|
logo
Live
Argus News App
GET APP

Argus News - ହାଇଦ୍ରାବାଦରେ ରିଲାଏନ୍ସ ରିଟେଲର ପ୍ରଥମ ଏକକ ସ୍ୱଦେଶ ଷ୍ଟୋର ଉଦଘାଟିତ

National

ହାଇଦ୍ରାବାଦରେ ରିଲାଏନ୍ସ ରିଟେଲର ପ୍ରଥମ ଏକକ ସ୍ୱଦେଶ ଷ୍ଟୋର ଉଦଘାଟିତ

Jitendra Dash
Browse all articles by Jitendra Dash
·2 years ago·3 min read
ହାଇଦ୍ରାବାଦରେ ରିଲାଏନ୍ସ ରିଟେଲର ପ୍ରଥମ ଏକକ ସ୍ୱଦେଶ ଷ୍ଟୋର ଉଦଘାଟିତ

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ବୁଧବାର ତେଲେଙ୍ଗାନାରେ ରିଲାଏନ୍ସ ରିଟେଲ ର ପ୍ରଥମ ସ୍ୱଦେଶ ଷ୍ଟୋରକୁ ଉଦଘାଟନ କରିବା ସହ ଭାରତୀୟ କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଧାରାର ଶୁଭାରମ୍ଭ ହୋଇଛି ।

ପାରମ୍ପରିକ ଶିଳ୍ପୀ ଏବଂ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଦୀର୍ଘ ଦିନର ପ୍ରତିବଦ୍ଧତା ଏବଂ ସେମାନଙ୍କ ପ୍ରତିଭା ଏବଂ ଦକ୍ଷତାକୁ ବ୍ୟାପକ ଭାବେ ଲୋକମାନଙ୍କ ନିକଟରେ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ନେଇ ଶ୍ରୀମତୀ ଅମ୍ବାନୀଙ୍କର ରହିଥିବା ଲକ୍ଷ୍ୟରୁ ଜନ୍ମିତ ସ୍ୱଦେଶ, ଭାରତର ଦୀର୍ଘ ଦିନର କଳା ଏବଂ ହସ୍ତଶିଳ୍ପର ବିଶ୍ୱସ୍ତରରେ ଗ୍ରହଣୀୟତା ତଥା ଭାବନାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି ।

ଅଧିକ ପଢନ୍ତୁ ଭାରତ ଖବର

ରିଲାଏନ୍ସ ରିଟେଲ ର ସ୍ୱଦେଶ ଷ୍ଟୋରଗୁଡ଼ିକ କେବଳ ଶତାବ୍ଦୀ ପୁରୁଣା କଳା ଏବଂ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ଭାରତକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ ନାହିଁ ବରଂ କାରିଗର ତଥା ଶିଳ୍ପୀମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ମଧ୍ୟ ଖୋଲିବ, ଯାହା ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱରେ ସେମାନଙ୍କ କାର୍ଯ୍ୟକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ )ର ଦାତବ୍ୟ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନର ଉଦ୍ଦେଶ୍ୟ ଅନୁଯାୟୀ ଅଭିନବ ତଥା ସ୍ଥାୟୀ ସମାଧାନ ମାଧ୍ୟମରେ ଭାରତର ବିକାଶମୂଳକ ଆହ୍ୱାନର ମୁକାବିଲା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା

ହାଇଦ୍ରାବାଦରେ ପ୍ରଥମ ଏକକ ସ୍ୱଦେଶ ଷ୍ଟୋରର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି ଯେ, "ସ୍ୱଦେଶ ଭାରତର ପାରମ୍ପରିକ କଳା ଓ କାରିଗରମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ଦେଶର ଦୀର୍ଘ ଦିନର କଳା ଓ ହସ୍ତଶିଳ୍ପ କୁ ସଂରକ୍ଷିତ ଓ ପ୍ରୋତ୍ସାହିତ କରିବା ଦିଗରେ ଏହା ଆମର ବିନମ୍ର ଉଦ୍ୟମ । ସ୍ୱଦେଶ 'ମେକ୍ ଇନ୍ ଇଣ୍ଡିଆ'ର ଭାବନା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଆମର ଦକ୍ଷ କାରିଗରମାନଙ୍କୁ ସମ୍ମାନ ଓ ଜୀବିକା ପ୍ରଦାନ କରୁଛି । ସେମାନେ ପ୍ରକୃତରେ ଆମ ଦେଶର ଗର୍ବ ଅଟନ୍ତି ଏବଂ ସ୍ୱଦେଶ ମାଧ୍ୟମରେ ଆମେ ସେମାନଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିବାକୁ ଆଶା କରୁଛୁ ଯାହା ସେମାନେ ପାଇବାକୁ ଯୋଗ୍ୟ । ସେଥିପାଇଁ ଆମେ କେବଳ ଭାରତନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆମେରିକା ଓ ୟୁରୋପରେ ସ୍ୱଦେଶକୁ ବିସ୍ତାର କରିବାକୁ ଉତ୍ସାହିତ ରହିଛୁ । "

ରିଲାଏନ୍ସ ଫାଉଣ୍ଡେସନର ନିରନ୍ତର ପ୍ରୟାସର ସାକ୍ଷୀ ସ୍ୱରୂପ, ଭାରତୀୟ କାରିଗରମାନେ ନିକଟରେ ମୁମ୍ବାଇରେ ଆରମ୍ଭ ହୋଇଥିବା ତଥା କଳା ଏବଂ ସଂସ୍କୃତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି)ରେ ସୁନ୍ଦର ସ୍ୱଦେଶ ଏକ୍ସପେରିଏନ୍ସ ଜୋନରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଅତିଥିଙ୍କ ଠାରୁ ବେଶ ପ୍ରଶଂସା ପାଇଥିଲେ । ପର୍ଯ୍ୟଟକମାନେ ଅଭିଜ୍ଞ / ମାଷ୍ଟର କାରିଗରମାନଙ୍କୁ ସେମାନଙ୍କର ପାରମ୍ପରିକ କର୍ମକ୍ଷେତ୍ରର କାର୍ଯ୍ୟ କରୁଥିବାର ଦେଖିବା ସହ ସେମାନଙ୍କ ସହିତ କଥାବାର୍ତା କରିଥିଲେ ଏବଂ ସେମାନଙ୍କ କଳାକୃତିକୁ ମଧ୍ୟ କିଣିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେ’ ମାସ ପ୍ରାରମ୍ଭରେ ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏନ୍‌ଏମ୍‌ଏସିସି ସ୍ୱଦେଶ ପ୍ରଦର୍ଶନୀକୁ ଜନସାଧାରଣଙ୍କ ବ୍ୟାପକ ଚାହିଦା ଦୃଷ୍ଟିରୁ ସମୟ ସୀମା ବୃଦ୍ଧି କରାଯାଇଥିଲା । ସେଠାରେ ବହୁ ଲୋକଙ୍କ ଆଗମନ ହୋଇଥିଲା ଏବଂ କାରିଗରମାନଙ୍କୁ ଦୈନିକ ବରାଦ ମିଳୁଥିଲା ଯାହାର ସମଗ୍ର ପାଣ୍ଠି କାରିଗରମାନଙ୍କ ପାଖକୁ ଯାଇଥିଲା ।

ଏହାବ୍ୟତୀତ ସ୍ୱଦେଶ ଅଭିଯାନର ଏକ ଅଂଶ ଭାବରେ ତୃଣମୂଳ ସ୍ତରରେ ପହଞ୍ଚିବା ସୁନିଶ୍ଚିତ କରିବା ଏବଂ ଆଞ୍ଚଳିକ କାରିଗର ସମ୍ପ୍ରଦାୟ ଏବଂ କଳାକୁ ବଜାୟ ରଖିବାରେ ଯୋଗଦାନ ଦେବା ପାଇଁ ସମଗ୍ର ଭାରତରେ ୧୮ଟି ରିଲାଏନ୍ସ ଫାଉଣ୍ଡେସନ ଆର୍ଟିସନ ଇନିସିଏଟିଭ୍ ଫର୍ ସ୍କିଲ୍ ଏନହାନସମେଣ୍ଟ (ଆରଏଆଇଏସଇ) କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଏହା ଦ୍ୱାରା ୬୦୦ରୁ ଅଧିକ ପ୍ରକାରର ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦନ / ସଂଗ୍ରହ ସମ୍ଭବ ହେବ ବୋଲି ଆଶା କରାଯାଉଛି ।

ରିଲାଏନ୍ସ ରିଟେଲ୍ ର ଅଭିଯାନ ସ୍ୱଦେଶ ଷ୍ଟୋର୍ ହେଉଛି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସୌନ୍ଦର୍ଯ୍ୟକୁ ଉପଯୋଗ କରିବା ଏବଂ ଏହାର କଳାକୁ ସଂରକ୍ଷିତ ରଖିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଯାତ୍ରାର ଏକ ସ୍ୱାଭାବିକ ଅଗ୍ରଗତି । ତେଲେଙ୍ଗାନାର ଜୁବିଲି ହିଲ୍ସରେ ଖୋଲିଥିବା ପ୍ରଥମ ସ୍ୱଦେଶ ଷ୍ଟୋର ୨୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଯେଉଁଠାରେ ଭାରତର କୁଶଳୀ ଏବଂ ପ୍ରତିଭାବାନ କାରିଗରମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ହାତରେ ପ୍ରସ୍ତୁତ ସାମଗ୍ରୀର ଏକ ସାମଗ୍ରିକ ସଂଗ୍ରହ ରହିବ ଯାହାକୁ ଲୋକମାନେ ବହୁ ଦିନ ଧରି ଭୁଲି ଯାଇଛନ୍ତି ।

ପରିଦର୍ଶକମାଦନେ ଖାଦ୍ୟ ଉତ୍ପାଦଠାରୁ ଆରମ୍ଭ କରି ପୋଷାକ, ବୟନ ସାମଗ୍ରୀ ଏବଂ ହସ୍ତକଳା ଆଦିକୁ ବିଭିନ୍ନ ଜୋନରେ ଦେଖିପାରିବେ ଏବଂ ଏକ ଚମତ୍କାର ପରିବେଶରେ ଭାରତର ପାରମ୍ପରିକ ପରିକଳ୍ପନାକୁ ଉପଭୋଗ କରିପାରିବେ । ସେମାନେ ପ୍ରତିଟି ଉତ୍ପାଦ ପଛରେ ରହିଥିବା କାହାଣୀକୁ ‘ସ୍କାନ ଆଣ୍ଡ ନୋ’ ପ୍ରଯୁକ୍ତି ଫିଚର ଜରିଆରେ ଜାଣିପାରିବେ ।

ଗ୍ରାହକମାନେ ସ୍ୱଦେଶ ଟିମ ସହିତ ମିଳିତ ଭାବରେ ସେମାନଙ୍କ ଚାହିଦା ମୁତାବକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତି ପାଇଁ ଏକ ସ୍ୱତନ୍ତ୍ର ଚାହିଦା ମୁତାବକ ପ୍ରସ୍ତୁତି ସେବା ସହିତ ଏହି ଷ୍ଟୋରରେ କୃଷି କ୍ଷେତ୍ରରୁ ଟେବୁଲ ଚିନ୍ତାଧାରାରେ ଏକ କାଫେ ରହିଛି ।

Sponsored
ହାଇଦ୍ରାବାଦରେ ରିଲାଏନ୍ସ ରିଟେଲର ପ୍ରଥମ ଏକକ ସ୍ୱଦେଶ ଷ୍ଟୋର ଉଦଘାଟିତ | Argus News