Videos
|
National

Monsoon Rain Deficit 2026 / ଦୁର୍ବଳ ମୌସୁମୀ ଯୋଗୁଁ ହ୍ରାସ ପାଇଲା ଧାନ ଚାଷ; ତେଲେଙ୍ଗାନା-କର୍ଣ୍ଣାଟକ ସର୍ବାଧିକ ପ୍ରଭାବିତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦୁର୍ବଳ ମୌସୁମୀ ଯୋଗୁଁ ହ୍ରାସ ପାଇଲା ଧାନ ଚାଷ; ତେଲେଙ୍ଗାନା-କର୍ଣ୍ଣାଟକ ସର୍ବାଧିକ ପ୍ରଭାବିତ
Monsoon Rain Deficit 2026

Key Points

କୃଷି ମନ୍ତ୍ରଣାଳୟ ଅନୁଯାୟୀ  ଦୁର୍ବଳ ମୌସୁମୀ ଯୋଗୁଁ ଧାନ ଚାଷ ପରିମାଣ ହ୍ରାସ ପାଇଛି। ଏହା ଯୋଗୁଁ ତେଲେଙ୍ଗାନା ଏବଂ କର୍ଣ୍ଣାଟକ  ସର୍ବାଧିକ ପ୍ରଭାବିତ ହୋଇଛି।
ଚଳିତ ବର୍ଷ, ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ହାରାହାରି ବୃଷ୍ଟିପାତ ଧାନ ବୁଣା ଉପରେ ସର୍ବାଧିକ ପ୍ରଭାବ ପକାଇଛି। ମଙ୍ଗଳବାର (୬ ଅକ୍ଟୋବର) ଖରିଫ ବୁଣାବୁଣି ଉପରେ ଏହାର ଚୂଡ଼ାନ୍ତ ରିପୋର୍ଟ ଆଧାରରେ, କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରମୁଖ ଖରିଫ ଫସଲ ମଧ୍ୟରେ ଧାନ ବୁଣା ସର୍ବାଧିକ ହ୍ରାସ ପାଇଛି। ଗତ ବର୍ଷ ସାରା ଦେଶରେ ୨ ଅକ୍ଟୋବର ସୁଦ୍ଧା ୪୪୯.୧୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ହୋଇଥିଲା। ହେଲେ ଚଳିତ ବର୍ଷ ୨ ଅକ୍ଟୋବର ସୁଦ୍ଧା ଏହାର ପରିମାଣ ହ୍ରାସ ପାଇ ୪୩୩.୬୨ ଲକ୍ଷ ହେକ୍ଟର ହ୍ରାସ ପାଇଛି। ଯାହାର ଅର୍ଥ ହେଉଛି ଚଳିତ ବର୍ଷ ଖରିଫ ଋତୁରେ ଧାନ ବୁଣାବୁଣି ଗତ ବର୍ଷ ତୁଳନାରେ ୧୫.୫୬ ଲକ୍ଷ ହେକ୍ଟର (-୩.୪୬%) ହ୍ରାସ ପାଇଛି।

କୃଷି ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ତେଲେଙ୍ଗାନା (୪.୨୬ ଲକ୍ଷ ହେକ୍ଟର), କର୍ଣ୍ଣାଟକ (୪.୨୩ ଲକ୍ଷ ହେକ୍ଟର), ଉତ୍ତର ପ୍ରଦେଶ (୧.୮୪ ଲକ୍ଷ ହେକ୍ଟର), ମଧ୍ୟ ପ୍ରଦେଶ (୧.୭୫ ଲକ୍ଷ ହେକ୍ଟର), ଆନ୍ଧ୍ର ପ୍ରଦେଶ (୧.୭୦ ଲକ୍ଷ ହେକ୍ଟର), ତାମିଲନାଡୁ (୧.୪୧ ଲକ୍ଷ ହେକ୍ଟର), ମହାରାଷ୍ଟ୍ର (୧.୧୫ ଲକ୍ଷ ହେକ୍ଟର) ଏବଂ ଝାଡ଼ଖଣ୍ଡ (୧.୦୦ ଲକ୍ଷ ହେକ୍ଟର) ଆଦି ରାଜ୍ୟରେ ଧାନ ବୁଣା ଅଞ୍ଚଳ ଯଥେଷ୍ଟ ହ୍ରାସ ପାଇଛି। ଚଳିତ ବର୍ଷ ମୌସୁମୀ ଋତୁରେ ଅଧିକାଂଶ ରାଜ୍ୟରେ ହାରାହାରି ଠାରୁ କମ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ଦେଶର ୭୪୧ ଜିଲ୍ଲା ମଧ୍ୟରୁ ୨୮୨ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଅର୍ଥାତ୍ ୩୮% ଜିଲ୍ଲାରେ ହାରାହାରି ଠାରୁ କମ୍ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।

ଏହା ସହ ପଢନ୍ତୁ: ସରିବାକୁ ବସିଲାଣି ମୌସୁମୀ ଋତୁ; ଅଭାବୀ ବର୍ଷା ଯୋଗୁଁ ଦେଶରେ ବଢିଲା ମରୁ଼ଡ଼ି ଚିନ୍ତା

ଭୂମଧ୍ୟରେଖା ସ୍ଥିତ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ "ଏଲ ନିନୋ" ଘଟଣା ଜାରି ରହିଥିଲା। ଯାହା ସେପ୍ଟେମ୍ବର ମାସର ଅଧିକାଂଶ ସମୟ ପାଇଁ ବର୍ଷା କାର୍ଯ୍ୟକଳାପକୁ ପ୍ରଭାବିତ କରିଥିଲା। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କହିବା ଅନୁଯାୟୀ କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶର ରାୟଲସୀମା ଅଞ୍ଚଳ, ତେଲେଙ୍ଗାନା ଏବଂ ରାଜସ୍ଥାନର କିଛି ଅଂଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏକ କେନ୍ଦ୍ରୀୟ ଟିମ୍ ବର୍ତ୍ତମାନ କର୍ଣ୍ଣାଟକର ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତ କରୁଛି। ଏକ କେନ୍ଦ୍ରୀୟ ଦଳ ଖୁବ୍ ଶୀଘ୍ର ମହାରାଷ୍ଟ୍ରର ମରୁଡ଼ି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ। କୃଷି ମନ୍ତ୍ରଣାଳୟର ଏକ ରିପୋର୍ଟ ଆଧାରରେ କୁହାଯାଇଛି ଯେ ୨ ଅକ୍ଟୋବର ୨୦୨୬ ସୁଦ୍ଧା ସମଗ୍ର ଦେଶରେ ପ୍ରମୁଖ ଖରିଫ ଫସଲ ବୁଣାବୁଣି ଗତ ବର୍ଷ ତୁଳନାରେ ୧୧.୮୧ ଲକ୍ଷ ହେକ୍ଟର (-୧.୦୫%) ହ୍ରାସ ପାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ବର୍ଷ ୨ ଅକ୍ଟୋବର ସୁଦ୍ଧା, ଦେଶରେ ୧୧୨୭.୧୨ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ବୁଣାଯାଇଥିଲା। ହେଲେ ଚଳିତ ବର୍ଷ ଏହାର ପରିମାଣ ୧୧.୮୧ ଲକ୍ଷ ହେକ୍ଟର ହ୍ରାସ ପାଇ ୧୧୩୫.୩୧ ଲକ୍ଷ ହେକ୍ଟର ହୋଇଛି। ଅର୍ଥାତ ହ୍ରାସର ପରିମାଣ ୧.୦୫% ହ୍ରାସ ପାଇଛି। ହେଲେ ତଥାପି ଡାଲି ଚାଷ ହୋଇଥିବା ଜମିର ପରିମାଣ ୨.୫୭ ଲକ୍ଷ ହେକ୍ଟର ବୃଦ୍ଧି ପାଇଛି। ସେହିପରି ତୈଳବୀଜ ଚାଷ ଜମିର ପରିମାଣ ପ୍ରାୟ ୧.୧୧ ଲକ୍ଷ ହେକ୍ଟର ବୃଦ୍ଧି ପାଇଛି।