Revanth Reddy Statement / ହିନ୍ଦୁ ଦେବାଦେବୀଙ୍କୁ ନେଇ ରେବନ୍ତ ରେଡ୍ଡୀଙ୍କ ବିବାଦୀୟ ବୟାନ
·9 months ago·2 min read

Key Points
ହିନ୍ଦୁ ଦେବାଦେବୀଙ୍କୁ ନେଇ ଟିପ୍ପଣୀ କରି ବିବାଦରେ ଫସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ଏକାଧିକ ହିନ୍ଦୁ ଦେବତାଙ୍କ ଅସ୍ତିତ୍ୱକୁ ନେଇ ସେ ପ୍ରଶ୍ନ ଉଠାଇବା ପରେ ରାଜନୈତିକ ସମାଲୋଚନାର ଶିକାର ହୋଇଛନ୍ତି।
ହିନ୍ଦୁ ଦେବାଦେବୀଙ୍କୁ ନେଇ ଟିପ୍ପଣୀ କରି ବିବାଦରେ ଫସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ଏକାଧିକ ହିନ୍ଦୁ ଦେବତାଙ୍କ ଅସ୍ତିତ୍ୱକୁ ନେଇ ସେ ପ୍ରଶ୍ନ ଉଠାଇବା ପରେ ରାଜନୈତିକ ସମାଲୋଚନାର ଶିକାର ହୋଇଛନ୍ତି। ବିରୋଧୀ ବିଜେପି ଏବଂ ବିଆରଏସ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ରେଡ୍ଡୀ ହିନ୍ଦୁ ପରମ୍ପରାରେ ଦେବତାଙ୍କ ବହୁବିଧତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ହନୁମାନ ଅବିବାହିତଙ୍କ ଦେବତା ଥିଲେ ବୋଲି ଉପହାସ ଛଳରେ କହିଥିଲେ।
ଏହାସହ ପଢ଼ନ୍ତୁ: ଟନେଲ୍ ମଝିରେ ହଠାତ୍ ଅଟକିଗଲା ମେଟ୍ରୋ, ଚାରିଆଡ଼ ହୋଇଗଲା ଅନ୍ଧାର; ଯାତ୍ରୀ ହେଲେ ହଟହଟା
ରେବନ୍ତ ରେଡ୍ଡୀ କହିଥିଲେ “ ହିନ୍ଦୁମାନେ କେତେ ଦେବତାଙ୍କୁ ବିଶ୍ୱାସ କରନ୍ତି? ତିନି କୋଟି? ଏତେ କାହିଁକି ଅଛନ୍ତି? ଅବିବାହିତ ଲୋକଙ୍କ ପାଇଁ ଗୋଟିଏ ଦେବତା ଅଛନ୍ତି ସେ ହେଲେ ହନୁମାନ। ପୁଣି ଯେଉଁମାନେ ଦୁଇଥର ବାହା ହୁଅନ୍ତି ସେମାନଙ୍କ ପାଇଁ ବି ଆଉ ଜଣେ ଦେବତା ଅଛନ୍ତି। ସେହିଭଳି ଯେଉଁମାନେ ମଦ୍ୟପାନ କରନ୍ତି ସେମାନଙ୍କ ପାଇଁ ଜଣେ। କୁକୁଡ଼ା ବଳି ପାଇଁ ଜଣେ ଠାକୁର ଓ ଡାଲମା ଭାତ ପାଇଁ ଆଉ ଜଣେ ଠାକୁର। ପ୍ରତ୍ୟେକ ଗୋଷ୍ଠୀର ନିଜସ୍ୱ ଦେବତା ଅଛନ୍ତି।”
ରେବନ୍ତ ରେଡ୍ଡୀଙ୍କର ଏହି ବୟାନକୁ ବିରୋଧୀ ଦଳର ନେତାମାନେ ତୀବ୍ର ବିରୋଧ କରିଛନ୍ତି। ବିଜେପି ଏବଂ ବିଆରଏସ ମୁଖ୍ୟମନ୍ତ୍ରୀଙ୍କୁ ହିନ୍ଦୁ ବିଶ୍ୱାସକୁ ଅପମାନିତ କରିବା ଏବଂ ଧାର୍ମିକ ଭାବନାକୁ ଆଘାତ ଦେବାର ଅଭିଯୋଗ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେପି ନେତା ଚିକ୍କୋଟି ପ୍ରବୀଣ କହିଛନ୍ତି ଯେ ରେଡ୍ଡିଙ୍କ ମନ୍ତବ୍ୟରେ ରାଜ୍ୟର ହିନ୍ଦୁମାନେ "ଲଜ୍ଜିତ" ଅନୁଭବ କରିଛନ୍ତି। ସେ କହିଛନ୍ତି “କଂଗ୍ରେସ ଏବଂ ରେବନ୍ତ ରେଡ୍ଡିଙ୍କୁ କୌଣସି ଲଜ୍ଜା ନାହିଁ। ସମସ୍ତ ସଭାରେ ସେମାନେ କୁହନ୍ତି ଯେ କଂଗ୍ରେସ କୁଆଡ଼େ ମୁସଲମାନମାନଙ୍କ ଯୋଗୁ ହୋଇଛି। ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା ଉଚିତ ଏବଂ ତାଙ୍କ ବକ୍ତବ୍ୟ ପ୍ରତ୍ୟାହାର କରିବା ଉଚିତ।”
ଏହାସହ ପଢ଼ନ୍ତୁ: ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀ: ମୁଣ୍ଡ ନୂଆଁଇ ଭିଡିଓ ହଟାଇଲେ ଶୁଭଙ୍କର ମିଶ୍ରା
ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ବିଆର୍ଏସ ନେତା ରାକେଶ ରେଡ୍ଡୀ ଅନୁଗୁଲା କହିଛନ୍ତି ଯେ ହିନ୍ଦୁ ଦେବାଦେବୀ ବର୍ତ୍ତମାନ ସମସ୍ତଙ୍କ ପାଇଁ ଯେମିତି ଏକ ଫ୍ୟାସନ ପାଲଟିଗଲେଣି। ଏନେଇ ସେ ଟ୍ୱିଟ୍ କରି ଆପତ୍ତି ଜଣାଇଛନ୍ତି। ରାକେଶ ଲେଖିଛନ୍ତି “ଏହା ଦୁର୍ଭାଗ୍ୟଜନକ ଯେ ରେବନ୍ତ ରେଡ୍ଡୀ କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ଦେବା ଭଳି କଥା କହୁଛନ୍ତି। ସେ କ’ଣ କେବଳ ଯେଉଁମାନଙ୍କ ପାଇଁ କାମ କରନ୍ତି ସେମାନଙ୍କୁ ପ୍ରଭାବିତ କରିବା ପାଇଁ ଏପରି କହୁଛନ୍ତି? ତାଙ୍କୁ ତୁରନ୍ତ ହିନ୍ଦୁ ସମ୍ପ୍ରଦାୟ ନିକଟରେ କ୍ଷମା ମାଗିବା ଉଚିତ।”
ତେବେ ହିନ୍ଦୁ ଦେବାଦେବୀଙ୍କ ଉପରେ ଟିପ୍ପଣୀ କରି ବିବାଦ ସୃଷ୍ଟି କରିବା ରେବନ୍ତ ରେଡ୍ଡୀଙ୍କ ପାଇଁ ନୂଆ ନୁହେଁ। ଗତ ବର୍ଷ, ବିଜେପି ଉପରେ ଆକ୍ରମଣ କରି ରେଡ୍ଡୀ କହିଥିଲେ ଯେ "ଭଗବାନଙ୍କ ଫଟୋକୁ କିଛି ଖୋଜୁଥିବା(ଭୋଟ) ଲୋକମାନେ ହିନ୍ଦୁ ନୁହଁନ୍ତି, ଭିକାରୀ।" ଗତବର୍ଷ ଆରମୋରରେ ସମ୍ବୋଧନ କଲା ବେଳେ ସେ କହିଥିଲେ ଯେ ମନ୍ଦିରରେ ଭଗବାନ ରହିବା ଉଚିତ, ଏବଂ ହୃଦୟରେ ଭକ୍ତି ରହିବା ଉଚିତ। ଏପରି ଧାରଣା ରଖୁଥିବା ଲୋକମାନେ ହିଁ ପ୍ରକୃତ ହିନ୍ଦୁ। ବିଜେପି ନେତାମାନେ ରାସ୍ତାରେ ଭଗବାନଙ୍କ ଫଟୋ ଲଗାଇ ଭୋଟ ମାଗୁଛନ୍ତି ବୋଲି ସେ କହିଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କର ଏଭଳି ବୟାନ ସେତେବେଳେ ବିବାଦ ସୃଷ୍ଟି କରିଥିଲା।

Related Topics
Explore more stories