Daughter Death Corruption Incident / ହଜିଗଲା ମାନବିକତା: ଝିଅ ମଲା ପରେ ଦୁର୍ନୀତିର ଶିକାର ଅବସରପ୍ରାପ୍ତ ଅଧିକାରୀ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ
·8 months ago·3 min read

Key Points
ବେଙ୍ଗାଲୁରୁର ପୂର୍ବତନ BPCL ଅଧିକାରୀ କେ ଶିବକୁମାରଙ୍କ ଜଣେ ହୃଦୟବିଦାରକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶିବକୁମାର ଲିଙ୍କଡଇନ୍ରେ ଲେଖିଥିବା ଏହି ନୋଟ୍ରେ ସେ ତାଙ୍କ ୩୪ ବର୍ଷୀୟା ଏକମାତ୍ର ଝିଅଙ୍କ ମୃତ୍ୟୁ ପରେ ସରକାରୀ ସ୍ତରରେ ଲାଞ୍ଚ ଦେଇଥିବାର ଅଭିଯୋଗ ଆଣିଛନ୍ତି।
ହଜିଗଲା ମାନବିକତା। ୩୪ ବର୍ଷର ଝିଅ ମଲା ପରେ ବି ସରକାରୀ ସ୍ତରରେ ଲାଞ୍ଚ ନେଇଛନ୍ତି। କେଉଁଠି ଶବ ବ୍ୟବଚ୍ଛେଦ ପାଇଁ ତ ଆଉ କେଉଁଠି ଆମ୍ବୁଲାନ୍ସରେ ଶବ ନେବାପାଇଁ। ଆଉ ଜଣେ ବାପା ଏହି ଲାଞ୍ଚ ଦେବାବେଳେ ତାଙ୍କୁ ଏହା କେତେ ଯେ, ଯନ୍ତ୍ରଣା ଦେଇଥିବ ତାହା ଶବ୍ଦରେ ବର୍ଣ୍ଣନା କରିହେବନି। ଏଭଳି ଘଟିଛି କର୍ଣ୍ଣାଟକ ରାଜ୍ୟରେ।
ଏହାସହ ପଢ଼ନ୍ତୁ: ୩୭ ବର୍ଷ ପରେ ସୁପ୍ରିମକୋର୍ଟରୁ ମିଳିଲା ନ୍ୟାୟ, ୫୦ ଟଙ୍କା ଲାଞ୍ଚ ଅଭିଯୋଗରେ ହୋଇଥିଲେ ସସ୍ପେଣ୍ଡ
ବେଙ୍ଗାଲୁରୁର ପୂର୍ବତନ BPCL ଅଧିକାରୀ କେ ଶିବକୁମାରଙ୍କ ଜଣେ ହୃଦୟବିଦାରକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶିବକୁମାର ଲିଙ୍କଡଇନ୍ରେ ଲେଖିଥିବା ଏହି ନୋଟ୍ରେ ସେ ତାଙ୍କ ୩୪ ବର୍ଷୀୟା ଏକମାତ୍ର ଝିଅଙ୍କ ମୃତ୍ୟୁ ପରେ ସରକାରୀ ସ୍ତରରେ ଲାଞ୍ଚ ଦେଇଥିବାର ଅଭିଯୋଗ ଆଣିଛନ୍ତି। ଆଉ ପରେ ଚାପ ପଡ଼ିବାରୁ ପୋଷ୍ଟଟି ଡିଲିଟ୍ କରାଯାଇଥିଲା। ତଥାପି ଏହା ହଜାର ହଜାର ଲୋକଙ୍କୁ କଷ୍ଟ ଦେଇଛି। ଶିବକୁମାରଙ୍କ ଝିଅ ଅକ୍ଷୟା ସେପ୍ଟେମ୍ବର ୧୮ରେ ମସ୍ତିଷ୍କ ରକ୍ତସ୍ରାବରେ ମୃତ୍ୟୁବରଣ କରିଥିଲେ। ଆଇଆଇଏମ୍ ଅହମ୍ମଦାବାଦ ପାସ୍ଆଉଟ୍ ଏବଂ ଗୋଲଡମ୍ୟାନ୍ ସାକ୍ସର ପୂର୍ବତନ କର୍ମଚାରୀ ଥିବା ଅକ୍ଷୟାଙ୍କୁ ଘରୁ ହସ୍ପିଟାଲକୁ ନେବାବେଳେ ଆମ୍ବୁଲାନ୍ସ ଟିମ୍ 3,000 ଟଙ୍କା ଲାଞ୍ଚ ଦାବି କରିଥିଲା ବୋଲି ସେ ଲେଖିଥିଲେ। ଶିବକୁମାର କୁହିଥିଲେ, “ମୋ ଝିଅ ମରିଗଲା କାହାର ସହାନୁଭୂତି ନ ଥିଲା" କିନ୍ତୁ ଶେଷ ସମୟରେ କେବଳ ଲାଞ୍ଚ ଦାବି କରାଗଲା।” ମୋ ପାଖରେ ପଇସା ଥିଲା ବୋଲି ମୁଁ ଦେଇପାରିଲି। କିନ୍ତୁ ଯିଏ ଗରିବ ହୋଇଥିବ ସେ କଣ କରିବ। ଏଭଳି ଲୋକଙ୍କୁ କେବଳ ଦଣ୍ଡ ମିଳିବା ଦରକାର। କାରଣ ଯାହା ଝିଅର ମୃତ୍ୟୁ ହୋଇଛି। ସେ ହିଁ ବୁଝିପାରିବ କେତେ ଯନ୍ତ୍ରଣା ଆଉ କଷ୍ଟଦାୟକ।
ଏହାସହ ପଢ଼ନ୍ତୁ: କିଏ ଏହି ଯୁବକ ? କାହିଁକି ଜଣେ ଯୁବତୀଙ୍କ ନେଲା ଜୀବନ ? ଜାଣନ୍ତୁ ପୁରା କାହାଣୀ...
ଶିବକୁମାର ଏହା ମଧ୍ୟ କହିଥିଲେ ଯେ କିପରି ପୋଲିସ ଷ୍ଟେସନରେ ମଧ୍ୟ ତାଙ୍କୁ ନଗଦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। "ଯେହେତୁ ପୋଲିସକୁ ଏଫଆଇଆର ଏବଂ ପୋଷ୍ଟମର୍ଟମ ରିପୋର୍ଟର ଏକ କପି ଦେବାକୁ ପଡିଥିଲା, ଆମେ ଚାରି ଦିନ ପରେ ଭେଟିଲୁ ଏବଂ ସେମାନେ ମଧ୍ୟ ଖୋଲାଖୋଲି ଭାବେ ଟଙ୍କା ଦାବି କରିଥିଲେ ଯାହା ମୁଁ ପୋଲିସ ଷ୍ଟେସନରେ ଦେଇଥିଲି।"
ପୋଷ୍ଟଟି ଭାଇରାଲ ହେବା ଏବଂ ବ୍ୟାପକ ଅସନ୍ତୋଷ ପ୍ରକାଶ ହେବା ପରେ, ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
"ଶିବକୁମାରଙ୍କ ଟ୍ୱିଟରେ ଉଲ୍ଲେଖ କରାଯାଇଥିବା ଘଟଣା ସହିତ ଜଡିତ, ବେଲାଣ୍ଡୁର ପୋଲିସ ଷ୍ଟେସନର ଜଣେ ପିଏସଆଇ ଏବଂ ଜଣେ ପୋଲିସ କନଷ୍ଟେବଳଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ପୋଲିସ ବିଭାଗ କୌଣସି ପରିସ୍ଥିତିରେ ଏପରି ଅଶୋଭନୀୟ କିମ୍ବା ଅନୁପଯୁକ୍ତ ଆଚରଣକୁ ସହ୍ୟ କରାଯିବ ନାହିଁ ବୋଲି ପୋଲିସ କହିଛି।
ଏହି ଘଟଣାକୁ ନେଇ BJPର ରାଜ୍ୟ ଉପାଧ୍ୟକ୍ଷ ମାଳବିକା ଅଭିନାଶ ସମବେଦନା ଜଣାଇ କର୍ଣ୍ଣାଟକ ସରକାରକୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, "ଜଣେ ଅଭିଭାବକ ଶୋକରେ ଡୁବିଥିବାବେଳେ ଏପରି ଅବହେଳା ଓ ଦୁର୍ନୀତି ଅମାନବିକ।"
ସେ କହିଲେ, ପ୍ରଥମେ ମୁଁ ଶ୍ରୀ କେ ଶିବକୁମାରଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ତାଙ୍କୁ କେବଳ ତାଙ୍କ ଝିଅକୁ ହରାଇବାର ବ୍ୟକ୍ତିଗତ ଦୁଃଖ ସହିବାକୁ ପଡିନାହିଁ, ତାଙ୍କୁ ସରକାରୀ ଉଦାସୀନତାର ମଧ୍ୟ ଅନେକ ଶିକାର ହେବାକୁ ପଡିଛି।"
ସେ କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ "ଅଚଳ ବ୍ୟବସ୍ଥା" ବୋଲି କହି ଦାୟୀ କରିଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଦାବି କରିଥିଲେ ଯେ ଜଣେ ନିଜ ଝିଅକୁ ହରାଇଥିବା ପିତାଙ୍କୁ କାହିଁକି ଏପରି ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ବାଧ୍ୟ କରାଗଲା ଏବଂ ପରେ ତାଙ୍କ ପୋଷ୍ଟ କାହିଁକି ଡିଲିଟ କରାଗଲା ଉତ୍ତର ରଖନ୍ତୁ।
"କର୍ଣ୍ଣାଟକରେ ଏହା ଆଶ୍ଚର୍ଯ୍ୟର ବିଷୟ ନୁହେଁ, କଂଗ୍ରେସ ଦଳ କ୍ଷମତାକୁ ଆସିବାର ଦୁଇ ବର୍ଷ ବିତିଗଲାଣି। ସେମାନେ କ୍ଷମତାକୁ ଆସିବାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କ୍ଷମତା ଫେରିପାଇବାପରେ ସେମାନେ କୌଣସି କଥାକୁ ପୂରଣ କରିପାରିଲେ ନାହିଁ।
ସେ ଆହୁରି କହିଛନ୍ତି "ମୁଁ ଭାବୁଛି ନଗର ଉନ୍ନୟନ ମନ୍ତ୍ରୀ ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଡିକେ ଶିବ କୁମାରଙ୍କୁ ଆଗକୁ ଆସି କ'ଣ ଘଟିଛି ତାହା ବୁଝିବା ଉଚିତ। ମହାଶୟ, ଏତେ ଉଦାସୀନତା କାହିଁକି? କାହିଁକି ବେଙ୍ଗାଲୁରୁର ଜଣେ ନାଗରିକଙ୍କୁ ଏପରି କଷ୍ଟ ଭୋଗିବାକୁ ପଡୁଛି? ଏବଂ ସବୁଠାରୁ ଖରାପ କଥା ହେଉଛି, ସେ ତାଙ୍କ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି। କିଏ ତାଙ୍କୁ ଏହାକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା କିମ୍ବା କିଏ ତାଙ୍କୁ ଏହାକୁ ଡିଲିଟ୍ କରିବାକୁ ବାଧ୍ୟ କରିଥିଲା? ଦୟାକରି କର୍ଣ୍ଣାଟକବାସୀଙ୍କୁ ଜଣାନ୍ତୁ।

— DCP Whitefield Bengaluru (@dcpwhitefield) October 30, 2025

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories