Ratna Debnath / ପାଣିହାଟୀରେ RG Kar ପୀଡ଼ିତାଙ୍କ ମା' ରତ୍ନାଙ୍କ ଦମଦାର ଜିତ୍

Key Points
ଝିଅ ପାଇଁ ଲଢ଼ିଲେ ମା' ହେଲେ ବିଜୟୀ ।
RG Kar ପୀଡ଼ିତାଙ୍କ ମା' ପାଣିହାଟୀରେ ବିଜୟୀ
ପାଣିହାଟୀରେ ବିଜୟ ହାସଲ କରିଛନ୍ତି ଆର୍ଜି କର ପିଡ଼ିତାଙ୍କ ମା' । ଝିଅକୁ ହରାଇଥିଲେ ଏବେ ମିଳିଲା ବଡ଼ ବିଜୟ ସହାନୁଭୂତିର ବିଜୟ କଳସ ଢ଼ାଳିଛନ୍ତି ରତ୍ନା ଦେବନାଥଙ୍କ ଉପରେ । ମୋଦୀ କହିଥିଲେ ତୁମକୁ ନିଶ୍ଚିତ ନ୍ୟାୟ ମିଳିବ । ତୁମେ ବିଲକୁଲ ବ୍ୟସ୍ତ ହୁଅ ନାହିଁ । ତୁମକୁ ନିଶ୍ଚିତ ନ୍ୟାୟ ମିଳିବ । ତୁମେ ବିଜୟହାସଲ କରିବ ଆଉ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଦେବ ।
ତୁମେ ତୁମ ଝିଅକୁ ନ୍ୟାୟ ଦେବ । ମୋଦୀ ଯାହ କହିଥିଲେ ଏବେ ତାହା ସତ ହୋଇଛିନ । ବିଜୟ ହାସଲ କରିଛନ୍ତି ଆର.ଜି କର ପିଡ଼ିତାଙ୍କ ମା' ରତ୍ନା ଦେବନାଥ । ପାଣିହାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ବଡ଼ ବିଜୟ ହୋଇଛି । ଆର.ଜି. କର ପୀଡ଼ିତାଙ୍କ ମାଆ ଟିଏମସିର ପ୍ରାର୍ଥୀ ତୀର୍ଥଙ୍କର ଘୋଷଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି । ସହାନୁଭୂତି ଓଜାଡ଼ି ପକାଇଛନ୍ତି ରତ୍ନା ଦେବନାଥଙ୍କ ଉପରେ ।
ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ସିଟ୍ ପାଣିହାଟୀରେ ଶେଷରେ ପରିବର୍ତ୍ତନର ସ୍ୱର ଶୁଭିଛି । ନିର୍ବାଚନ କମିଶନଙ୍କ ସଦ୍ୟତମ ତଥ୍ୟ ଅନୁଯାୟୀ, ରତ୍ନା ଦେବନାଥ ପ୍ରାୟ ୧୫,୦୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରଥମ ରାଉଣ୍ଡରୁ ହିଁ ସେ ନିଜର ଦବଦବା ବଜାୟ ରଖିଥିଲେ। ଏହି ବିଜୟ କେବଳ ଏକ ରାଜନୈତିକ ବିଜୟ ନୁହେଁ। ଏହାକୁ 'ନ୍ୟାୟର ବିଜୟ' ବୋଲି କହିଛନ୍ତି ସ୍ଥାନୀୟ ଜନସାଧାରଣ। ଆର.ଜି. କର ମେଡିକାଲ କଲେଜ ଘଟଣା ପରେ ରତ୍ନା ଦେବନାଥ ମହିଳା ସୁରକ୍ଷା ଏବଂ ନ୍ୟାୟକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।
ଏଥିସହ ପଢ଼ନ୍ତୁ: ତାମିଲନାଡୁରେ TVKର ବମ୍ଫର ଜିତ୍; କୁଆଡେ ଗଲେ ବିଜୟ ?
ରତ୍ନା କହିଛନ୍ତି କି"ଏହି ବିଜୟ ମୋର ନୁହେଁ । ଏହା ପାଣିହାଟୀର ସେହି ସବୁ ମାଆ ଓ ଭଉଣୀମାନଙ୍କର ଯେଉଁମାନେ ନ୍ୟାୟ ଅପେକ୍ଷାରେ ଥିଲେ। ମୁଁ ମୋ ଝିଅ ପାଇଁ ଏବଂ ବଙ୍ଗଳାର ପ୍ରତ୍ୟେକ ଝିଅର ସୁରକ୍ଷା ପାଇଁ ବିଧାନସଭାରେ ସ୍ୱର ଉତ୍ତୋଳନ କରିବି। ଅନ୍ୟପଟେ ତୃଣମୂଳ କଂଗ୍ରେସର ଗଡ଼ କୁହାଯାଉଥିବା ପାଣିହାଟୀରେ TMC ପ୍ରାର୍ଥୀ ତୀର୍ଥଙ୍କର ଘୋଷ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ତେବେ ରତ୍ନା ଦେବନାଥଙ୍କ ଏହି ବିଜୟ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂଆ ମୋଡ଼ ଆଣିବ ବୋଲି ଚର୍ଚ୍ଚା ହେଉଛି । ଯାହାପରେ ଏବେ ବିଜେପିର ସେଲିବ୍ରେସନ ଆରମ୍ଭ ହୋଇ ଯାଇଛି।ପଶ୍ଚିମବଙ୍ଗରେ ବିଜୟ ହାସଲ କରିଛି ବିଜେପି । ଅବିର ଉଡ଼ାଇ ନାଚୁଛନ୍ତି ବିଜେପି କର୍ମୀ ।
📱 Get Argus News App
✨Related Topics
Explore more stories