Videos
|
Odisha

Padma Awards / ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ
Padma Shri Awards 2026 Announced, Four from Odisha Selected

Key Points

୨୦୨୬ ବର୍ଷରେ ପଦ୍ମ ପୁରସ୍କାର ପାଇବେ ମୋଟ ୧୩୧ ଜଣ । ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର । 
ନୂଆଦିଲ୍ଲୀ: ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୨୦୨୬ ବର୍ଷରେ ପଦ୍ମ ପୁରସ୍କାର ପାଇବେ ମୋଟ ୧୩୧ ଜଣ । ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର । 

ଏଥିସହ ପଢ଼ନ୍ତୁ: ବାହା ହେଲାନି ବୋଲି ପ୍ରେମିକାର ଭୟଙ୍କର ଷଡ଼୍‌ଯନ୍ତ୍ର; ଇଞ୍ଜେକ୍ସନ୍‌ରେ ନେଲା ପ୍ରତିଶୋଧ

ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସେହିଭଳି କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ ମିଳିବ । ଚରଣ ହେମ୍ବ୍ରମ୍ ହେଉଛନ୍ତି ଜଣାଶୁଣା ସାନ୍ତାଳୀ ଲେଖକ । ସେହିଭଳି ସଖୀ ନାଟ ଥିଏଟର କଳାକାର ହେଉଛନ୍ତି ସୀମାଞ୍ଚଳ ପାତ୍ର ।

ପଦ୍ମ ବିଭୂଷଣ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଳା କ୍ଷେତ୍ରରେ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ମିଳିବ । ପବ୍ଲିକ୍ ଆଫେୟାର୍ସରେ କେରଳର କେ ଟି ଥୋମାସ, କଳାରେ ଉତ୍ତରପ୍ରଦେଶର ଏନ୍ ରାଜମ, ସାହିତ୍ୟ ଓ ଶିକ୍ଷାରେ କେରଳର ପି ନାରାୟଣନ, ପବ୍ଲିକ୍ ଆଫେୟାର୍ସରେ କେରଳର ଭି ଏସ୍ ଅଚୁଥାନନନ୍ଦନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ଦିଆଯିବ ।

ପଦ୍ମ ଭୂଷଣ

କଳାରେ ଅଳକା ୟାଗ୍ନିକ, ପବ୍ଲିକ ଆଫେୟାର୍ସରେ ଭଗତ ସିଂହ କୋଶ୍ୟାରୀ, ମେଡିସିନ୍‌ରେ କଲ୍ଲିପାଟ୍ଟା ରାମାସ୍ଵାମୀ ପାଲାନିସ୍ଵାମୀ, କଳାରେ ଶ୍ରୀ ମମ୍ମୁଟ୍ଟି, ମେଡିସିନ୍‌ରେ ନୋରୀ ଦତ୍ତାତ୍ରେୟୁଡୁ, କଳାରେ ପୀୟୁଷ ପାଣ୍ଡେ (ମରଣୋତ୍ତର), ସମାଜ ସେବାରେ ଏସ କେ ଏମ୍ ମୈଲାନନ୍ଧନ, କଳାରେ ଶତଭାଧନି ଆର ଗଣେଶ, ପବ୍ଲିକ ଆଫେୟାର୍ସରେ ଶିବୁ ସୋରେନ (ମରଣୋତ୍ତର), ବାଣିଜ୍ୟ ଓ ଶିଳ୍ପରେ ଉଦୟ କୋଟାକ, ପବ୍ଲିକ ଆଫେୟାର୍ସରେ ଭି କେ ମାଲହୋତ୍ରା (ମରଣୋତ୍ତର), ପବ୍ଲିକ ଆଫେୟାର୍ସରେ ଭେଲାପ୍ପାଲି ନଟେସନ, ଖେଳରେ ବିଜୟ ଅମ୍ରିତରାଜ ପଦ୍ମ ବିଭୂଷଣ ପାଇବେ ।

Related Topics

Explore more stories