Shubhankar Mishra / ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀ: ମୁଣ୍ଡ ନୂଆଁଇ ଭିଡିଓ ହଟାଇଲେ ଶୁଭଙ୍କର ମିଶ୍ରା
·9 months ago·2 min read

Key Points
- ଶେଷରେ କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା
- ଶ୍ରୀମନ୍ଦିର ଉପରେ ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ
- ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ କ୍ଷମା ପ୍ରାର୍ଥନା କଲେ ଶୁଭଙ୍କର
ଶେଷରେ କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା। ଶ୍ରୀମନ୍ଦିର ଉପରେ ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ ହୋଇଥିଲା। ବିବାଦ ଓ ବିରୋଧ ତେଜିବା ପରେ ଶେଷରେ ଭୁଲ ମାଗିଲେ। ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ କ୍ଷମା ପ୍ରାର୍ଥନା କଲେ ଶୁଭଙ୍କର। ବିବାଦୀୟ ଭିଡିଓକୁ ନିଜ ୟୁଟ୍ୟୁବ୍ରୁ ହଟାଇଲେ ଶୁଭଙ୍କର। ସେ କହିଛନ୍ତି ଯେ, ମୋ ନଜରକୁ ଏହି ଭିଡିଓ ଆସିବା ପରେ ମୁଁ ଏହାକୁ ଡିଲିଟ କରିଦେଇଛି। ଓଡ଼ିଆ ଭାଇଭଉଣୀଙ୍କୁ ଆଘାତ ଲାଗିଥିବାରୁ ମୁଁ ହୃଦୟରୁ କ୍ଷମା ମାଗୁଛି। `ମୋ କଥା ଆଘାତ ଦେଇଥିଲେ ଜଗନ୍ନାଥପ୍ରେମୀଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରୁଛି'।
ଏହାସହ ପଢ଼ନ୍ତୁ: ମହାପ୍ରଭୁ ଓ ଶ୍ରୀମନ୍ଦିରକୁ ନେଇ ଶୁଭଙ୍କରଙ୍କ ବିବାଦୀୟ ଟିପ୍ପଣୀ; ଜିଲ୍ଲାପାଳ କହିଲେ- 'ଭୁଲ୍ ତଥ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ'
ବିବାଦରେ ଥିଲେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନସର ଶୁଭଙ୍କର ମିଶ୍ରା । ପୁରୀ ଶ୍ରୀମନ୍ଦିରକୁ ନେଇ ଦେଇଥିଲେ ବିବାଦୀୟ ଟିପ୍ପଣୀ । ମନ୍ଦିର ଉପରେ ଲଗାଇଥିଲେ ବଡ଼ ଆରୋପ। କୌଣସି ପ୍ରେମୀ ଯୁଗଳ ଯଦି ମନ୍ଦିର ଯାନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ ବୋଲି ନିଜ ପଡ୍କାଷ୍ଟରେ କହିଥିଲେ ଶୁଭଙ୍କର। ବଡ଼ ବଡ଼ ଚ୍ୟାନେଲରେ ନ୍ୟୁଜ ଆଙ୍କର ଭାବେ କାମ କରିସାରିଥିବା ଶୁଭଙ୍କରଙ୍କ ଏଭଳି ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଉ ଶେଷରେ ଓଡ଼ିଆ ଭକ୍ତଙ୍କର କଥା ରହିଲା। ଆମ ଠାକୁରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ହଟିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ତା ସହ ସେମାନେ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ ବୋଲି କହିଥିଲେ ଶୁଭଙ୍କର । କାରଣ ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ।
ଏହା ମଧ୍ୟ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି, ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଥିଲେ ଶ୍ରୀମନ୍ଦିର ପ୍ରସଙ୍ଗରେ ଏଭଳି ଭୁଲ୍ ତଥ୍ୟ ଦେବା ଗ୍ରହଣୀୟ ନୁହେଁ। ଆଉ ଏହାକୁ ନେଇ ବିବାଦ ଅଧିକ ତେଜିବାପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଶୁଭଙ୍କର।

Related Topics
Explore more stories