Vijay TVK / ତାମିଲନାଡୁରେ TVKର ବମ୍ଫର ଜିତ୍; କୁଆଡେ ଗଲେ ବିଜୟ ?
·4 months ago·2 min read

Key Points
ରାଜନୀତିରେ ବି ସୁପରଷ୍ଟାର ପାଲଟିଲେ ବିଜୟ
TVKକୁ ରାଜ୍ୟରେ ବମ୍ଫର ଜିତ୍ ମିଳିଛି
ହେଲେ କୁଆଡେ ଗଲେ ପ୍ରମୁଖ ଚେହେରା ବିଜୟ
TVKକୁ ରାଜ୍ୟରେ ବମ୍ଫର ଜିତ୍ ମିଳିଛି
ହେଲେ କୁଆଡେ ଗଲେ ପ୍ରମୁଖ ଚେହେରା ବିଜୟ
ତାମିଲନାଡୁରେ ନିର୍ବାଚନ ଫଳ ଆସିବା ପରେ ଏବେ ଖୋଜା ପଡ଼ିଛନ୍ତି ଥାଲାପତି ବିଜୟ । ତାଙ୍କ ପାର୍ଟି ତାମିଲଗା ଭେଟ୍ରି କାଜାଗମ (TVK) ପ୍ରଥମ ଥର ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବାବେଳେ ଜବରଦସ୍ତ ପ୍ରଦର୍ଶନ କରି ୧୦୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି ଦଳ । ଫିଲ୍ମ ଜଗତରେ ଯେପରି ସୁପରଷ୍ଟାର, ଠିକ୍ ସେହିପରି ରାଜନୀତିରେ ବି ସୁପରଷ୍ଟାର ପାଲଟିଯାଇଛନ୍ତି ବିଜୟ । ଟିଭିକେକୁ ରାଜ୍ୟରେ ବମ୍ଫର ବିଜୟ ମିଳିଥିବାବେଳେ ଖୋଦ ଦଳର ମୁଖିଆ ତଥା ପ୍ରମୁଖ ଚେହେରା ଏବେ ଯାଏଁ ଲୋକଙ୍କ ସାମ୍ନାକୁ ଆସିନି ।
ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇସାରିଥିବାବେଳେ କମାଲ୍ କରିଥିଲା ବିଜୟଙ୍କ ଦଳ ଟିଭିକେ । ଧିରେ ଧିରେ ଦଳ ମ୍ୟାଜିକ୍ ନମ୍ବର ୧୧୮ ଆଡ଼କୁ ଅଗ୍ରସର ହେଉଥିଲା । ଆଉ ପଛରେ ପଡ଼ିଥିଲେ DMK ଓ AIADMK । ତାମିଲନାଡୁ ଫଳ ରାଜନୈତିକ ବିଶେଷଜ୍ଞଙ୍କୁ ମଧ୍ୟ ଚକିତ କରିଛି । ୨୦୨୬ ବିଧାନସଭା ନିର୍ବାଚନରେ ମୋଟ ୨୩୪ଟି ଆସନ ମଧ୍ୟରୁ TVK ୧୦୯ ଆସନରେ ଆଗୁଆ ଥିବାବେଳେ DMK ୫୯ ଓ AIADMK ୪୫, PMK 5, କଂଗ୍ରେସ ୫, ବିଜେପି ୩ଟି ଓ IUMP ଦୁଇଟି ଆସନରେ ଆଗୁଆ ଅଛି ।
ପଢନ୍ତୁ ଏହି ଖବର: 'ହିନ୍ଦୀ ଓ ହିନ୍ଦୁ' ବିରୋଧ ଜାଲରେ ଫସିଗଲେ ଷ୍ଟାଲିନ୍-ଉଦୟାନିଧି ! ତାମିଲନାଡ଼ୁରେ ବୁଡ଼ିଗଲା DMK

- ଜୋରଦାର ସେଲିବ୍ରେସନ, କିନ୍ତୁ ହିରୋ 'ଗାୟବ'
ପଢନ୍ତୁ ଏହି ଖବର: 'ହିନ୍ଦୀ ଓ ହିନ୍ଦୁ' ବିରୋଧ ଜାଲରେ ଫସିଗଲେ ଷ୍ଟାଲିନ୍-ଉଦୟାନିଧି ! ତାମିଲନାଡ଼ୁରେ ବୁଡ଼ିଗଲା DMK
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜୟ ଜାଣିଶୁଣି ସାମ୍ନାକୁ ଆସୁନାହାନ୍ତି ନା ଏହା ପଛରେ କୌଣସି ରଣନୀତି ସେ ନେଇ ଚର୍ଚ୍ଚା ହେଉଛି । ଗୋଟିଏ ବିଜୟଙ୍କ ଚେହେରା ଦେଖିବାକୁ ମିଳୁନଥିବାବେଳେ ଅନ୍ୟପଟେ ତାଙ୍କ ପିତା ଏସ.ଏ ଚନ୍ଦ୍ରଶେଖର ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରିଛନ୍ତି । ସେହିପରି ବିଜୟଙ୍କ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷାଙ୍କୁ ତିରୁପତି ମନ୍ଦିରରେ ଦେଖିବାକୁ ମିଳିଛି ।
- ଅଙ୍କ ବିଗାଡ଼ିଦେଲେ ବିଜୟ
Related Topics
Explore more stories