୀ ।

କରାଯାଇଥିବା ପରିବର୍ତ୍ତନଗୁଡିକ ହେଲା :
ଏହି ବିଜ୍ଞପ୍ତିଗୁଡିକ ଦ୍ୱାରା ପ୍ରବର୍ତ୍ତିତ ପରିବର୍ତ୍ତନଗୁଡିକ 3 ଟି ବର୍ଗରେ ଅନ୍ତର୍ଭୁକ୍ତ :
ଅବଶିଷ୍ଟ ବର୍ଗ / ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ପାଇଁ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି 15% ରୁ 10% କୁ ହ୍ରାସ କରାଯାଇଛି । ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହୃତ ଅନେକ ସାମଗ୍ରୀ ଯାହା ପୂର୍ବରୁ "ଅନ୍ୟାନ ସାମଗ୍ରୀ" ଭାବରେ ବିବେଚନା କରାଯାଉଥିଲା ଏବଂ ଏଥିପାଇଁ 15% କଷ୍ଟମ୍ସ ଡ୍ୟୁଟି ଲାଗୁ କରାଯାଇଥିଲା ବର୍ତ୍ତମାନ ଏହା 10% ଲାଗୁ କରାଯିବ ।

ଉଦାହରଣ : ବ୍ୟାଟେରୀ କଭର, ଫ୍ରଣ୍ଟ କଭର, ମିଡିଲ କଭର, ମେନ ଲେନ୍ସ । ବ୍ୟାକ କଭର, ଜିଏସଏମ (GSM) ଆଣ୍ଟେନା, ପିୟୁ (PU) କେସ୍, ସିଲିଂ ଗ୍ୟାସ୍କେଟ୍, ସିମ୍ ସକେଟ୍, ସ୍କୃ (ପେଚ) ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ ସାମଗ୍ରୀ । ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ସାମଗ୍ରୀର ଉତ୍ପାଦନରେ ବ୍ୟବହାର ପାଇଁ ଇନପୁଟ୍ କିମ୍ବା ଅଂଶ ଉପରେ କଷ୍ଟମ୍ସ ଡ୍ୟୁଟି ନିଆଯିବନାହିଁ / ଶୂନ୍ୟକୁ ହ୍ରାସ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶିଳ୍ପ ପାଇଁ କଷ୍ଟମ୍ ଶୁଳ୍କ ହ୍ରାସ କରିବାକୁ ସରକାରଙ୍କ ପଦକ୍ଷେପକୁ ମୋବାଇଲ୍ ଇଣ୍ଡଷ୍ଟ୍ରି ଅତ୍ୟଧିକ ସ୍ୱାଗତ କରିଛି । ରପ୍ତାନି-ନେତୃତ୍ୱ ଅଭିବୃଦ୍ଧି, ନୀତିର ସ୍ଥିରତା ସୁନିଶ୍ଚିତ କରିବା ଏବଂ ଉତ୍ପାଦନରେ ପ୍ରତିଦ୍ୱନ୍ଦ୍ୱିତାକୁ ସମାଧାନ କରିବା କ୍ଷେତ୍ରରେ ଏହି ସଂଶୋଧନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନୀତି ପରିବର୍ତ୍ତନ ଯାହା ଭାରତରେ ମୋବାଇଲ୍ ଫୋନ୍ ଉତ୍ପାଦନ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ଅଧିକ ପଢନ୍ତୁ ଭାରତ ଖବର

ଇଣ୍ଡିଆ ସେଲୁଲାର୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ICEA) ର ଅଧ୍ୟକ୍ଷ ପଙ୍କଜ ମୋହିନ୍ଦ୍ରୋ କହିଛନ୍ତି, "ଭାରତରେ ମୋବାଇଲ୍ ଉତ୍ପାଦନ ଓ ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ଦ୍ୱାରା ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ୱାଗତଯୋଗ୍ୟ ନୀତି ହସ୍ତକ୍ଷେପ ଅଟେ । ମୋବାଇଲ୍ ଫୋନ୍ ଇଣ୍ଡଷ୍ଟ୍ରି ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ମୋହିନ୍ଦ୍ରୋ ମନ୍ତବ୍ୟ ଦେଇଛନ୍ତି ଯେ ମୋବାଇଲ୍ ଫୋନ୍ ଓ ମେକାନିକ୍ସ ଏବଂ ଡ଼ାଈ-କଟ୍ ଅଂଶରେ ବିସିଡିର 10% ସମନ୍ୱୟ ସାଧନ ଏବଂ ମେକାନିକ୍ସର ଇନପୁଟ ଉପରେ 0% ରପ୍ତାନି ଦ୍ୱାରା ପରିଚାଳିତ ଅଭିବୃଦ୍ଧି ଏବଂ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସରକାରଙ୍କ ନୀତି ଦିଗରେ ପରିବର୍ତ୍ତନର ଆରମ୍ଭକୁ ପ୍ରତିପାଦିତ କରିବା ଏକ ବିରଳ ଦୃଷ୍ଟାନ୍ତ ଅଟେ ।

Argus Whatsapp Channel Mobile Top
Sponsored
Reduction of customs duty applicable on materials used in mobile phone manufacturing from 15% to 10%. | Argus News