Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court / ୩୭ ବର୍ଷ ପରେ ସୁପ୍ରିମକୋର୍ଟରୁ ମିଳିଲା ନ୍ୟାୟ, ୫୦ ଟଙ୍କା ଲାଞ୍ଚ ଅଭିଯୋଗରେ ହୋଇଥିଲେ ସସ୍‌ପେଣ୍ଡ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
୩୭ ବର୍ଷ ପରେ ସୁପ୍ରିମକୋର୍ଟରୁ ମିଳିଲା ନ୍ୟାୟ, ୫୦ ଟଙ୍କା ଲାଞ୍ଚ ଅଭିଯୋଗରେ ହୋଇଥିଲେ ସସ୍‌ପେଣ୍ଡ

Key Points

୩୭ ବର୍ଷ ପରେ ମିଳିଲା ନ୍ୟାୟ । ମାତ୍ର ୫୦ ଟଙ୍କା ଲାଞ୍ଚ ଅଭିଯୋଗରେ ହୋଇଥିଲେ ସସ୍‌ପେଣ୍ଡ । ଏବେ ସୁପ୍ରିମକୋର୍ଟରୁ ମିଳିଲା ନ୍ୟାୟ ।
୩୭ ବର୍ଷ ପରେ ମିଳିଲା ନ୍ୟାୟ । ନିର୍ଦ୍ଦୋଷରେ ଖଲାସ ହେଲେ ରେଳବାଇ ଟିକେଟ୍‌ ପରୀକ୍ଷକ (TTE)। ସୁପ୍ରିମକୋର୍ଟ ପ୍ରାୟ ୩୭ ବର୍ଷ ପୁରୁଣା ଏକ ମାମଲାରେ ଜଣେ TTEଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ଲାଞ୍ଚ ଦାବି କରିବାର ଅଭିଯୋଗ ପ୍ରମାଣିତ ହୋଇପାରିନାହିଁ । କୋର୍ଟ ମୃତ କର୍ମଚାରୀଙ୍କ ପରିବାରକୁ ତିନି ମାସ ମଧ୍ୟରେ ସମସ୍ତ ବକେୟା ଦରମା ଏବଂ ପେନସନ୍ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ମାମଲାଟି ମେ' ୩୧, ୧୯୮୮ର । ଯେତେବେଳେ ରେଳବାଇ ଭିଜିଲାନ୍ସ ଟିମ୍‌ ଦ୍ୱାରା ଏକ ଅଚାନକ ଯାଞ୍ଚ କରାଯାଇଥିଲା । ସେହି ସମୟରେ ନାଗପୁରରେ କେନ୍ଦ୍ରୀୟ ରେଳବାଇରେ ନିଯୁକ୍ତ TTEଙ୍କ ଉପରେ ବର୍ଥ ବଦଳରେ ତିନି ଜଣ ଯାତ୍ରୀଙ୍କଠାରୁ ୫୦ ଟଙ୍କା ଲାଞ୍ଚ ଦାବି କରିବାର ଅଭିଯୋଗ ହୋଇଥିଲା । ତଦନ୍ତରୁ ଜଣାପଡିଥିଲା ​​ଯେ ସେ ୧୨୫୪ ଟଙ୍କା ଅଧିକ ନଗଦ ବହନ କରୁଥିଲେ ଏବଂ ତାଙ୍କ ଡ୍ୟୁଟି ପାସ୍‌ରେ ମଧ୍ୟ ହେରଫର କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ମିଛ କହୁଥିଲା ପାକିସ୍ତାନ... ଶିବାଙ୍ଗୀଙ୍କ ସହ ନଜର ଆସିଲେ ମହାମହିମ


ଏକ ବିଭାଗୀୟ ତଦନ୍ତ ପରେ, ୧୯୮୯ ମସିହାରେ ଅଭିଯୋଗ ଫ୍ରେମ୍ କରାଯାଇଥିଲା ଏବଂ ଶୃଙ୍ଖଳାଗତ କର୍ତ୍ତୃପକ୍ଷ ତାଙ୍କୁ ୧୯୯୬ ମସିହାରେ ଚାକିରିରୁ ବହିଷ୍କାର କରିଥିଲେ। ପରବର୍ତ୍ତୀ ସମୟରେ କର୍ମଚାରୀ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ (CAT)ରେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ। ୨୦୦୨ ମସିହାରେ, CAT ତାଙ୍କ ବହିଷ୍କାରକୁ ପ୍ରତ୍ୟାହାର କରି ତାଙ୍କୁ ପୁନଃସ୍ଥାପନ ଏବଂ ସମସ୍ତ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ୨୦୧୭ ମସିହାରେ ବମ୍ବେ ହାଇକୋର୍ଟ CAT ଆଦେଶକୁ ପ୍ରତ୍ୟାହାର କରିଦେଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ବିଚାରପତି ସଞ୍ଜୟ କାରୋଲ ଏବଂ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ଯେ ତଦନ୍ତ ରିପୋର୍ଟରେ ଗୁରୁତର ତ୍ରୁଟି ରହିଥିଲା ଏବଂ ଦୁଇ ଯାତ୍ରୀ ଲାଞ୍ଚ ଅଭିଯୋଗକୁ ମଧ୍ୟ ସମର୍ଥନ କରିନଥିଲେ । ସେହି କର୍ମଚାରୀ ଆଉ ଜୀବିତ ନଥିଲେ ମଧ୍ୟ ତାଙ୍କ ପରିବାର ନ୍ୟାୟ ପାଇବା ଉଚିତ୍‌ ବୋଲି ସୁପ୍ରିମକୋଟଙ୍କ ପକ୍ଷରୁ କୁହାଯାଇଛି ।

କୋର୍ଟ କହିଛନ୍ତି ଯେ ଘଟଣାଟି ୩୧ ମେ' ୧୯୮୮ରେ ଘଟିଥିଲା । ଯାହା ୩୭ ବର୍ଷରୁ ଅଧିକ ସମୟ ପୂର୍ବେ । ଏହି ସମୟ ମଧ୍ୟରେ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି । ତେଣୁ, ଆମେ ନିର୍ଦ୍ଦେଶ ଦେଉଛୁ ଯେ ମୃତ କର୍ମଚାରୀଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ତିନି ମାସ ମଧ୍ୟରେ ସମସ୍ତ ସେବା ସମ୍ବନ୍ଧୀୟ ଏବଂ ପେନସନ ସୁବିଧା ପ୍ରଦାନ କରାଯାଉ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Supreme Court Acquits Railway TTE After 37 Years | Argus News