Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୩୦ ପଦକ ସହିତ ଜାତୀୟ କ୍ରୀଡାରେ ଚମକିଲେ ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟ

National

୩୦ ପଦକ ସହିତ ଜାତୀୟ କ୍ରୀଡାରେ ଚମକିଲେ ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟ

Swayangprajna Mishra
Browse all articles by Swayangprajna Mishra
·2 years ago·4 min read
୩୦ ପଦକ ସହିତ ଜାତୀୟ କ୍ରୀଡାରେ ଚମକିଲେ ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟ

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡା ୨୦୨୩ରେ ରିଲାଏନ୍ସ ଫାଉଣ୍ଡେସନ୍‌ର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିବା ସହିତ ସାତଟି ବିଭିନ୍ନ କ୍ରୀଡାରେ ମୋଟ ୩୦ ପଦକ ହାସଲ କରିଛନ୍ତି । ଚୂଡାନ୍ତ ପଦକ ତାଲିକା ମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ରହିଛି, ଯେଉଁ ବିଭାଗଗୁଡିକରେ କ୍ରୀଡାବିତ୍‌ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ । ରିଲାଏନ୍ସ ଫାଉଣ୍ଡେସନ୍‌ର ୪୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଏହି ସମ୍ମାନଜନକ କ୍ରୀଡା ପ୍ରତିଯୋଗିତାର ସାତଟି ବିଭାଗରେ ଅଂଶଗ୍ରହଣ କରିଥିଲେ ।ଦଳର ଚମତ୍କାର ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଜେମ୍‌ସ୍ ହିଲିଅର୍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ୍ କହିଛନ୍ତି, “ଜାତୀୟ କ୍ରୀଡାରେ ପ୍ରଦର୍ଶନକୁ ନେଇ ଆମେ ବାସ୍ତବରେ ଅତ୍ୟନ୍ତ ଆନନ୍ଦିତ ଅଛୁ । ଆମର ଅନେକ ଆଥଲେଟ୍‌ଙ୍କ ପାଇଁ ଏହା ଏକ ଲମ୍ବା ସିଜନରେ ବର୍ଷର ଶେଷ ପ୍ରତିଯୋଗିତା ଥିଲା । ସେମାନେ ଏପ୍ରିଲରେ ଆରମ୍ଭ କରିଥିଲେ, ଏବଂ ସାତମାସ ପର୍ଯ୍ୟନ୍ତ ଉତ୍କର୍ଷର ସେହି ସ୍ତର ବଜାୟ ରଖିବା ଏକ ପ୍ରଭାବୀ ସଫଳତା ହୋଇଛି ।”

“କେବଳ ପଦକ ହାସଲ ଆନନ୍ଦଦାୟକ ହୋଇନାହିଁ, ତାହାସହିତ ଆମ ଆଥଲେଟ୍‌ମାନେ ସେମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠତା ପ୍ରଦର୍ଶିତ କରିଛନ୍ତି । ଏହା ଆମ ପାଇଁ ଏକ ଅତ୍ୟନ୍ତ ସଫଳ ସିଜନ୍‌ର ଉତ୍ତମ ପରିସମାପ୍ତି ମଧ୍ୟ ଆଣିଦେଇଛି । ପରବର୍ତ୍ତୀ ସିଜନ୍ ପାଇଁ ଏହା ଆମକୁ ସଠିକ୍ ସଫଳତାର ମଞ୍ଚ ପ୍ରଦାନ କରିଛି । ଆସନ୍ତା ବର୍ଷ ଅଲିମ୍ପିକ୍ସ ସହିତ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି, ଏବଂ ଆମେ ଏହାକୁ ନେଇ ଉଲ୍ଲସିତ ହେବା ସହିତ ଏହାକୁ ଅପେକ୍ଷା କରୁଛୁ । ପ୍ୟାରିସ୍ ଅଲିମ୍ପିକ୍ସ ଦଳରେ ଆମେ ଆମର ସର୍ବୋତ୍ତମ ଆଥ୍‌ଲେଟମାନଙ୍କୁ ସାମିଲ କରିବାକୁ ପ୍ରୟାସ କରୁଛୁ ।”
ଜ୍ୟୋତିଙ୍କ ହ୍ୟାଟ୍ରିକ; ତେଜସ୍ ମିଟ୍ ରେକର୍ଡ ଭାଙ୍ଗିଲେ

ଅଧିକ ପଢନ୍ତୁ : ନେଦରଲ୍ୟାଣ୍ଡ୍ସକୁ ୧୬୦ ରନ୍‌ରେ ପରାସ୍ତ କଲା ଭାରତ

ଭାରତର ଚର୍ଚ୍ଚିତ ହର୍ଡର୍ଲ ଜ୍ୟୋତି ୟାରାଜୀ ତାଙ୍କ ସିଜନ୍‌କୁ ଷ୍ଟାଇଲରେ ଶେଷ କରିବା ସହିତ ଜାତୀୟ କ୍ରୀଡାରେ ହ୍ୟାଟ୍ରିକ୍ ପଦକ ହାସଲ କରିଥିଲେ । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଥିଲା ଯେ ଜ୍ୟୋତି ୧୩.୨୨ ସେକେଣ୍ଡ୍ ସହିତ ସ୍ୱର୍ଣ୍ଣ ପଦକ ଜିତି ୧୦୦ ମିଟର ହର୍ଡଲସ୍ ରେ ମିଟ୍ ରେକର୍ଡ ପୁନଃ ସୃଷ୍ଟି କରିଥିଲେ । ଜ୍ୟୋତି ମଧ୍ୟ ୪x୧୦୦ ମିଟର ରିଲେ ଇଭେଣ୍ଟରେ ଆନ୍ଧ୍ରପ୍ରଦେଶ ସହିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ତାଙ୍କର ତୃତୀୟ ପଦକ ତାଙ୍କୁ ୨୦୦ ମିଟର ଇଭେଣ୍ଟରେ ମିଳିଥିଲା, ଯେଉଁଥିରେ ସେ ଚୂଡାନ୍ତ ପର୍ଯ୍ୟାୟରେ ୨୩.୯୫ ସେକେଣ୍ଡ ସହିତ କାଂସ୍ୟ ପଦକ ଜିତିଥିଲେ ।ତେଜସ୍ ସୀର୍ସେ ପୁରୁଷ ୧୦୦ ମିଟର ହର୍ଡଲ୍ସ ଇଭେଣ୍ଟରେ ଷ୍ଟାଇଲ୍ ସହିତ ସ୍ୱର୍ଣ୍ଣ ପଦକ ଜିତି ପ୍ରାକ୍ ଟୁର୍ଣ୍ଣାମେଣ୍ଟ ସମୟର ପସନ୍ଦଯୋଗ୍ୟ କ୍ରୀଡାବିତ୍ ଭାବରେ ସମସ୍ତଙ୍କର ଆଶା ଆକାଂକ୍ଷା ପୂରଣ କରିଥିଲେ । ଆଧିପତ୍ୟ ବିସ୍ତାରକାରୀ ପ୍ରଦର୍ଶନରେ ତେଜସ୍ ଉକ୍ତ ଇଭେଣ୍ଟର ଫିନିଶ୍ ଲାଇନକୁ ୧୩.୭୧ ସେକେଣ୍ଡରେ ଅତିକ୍ରମ କରି ମିଟ୍ ରେକର୍ଡ ପୁନଃ ରଚନା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏସୀୟ କ୍ରୀଡା ପଦକ ବିଜେତା ଗୁଲବୀର ସିଂ ୫୦୦୦ ମିଟର ଇଭେଣ୍ଟରେ ୧୪:୧୩:୦୩ ସେକେଣ୍ଡ ସହିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ପଛକୁ ପଛ ଗୁଲବୀର ପୁରୁଷ ୧୦୦୦୦ ମିଟର ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରି ଦୀର୍ଘ ଦୂରତା ପ୍ରତିଯୋଗିତାକୁ ଦୁଇ ପଦକ ବିଜୟ ସହିତ ଶେଷ କରିଥିଲେ । ସ୍ପ୍ରିର୍ଣ୍ଟ ଏଲାକ୍କିୟା ଦାସାନ୍ ଏକାଧିକ ପଦକ ବିଜୟୀ ହୋଇଥିଲେ । ସେ ଉଭୟ ପୁରୁଷ ୧୦୦ ମିଟର ଏବଂ ପୁରୁଷ ୪x୧୦୦ ରିଲେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ ।
ଜାଭେଲିନ୍ ଥ୍ରୋଅର୍ କିଶୋର କୁମାର ଜେନା ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସ ନିମନ୍ତେ ନିଜର ସ୍ଥାନ ପକ୍କା କରିସାରିଥିବାବେଳେ ସେ ରଷସ ପ୍ରତିଯୋଗିତାରେ ତାଙ୍କର ଶ୍ରେଷ୍ଠ ଥ୍ରୋ ୭୮.୪୭ ମିଟର ସହିତ କାଂସ୍ୟ ପଦକ ହାସଲ କରିଥିଲେ । ପୋଲ୍ ଭଲ୍‌ଟର ବାରାନିକା ଏଲାନ୍‌ଗୋଭାନ୍ ମଧ୍ୟ ୩.୯୦ ମିଟର ଉଚ୍ଚତାକୁ କ୍ଲିର‌୍ୟ କରି ସ୍ୱର୍ଣ୍ଣ ଜିତିବା ସହିତ ତାଙ୍କର ଚଳିତ ସିଜନ୍‌କୁ ଅତ୍ୟନ୍ତ ସଫଳତାର ସହିତ ଶେଷ କରିଥିଲେ ।ରିଲାଏନ୍ସ ଫାଉଣ୍ଡେସନ୍‌ର ଅନ୍ୟ ବ୍ୟକ୍ତିଗତ ପଦକ ବିଜେତା ଆଥଲେଟ୍‌ଙ୍କ ମଧ୍ୟରେ ସ୍ୱାଧୀନ ମାଝୀ (କାଂସ୍ୟ ପଦକ, ପୁରୁଷ ହାଇ ଜମ୍ପ୍‌), ଗ୍ରେସେସନ୍ ଜୀଭା (ରୌପ୍ୟ ପଦକ, ପୁରୁଷ ୧୧୦ ମିଟର ହର୍ଡଲ୍ସ), ମୌମିତା ମଣ୍ଡଳ (କାଂସ୍ୟ ପଦକ, ମହିଳା ଲଙ୍ଗ୍ ଜମ୍ପ), ଧନବୀର ସିଂ (ରୌପ୍ୟ ପଦକ, ପୁରୁଷ ସଟ୍ ପୁଟ୍‌) ଏବଂ ଅନିମେଶ କୁଜୁର (କାଂସ୍ୟ ପଦକ, ପୁରୁଷ ୨୦୦ ମିଟର) ପ୍ରମୁଖ ରହିଥିଲେ ।

ଅନୁପମା ଉପାଧ୍ୟାୟ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହେବା ସହିତ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୧୮ ବର୍ଷ ବୟସ୍କା ଅନୁପମା ସମ୍ପ୍ରତି ଜାତୀୟ ଚମ୍ପିଆନ୍ ରହିବା ସହିତ ଜାତୀୟ କ୍ରୀଡା ଚମ୍ପିଆନ୍ ମଧ୍ୟ ରହିଛନ୍ତି । ଏସୀୟ କ୍ରୀଡାରେ ଇତିହାସ ନୂଆ ରଚନ କରି ପଲକ ଗୁଲିଆ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଏବଂ ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନିରଜ କୁମାର ଏବଂ ନାନ୍ସି ଯଥାକ୍ରମେ ୫୦ ମିଟର ରାଇଫଲ୍ ୩ ପୋଜିସନ୍ସ ଏବଂ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତି ମୋଟ ପଦକ ତାଲିକାରେ ବୃଦ୍ଧି ଘଟାଇଥିଲେ ।

ତୀରନ୍ଦାଜରେ ତିନିଟି ପଦକ ହାସଲ କରାଯାଇଥିଲା, ଯେଉଁଥିରେ ମ୍ରିନାଲ ଚୌହାନ୍ ପୁରୁଷ ଦଳଗତ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ଏବଂ ମିକ୍ସଡ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ରିଧି ମଧ୍ୟ ରିକର୍ଭ ବର୍ଗରେ ମହିଳା ଟିମ୍ ଇଭେଣ୍ଟ୍‌ରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।ନିଜର ପ୍ରୟାସ ପାଇଁ ରିଧି ଆନନ୍ଦ ପ୍ରକାଶ କରିଥିଲେ । ସେ କହିଥିଲେ, “ମୋର ପ୍ରଥମ ଜାତୀୟ କ୍ରୀଡାରେ ପ୍ରତିଯୋଗିତା କରିବା ମୋ ପାଇଁ ଗର୍ବର ମୁହୂର୍ତ୍ତ ଥିଲା । ଜାତୀୟ କ୍ରୀଡାରେ ପଦକ ଜିତିବା ସ୍ୱପ୍ନ ମୋର ପିଲାଦିନୁ ରହିଥିଲା । ଆଗାମୀ କ୍ରୀଡା ପ୍ରତିଯୋଗିତାଗୁଡିକ ନିମନ୍ତେ ଏହା ମୋତେ ଅନେକ ଆତ୍ମବିଶ୍ୱାସ ଦେିଛି । ଏହା ମୋ କ୍ୟାରିର‌୍ୟର ଅନ୍ୟତମ ସର୍ବବୃହତ୍ ପଦକ ଏବଂ ବହୁ ଆକାଂକ୍ଷିତ ମୋର ଆତ୍ମବିଶ୍ୱାସ ବୃଦ୍ଧି ଘଟାଇଛି । ମୋର ଅଭିଜ୍ଞତା କ୍ରମଶଃ ବୃଦ୍ଧି ପାଉଥିବାବେଳେ ମୋର ଲକ୍ଷ୍ୟ ମଧ୍ୟ ବଢୁଛି । ମୁଁ ଯେତେବେଳେ କମ୍ ବୟସର ଥିଲି, ସେତେବେଳେ ଦଶ ହାସଲ କରିବାକୁ ମୋତେ ଚକୋଲେଟ୍ ମିଳୁଥିଲା । ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିବାର ମୋର ଅନ୍ତିମ ଲକ୍ଷ୍ୟ,” ବୋଲି ସେ କହିଥିଲେ ।

କ୍ରୀଡାର ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ରୀତିକା ହୁଦାଙ୍କୁ ନେଇ ଦେଖିବାକୁ ମିଳିଥିଲା । ହରିଆଣାର ଏହି ଯୁବ ରେସଲର ତାଙ୍କର ସଦ୍ୟ ୨୩ ବର୍ଷରୁ କମ୍ ବିଶ୍ୱ ଚମ୍ପିଆନସିପ୍ ବିଜୟ ହାସଲ କରିଥିଲେ, ଯିଏ ଭାରତର ପ୍ରଥମ ପ୍ରତିଯୋଗୀ ଭାବରେ ଏହି ସଫଳତା ପ୍ରାପ୍ତ ହୋଇଥିଲେ ଏବଂ ସେ ଅଲିମ୍ପିଆନ୍ ଦିବ୍ୟା କାକ୍ରନ୍‌ଙ୍କୁ ୧୦-୦ ଫାଇନାଲରେ ପରାଜିତ କରି ଚମତ୍କାର ପ୍ରଦର୍ଶନ ସହିତ ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ । ଅନୁରୂପ ଭାବରେ ବକ୍ସର ଅଙ୍କୁଶିତା ବୋରୋ ଏବଂ ଜୁଡୋକା ହିମାଂସୀ ତୋକାସ୍ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
 

Sponsored
Reliance Foundation athletes shine in national sports with 30 medals | Argus News