Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରିଲାଏନ୍ସ ବିଶ୍ୱର ଶ୍ରେଷ୍ଠ ୧୦ କମ୍ପାନୀ ସମୂହ ମଧ୍ୟରେ ସାମିଲ ହେବା ଲକ୍ଷ୍ୟ ରଖିଛି : ମୁକେଶ ଅମ୍ବାନୀ

National

ରିଲାଏନ୍ସ ବିଶ୍ୱର ଶ୍ରେଷ୍ଠ ୧୦ କମ୍ପାନୀ ସମୂହ ମଧ୍ୟରେ ସାମିଲ ହେବା ଲକ୍ଷ୍ୟ ରଖିଛି : ମୁକେଶ ଅମ୍ବାନୀ

Jitendra Dash
Browse all articles by Jitendra Dash
·2 years ago·2 min read
ରିଲାଏନ୍ସ ବିଶ୍ୱର ଶ୍ରେଷ୍ଠ ୧୦ କମ୍ପାନୀ ସମୂହ ମଧ୍ୟରେ ସାମିଲ ହେବା ଲକ୍ଷ୍ୟ ରଖିଛି : ମୁକେଶ ଅମ୍ବାନୀ

ଅର୍ଗସ ବ୍ୟୁରୋ : ରିଲାଏନ୍ସ ନିଜର ଅବିରତ ବିକାଶର ଧାରା ଜାରି ରଖି ଆଗକୁ ବଢିବା ସହିତ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନିତ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧକ୍ଷ ମୁକେଶ ଅମ୍ବାନୀ ପ୍ରକାଶ କରିଛନ୍ତି । ରିଲାଏନ୍ସର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନିଙ୍କ ଜନ୍ମତିଥିରେ ପାଳନ କରାଯାଉଥିବା ରିଲାଏନ୍ସ ପରିବାର ଦିବସ ଅବସରରେ କର୍ମଚାରୀଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି ।

ରିଲାଏନ୍ସ ଏବେ ଡିଜିଟାଲ ଡାଟା ପ୍ଲାଟଫର୍ମ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଆପଣାଇବାରେ ବିଶ୍ୱର ଅଗ୍ରଣୀ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଡିଜିଟାଲ ପ୍ଲାଟଫର୍ମ ଯୁଗରେ ଡାଟା ଏବେ ପ୍ରତିଭା ଓ ଅର୍ଥ ସହିତ ଉତ୍ପାଦନର ନୂଆ ମାଧ୍ୟମ ହୋଇଛି । ଏଥି ନିମନ୍ତେ ଡାଟା ବ୍ୟବହାରରେ ଆମେ ସର୍ବଦା ଅଗ୍ରଣୀ ରହିବା ସହିତ ଏଆଇ ବଳରେ ଉତ୍ପାଦକତା ଓ ଦକ୍ଷତାରେ ଅନେକ ଗୁଣ ଉନ୍ନତି ହାସଲ କରିପାରିବା ବୋଲି କର୍ମଚାରୀମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରିଲାଏନ୍ସ ସବୁବେଳେ ଆତ୍ମସନ୍ତୁଷ୍ଟି ଠାରୁ ଆଗରେ ରହିଥିବା ପ୍ରକାଶ କରି ଆଜିକା ଦିନରେ ଉଭୟ ଘରୋଇ ଏବଂ ବିଶ୍ୱ ସ୍ତରରେ ବ୍ୟବସାୟ ପରିବେଶ ଦ୍ରୁତ ପରିବର୍ତ୍ତନଶୀଳ ହୋଇଥିବା ସେ କହିଛନ୍ତି । ସବୁ ସମୟ ଭଳି ଆଗାମୀ ଦିନରେ ମଧ୍ୟ ଗ୍ରାହକମାନଙ୍କୁ ପ୍ରାଥମିକତା ଦେବା ନେଇ ସର୍ବଦା ଧ୍ୟାନକେନ୍ଦ୍ରିତ କରିବା ପାଇଁ ସେ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି । ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଆଗକୁ ବଢୁଥିବା ବେଳେ ଆମପାଇଁ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନ ହାସଲ କରିବାର ଅପୂର୍ବ ସୁଯୋଗ ରହିଥିବା ସେ କହିଛନ୍ତି । ଡିଜିଟାଲ ସେବା, ସବୁଜ ଶକ୍ତି ଓ ବୟ ଏନର୍ଜି, ରିଟେଲ ଓ କଂଜୁମର ବ୍ରାଣ୍ଡ ସମୂହ, ତୈଳ ଓ କେମିକାଲ, ସ୍ୱାସ୍ଥ୍ୟ ଓ ଲାଇଫ ସାଇନ୍ସେସ ଭଳି ରିଲାଏନ୍ସ ର ସମସ୍ତ ଅଭିବୃଢ଼ହି ଇଂଜିନ ଗୁଡିକୁ ଆସନ୍ତା ବର୍ଷ ମଧ୍ୟରେ ପରିବର୍ତିତ ହେବାକୁ ପଡିବ ବୋଲି ସେ କହିଛନ୍ତି । ଏଥିସହିତ ଏଆଇ କୁ ବିକଶିତ ଓ ବ୍ୟାପକ କରିବା ଦିଗରେ ରିଲାଏନ୍ସର ଉଦ୍ୟମକୁ ତ୍ୱରାନ୍ୱିତ କରି ଭାରତର ଶିକ୍ଷା , ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ରହିଥିବା ଜାତୀୟ ଆବଶ୍ୟକତା ପୁରଣ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Sponsored
Reliance to be among the world’s top 10 conglomerates: Mukesh Ambani | Argus News