Aligarh Restaurant 1 Lakh Fine / ପାଣି ବୋତଲ ପାଇଁ ରେସ୍ତୁରାଁ ଉପରେ ଲାଗିଲା ୧ ଲକ୍ଷ ଟଙ୍କା ଜରିମାନା
·1 hour ago·2 min read

Key Points
ପାଣି ବୋତଲ ପାଇଁ ଅଧିକ ୨ ଟଙ୍କା ଆଦାୟ କରିବା ଜଣେ ରେସ୍ତୁରାଁ ମାଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯାହା ପରେ ତାଙ୍କୁ ଏବେ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ପାଣି ବୋତଲ ଉପରେ ଅଧିକ ୨ ଟଙ୍କା ଆଦାୟ କରିବା ପାଇଁ ଏକ ପ୍ରସିଦ୍ଧ ରେସ୍ତୁରାଁ ପାଇଁ ପଡ଼ିଛି ମହଙ୍ଗା। ଉତ୍ତର ପ୍ରଦେଶ ପ୍ରଦେଶର ଆଲିଗଡ଼ ଜିଲ୍ଲାରେ ଏକ ରେସ୍ତୁରାଁ ପାଣି ବୋତଲ ଉପରେ ୨ ଟଙ୍କା ଅଧିକ ନେବା ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ଯାଉଛି। ଏହି ମାମଲା ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ପାଖରେ ପହଞ୍ଚିଥିଲା। ମାମଲାର ଶୁଣାଣି ପରେ, ଆଲିଗଡ଼ ଜିଲ୍ଲା ଉପଭୋକ୍ତା ଆୟୋଗ BBCN ରୟାଲ ରେସ୍ତୁରାଁ ଏବଂ ପାର୍ଟି ହଲ୍ ଉପରେ ୧ ଲକ୍ଷ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ରେସ୍ତୁରାଁ ମାଲିକ ପାଣି ବୋତଲ ଉପରେ ଅଧିକ ୨ ଟଙ୍କା ନେବା ପର ଠାରୁ ଏହି ମାମଲା ଚର୍ଚ୍ଚାରେ ରହିଛି। ପାଣି ବୋତଲ ଉପରେ ଅଧିକ ୨ ଆଦାୟ ଦେବାକୁ ନେଇ ଗ୍ରାହକ ଜଣକ କ୍ରୋଧିତ ହୋଇ ଉଠିଥିଲେ। ଯଦିଓ ସେ ଏହାର ପ୍ରତିବାଦ କରିଥିଲେ। ହେଲେ ଏହି ମାମଲା ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ପାଖକୁ ଯାଇଥିଲା। ଯାହା ପରେ ଏହି ନିର୍ଦ୍ଦେଶ ଜାରି ହୋଇଥିଲା।
କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?
ଏହି ଘଟଣା ଗତ ମାର୍ଚ୍ଚ ୧୧ ତାରିଖରେ ଘଟିଥିଲା। ଆଲିଗଡ଼ ବାସିନ୍ଦା ଅଙ୍କୁର ଅଗ୍ରୱାଲ ହାଥରସ ଜିଲ୍ଲାର ଏହି ରେସ୍ତୁରାଁକୁ ଖାଇବାକୁ ଯାଇଥିଲେ। ସେ ୧୮ ଟଙ୍କାର MRP ଥିବା ଏକ ପାଣି ବୋତଲ ଅର୍ଡ଼ର କରିଥିଲେ। ହେଲେ ରେସ୍ତୁରାଁ ତାଙ୍କ ଠାରୁ ବୋତଲ ପାଇଁ ୨୦ ଟଙ୍କା ଆଦାୟ କରିଥିଲା। ଏହା ପରେ, ଅଙ୍କୁର ଅଗ୍ରୱାଲ ଜିଲ୍ଲା ଉପଭୋକ୍ତା ଆୟୋଗ ଆଲିଗଡ଼ଙ୍କ ପାଖରେ ଅଭିଯୋଗ ଦାଖଲ କରିଥିଲେ। ଶୁଣାଣି ସମୟରେ, ସେ ବିଲ୍ ଏବଂ ପାଣି ବୋତଲର ଏକ ଫଟୋଗ୍ରାଫ୍ ଉପସ୍ଥାପନ କଲେ। ବିଲ୍ ରେ ବୋତଲ ୨୦ ଟଙ୍କାରେ ତାଲିକାଭୁକ୍ତ ହୋଇଥିବା ବେଳେ ଏହାର MRP ୧୮ ଟଙ୍କା ରହିଥିଲା। ଯାହା ଅଙ୍କୁର ଅଗ୍ରୱାଲଙ୍କ ପକ୍ଷକୁ ମଜବୁତ କରିଥିଲା।
ଏହା ସହ ପଢନ୍ତୁ: ଇ-କର୍ମସ ପ୍ଲାଟଫର୍ମ ବିରୋଧରେ ଲାଗିଲା ୧୦ ଲକ୍ଷର ଜରିମାନା; ଅନଲାଇନ୍ ବିକ୍ରି କରୁଥିଲା...
ଅଭିଯୋଗକାରୀଙ୍କୁ ମିଳିବ ୫୦୦୦ ଟଙ୍କା
ରେସ୍ତୁରାଁକୁ ତାହାର ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ଦିଆଯାଇଥିଲା। ହେଲେ ରେସ୍ତୁରାଁ ନିଜର ମଜବୁତ ପକ୍ଷ ଉପସ୍ଥାପନ କରି ପାରିନଥିଲା। ଏହା ପରେ, ଆଲିଗଡ଼ ଜିଲ୍ଲା ଉପଭୋକ୍ତା ଆୟୋଗ ଉପଲବ୍ଧ ଦସ୍ତାବିଜ ଆଧାରରେ ଏହି ଆଦେଶ ଜାରି କରିଥିଲେ।
ଗତ ସୋମବାର (ଅକ୍ଟୋବର ୧୨) ଜାରି ହୋଇଥିବା ଆଦେଶରେ, ଆଲିଗଡ଼ ଜିଲ୍ଲା ଉପଭୋକ୍ତା ଆୟୋଗ MRP ଠାରୁ ଅଧିକ ଟଙ୍କା ନେବା ଅନୁଚିତ ବାଣିଜ୍ୟିକ ବ୍ୟବହାର ବୋଲି ବିବେଚନା କରିଥିଲେ। ଆୟୋଗ ରେସ୍ତୁରାଁକୁ ୧ ଲକ୍ଷ ଟଙ୍କା ଗ୍ରାହକ କଲ୍ୟାଣ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ଭାବରେ ୧୦୦୦ ଏବଂ ମାମଲା ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୪୫ ଦିନ ମଧ୍ୟରେ ଜମା କରିବେ ଜରିମାନା ଟଙ୍କା
ଆଦେଶ ପାଳନ କରିବା ପାଇଁ ଆଲିଗଡ଼ ଜିଲ୍ଲା ଉପଭୋକ୍ତା ଆୟୋଗ ୪୫ ଦିନ ସମୟ ଦେଇଛନ୍ତି। ଏହା ନ କଲେ ରେସ୍ତୁରାଁ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏହି ମାମଲା ସହ ଜଡି଼ତ ବିଶେଷ କଥା ହେଉଛି କମିଶନ କେବଳ ପାଣି ବୋତଲ ଅଧିକ ୨ ଟଙ୍କା ନେବା ପାଇଁ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଏହି ନିଷ୍ପତ୍ତି ବ୍ୟବସାୟୀକ ପ୍ରତିଷ୍ଠାନ ପାଇଁ ଏକ ବାର୍ତ୍ତା ମଧ୍ୟ ଦେଉଛି। ତାହ ହେଉଛି ଗ୍ରାହକଙ୍କ ଠାରୁ MRP ଠାରୁ ଅଧିକ ମୂଲ୍ୟ ଆଦାୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।

Related Topics
Explore more stories