Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Result update ; ଚାଲିଛି ଭୋଟ୍ ଗଣତି, ଏପର୍ଯ୍ୟନ୍ତ ଏହି ନେତା ଆଗୁଆ

National

Result update ; ଚାଲିଛି ଭୋଟ୍ ଗଣତି, ଏପର୍ଯ୍ୟନ୍ତ ଏହି ନେତା ଆଗୁଆ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
Result update ; ଚାଲିଛି ଭୋଟ୍ ଗଣତି, ଏପର୍ଯ୍ୟନ୍ତ ଏହି ନେତା ଆଗୁଆ

ଅର୍ଗସ ବ୍ୟୁରୋ : ବାରଣାସୀରେ ମୋଦି ସୁନାମୀ
ଦେଶରେ ଚର୍ଚ୍ଚିତ ଲୋକସଭା ଆସନ ବାରଣାସୀରୁ ଆଗରେ ରହିଛନ୍ତି ମୋଦି । ବହୁ ପଛରେ ପଡିଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ । 
ଗାନ୍ଧିନଗରରେ ଆଗରେ ଶାହ
ଦେଶରେ ଚର୍ଚ୍ଚିତ ଲୋକସଭା ଆସନ ଗୁଜୁରାଟ-ଗାନ୍ଧିନଗରରେ ଆଗରେ ରହିଛନ୍ତି ଅମିତ ଶାହ। ପଛରେ ପଡିଛନ୍ତି ସୋନାଲ ପଟେଲ । ପୁଣି ଥରେ ମୋଦିଙ୍କ ଲୋକପ୍ରିୟତା ପ୍ରମାମିତ ହୋଇଛି।
ଆଗରେ ରହିଛି ବିଜେପି। ଭୋଟ୍ ପ୍ରତିଶତ ମଧ୍ୟ ବଢିଚାଲିଛି। 
ନାଗପୁରରେ ବିକାଶ ଫେଲ୍ ଗଡ଼କରି ପାସ!
ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ର ନାଗପୁର ଲୋକସଭା ଆସନ । ନୀତିନ ଗଡ଼କରି ୩୦ ହଜାର ୫୪୨ ଖଣ୍ଡ ଭୋଟରେ ଆଗରେ ରହିଥିବାବେଳେ ପଛରେ ପଡିଛନ୍ତି କଂଗ୍ରେସ ପ୍ରାର୍ଥୀ ବିକାଶ ଠାକରେ। ବତ୍ତମାନ ପର୍ଯ୍ୟନ୍ତ ଗଡ଼କରିଙ୍କୁ ମିଳିଛି ମୋଟ ୧ଲକ୍ଷ ୨୬ ହଜାର ୭୯୨ଖଣ୍ଡ ଭୋଟ।
ଟ୍ରେଣ୍ଟ କହୁଛି ପୂର୍ବଅପେକ୍ଷା ରେକର୍ଡ ସଂଖ୍ୟକ ଭୋଟରେ ଜିତିବେ ଗଡ଼କରି।

ଅଧିକ ପଢନ୍ତୁ : ପ୍ରଥମ ରାଉଣ୍ତରେ ସବୁଠି ବିଜେପି ଆଗୁଆ

ଲକ୍ଷ୍ନୌରେ ପୁଣି ଥରେ ରାଜନାଥ 
ଚାଲିଛି କାଉଣ୍ଟିଙ୍ଗ୍ ଫୋକସରେ ରହିଛି ଲକ୍ଷ୍ନୌ ଆସନ।
 ରାଜନାଥ ସିଂଙ୍କୁ  ୧ଲକ୍ଷ ୨୨ ହଜାର ୪୨୯ ଖଣ୍ଡ ଭୋଟ ମିଳିଥିବାବେଳେ । କଂଗ୍ରେସ ପ୍ରାର୍ଥୀ ରବିଦାସ ମେହେରୋତ୍ରାଙ୍କୁ ମିଳିଛି ୧ଲକ୍ଷ ୫ହଜାର୧୪୧ ଖଣ୍ଡ ଭୋଟ୍ । ୨୦୧୯ରେ ରାଜନାଥଙ୍କୁ ମିଳିଥିଲା ୬ ଲକ୍ଷ ୩୩ ହଜାର ୨୬ଖଣ୍ଡ ଭୋଟ୍ । ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକ ଭୋଟରେ ଆଗରେ ରହିଛନ୍ତି ରାଜନାଥ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବେଶ ଦବଦବା ରହିଥିଲା ରାଜନାଥଙ୍କର। ପ୍ରତିରକ୍ଷାଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଥିଲେ ମନ୍ତ୍ରୀ।
ପଦ୍ମମୟ ହମିରପୁର!
()ବିଜେପିର ଗଡ଼ କୁହାଯାଉଥିବା ହିମାଚଳ ପ୍ରଦେଶ-ହମିରପୁର ଲୋକସଭା ଆସନ ଚର୍ଚ୍ଚାରେ ରହିଛି। ମଇଦାନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ତାଙ୍କୁ
ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୪୬ହଜାର ୩୦ ଖଣ୍ଡ ମିଳିଥିବାବେଳେ କଂଗ୍ରେସର ସତପଲ ରାଇଜାଦାଙ୍କୁ ମିଳିଛି ୩୧ ହଜାର ୭୪୩ ଖଣ୍ଡ ଭୋଟ୍ । ୧ ଲକ୍ଷ ୩୫ ହଜାର ୨୮୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି ଅନୁରାଗ ।
କଙ୍ଗନାଙ୍କ କମାଲ
()ହିମାଚଳପ୍ରଦେଶ ମଣ୍ଡିଲୋକସଭା ଆସନରେ ଆଗରେ ରହିଛନ୍ତି ବିଜେପି ସାସଂଦ ପ୍ରାର୍ଥୀ  କଙ୍ଗନା ରଣାୱତ। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୬ ହଜାର  ୪୯ ଖଣ୍ଡ ଭୋଟ୍ ପାଇଥିବାବେଳେ,କଂଗ୍ରେସର ବିକ୍ରମ ଆଦିତ୍ୟ ସିଂ
ଙ୍କୁ ମିଳିଛି୪ ଲକ୍ଷ ୧୫ ହଜାର ୨୬୫।
କଙ୍ଗନା ୭୦ହଜାର ୭୮୪ ଖଣ୍ଡ ଭୋଟ୍ ରହିଛନ୍ତି ଆଗରେ।
ଚଳଚ୍ଚିତ୍ର ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି କଙ୍ଗନା।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Result update; Counting of votes is going on, so far this leader is leading | Argus News