Videos
|
National

ଅନନ୍ତ ଅମ୍ବାନୀଙ୍କ ପ୍ରାକ୍‌‍ ବିବାହ ଉତ୍ସବ ଅନ୍ନସେବାରୁ ଆରମ୍ଭ, ୫୧ ହଜାର ଲୋକଙ୍କୁ ଭୋଜନ ପରଷା

Jitendra Dash
Browse all articles by Jitendra Dash
·2 years ago·1 min read
ଅନନ୍ତ ଅମ୍ବାନୀଙ୍କ ପ୍ରାକ୍‌‍ ବିବାହ ଉତ୍ସବ ଅନ୍ନସେବାରୁ ଆରମ୍ଭ, ୫୧ ହଜାର ଲୋକଙ୍କୁ ଭୋଜନ ପରଷା

ଅର୍ଗସ ବ୍ୟୁରୋ : ଅମ୍ବାନୀ ପରିବାରର କନିଷ୍ଠ ସନ୍ତାନ ତଥା ଉଦ୍ୟୋଗପତି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କର ବିବାହ ପୂର୍ବ କାର୍ଯ୍ୟକ୍ରମ ଅନ୍ନସେବାରୁ ଆରମ୍ଭ ହୋଇଛି । ଜାମନଗରରେ ରିଲାଏନ୍ସ ଟାଉନସିପ ନିକଟବର୍ତ୍ତୀ ଯୋଗବଡ଼ ଗ୍ରାମରେ ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ଅମ୍ବାନୀ ପରିବାରର ଅନ୍ୟ ସଦସ୍ୟଗଣ ଗ୍ରାମବାସୀଙ୍କୁ ପାରମ୍ପରିକ ଗୁଜରାଟୀ ଭୋଜନ ପରଷିଥିଲେ । ରାଧିକାଙ୍କ ଜେଜେ ମା’ ଏବଂ ମାତା-ପିତା, ବିରେନ ଓ ଶୈଲା ମର୍ଚ୍ଚାଣ୍ଟ ମଧ୍ୟ ଅନ୍ନସେବାରେ ଅଂଶଗ୍ରହଣ କରିଥିଲେ । ପ୍ରାୟ ୫୧ ହଜାର ସ୍ଥାନୀୟ ଅଧିବାସୀଙ୍କୁ ଭୋଜନ ପରଷାଯିବ ଯାହା ଆଗାମୀ କିଛିଦିନ ପର୍ଯ୍ୟନ୍ତ ଜାରି ରହିବ ।

ଅମ୍ବାନୀ ପରିବାର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପୂର୍ବ ସମାରୋହ ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ଆଶୀର୍ବାଦ ଲୋଡିବା ସକାଶେ ଅନ୍ନସେବା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଭୋଜନ ପରେ ଉପସ୍ଥିତ ଲୋକମାନେ ପାରମ୍ପରିକ ଲୋକ ସଂଗୀତର ଆନନ୍ଦ ଉଠାଇଥିଲେ । ପ୍ରସିଦ୍ଧ ଗୁଜରାଟୀ ଗାୟକ କୀର୍ତ୍ତିଦାନ ଗଢବୀ ନିଜର ସଂଗୀତରେ ସମସ୍ତଙ୍କ ମନ ମୋହିଥିଲେ ।

ଅଧିକ ପଢନ୍ତୁ ଭାରତ ଖବର

ଅମ୍ବାନୀ ପରିବାରରେ ଅନ୍ନସେବାର ପରମ୍ପରା ପୁରାତନ । ପାରିବାରିକ ଶୁଭ ଅବସରରେ ଅମ୍ବାନୀ ପରିବାର ଅନ୍ନସେବା ଆୟୋଜନ କରିଆସୁଛନ୍ତି । କରୋନା ମହାମାରୀ ସମୟରେ ଦେଶ ଯେତେବେଳେ ସଙ୍କଟଜନକ ସ୍ଥିତିରେ ରହିଥିଲା ସେତେବେଳେ ମଧ୍ୟ ଅନନ୍ତ ଅମ୍ବାନୀଙ୍କ ମା’ ନୀତା ଅମ୍ବାନୀଙ୍କ ମାର୍ଗଦର୍ଶନରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦୁନିଆର ସବୁଠାରୁ ବୃହତ ଅନ୍ନ ବିତରଣ କାର୍ଯ୍ୟକ୍ରମ ଜାରି ରହିଥିଲା । ପାରିବାରିକ ପରମ୍ପରାକୁ ଆଗକୁ ବଢାଇ ଅନନ୍ତ ଅମ୍ବାନୀ ନିଜ ବିବାହ ପୂର୍ବ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ ଅନ୍ନସେବାରୁ କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: