Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ

National

କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ

Jitendra Dash
Browse all articles by Jitendra Dash
·2 years ago·1 min read
କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀଙ୍କୁ ଭାରତରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାରରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି । ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀ କହିଛନ୍ତି " ସିଆଇଆଇ ସ୍ପୋର୍ଟ୍ସ ବିଜିନେସ ଆୱାର୍ଡରେ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣ କରି ମୁଁ ବେଶ ଗୌରବାନ୍ୱିତ ଅନୁଭବ କରୁଛି । କ୍ରୀଡା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ ବିଶ୍ୱାସ ରହିଛି । ୨୦୨୩ ବର୍ଷ ବାସ୍ତବରେ ଭାରତର କ୍ରୀଡା ଉତ୍କର୍ଷର ବର୍ଷ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିବିଧ କ୍ରୀଡ଼ାରେ ମେଡାଲ ଜିତି ଓ ବିଜୟୀ ହୋଇ ଆମ ଆଥଲେଟମାନେ ବିଶ୍ୱ ସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି । ୧୪୧ତମ ଆନ୍ତର୍ଜାତିକ ଅଲମ୍ପିକ କମିଟି ଅଧିବେଶନ ମୁମ୍ବାଇରେ ଆୟୋଜିତ କରି ଆମେ ଅଲମ୍ପିକ ଅଭିଯାନକୁ ୪୦ ବର୍ଷ ପରେ ଭାରତକୁ ନେଇଆସିଛୁ । ରିଲାଏନ୍ସ ଫାଉଣ୍ଡେସନରେ ଆମେ ଭାରତର ଯୁବ ପିଢ଼ିକୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସହାୟତା ପ୍ରଦାନ କରି ଭାରତକୁ ବିଶ୍ୱର କ୍ରୀଡା ଶକ୍ତିକେନ୍ଦ୍ରରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛୁ ।"

Sponsored
Reliance Foundation Founder Nita Ambani Receives 'Sports Leader of the Year' Award At CII Scorecard | Argus News