Bihar Politics / ନେତାଙ୍କ ଏ କି ରୂପ ? ଟିକେଟ ନମିଳିବାରୁ ଭୋ ଭୋ କାନ୍ଦିଲେ... ଦେଖନ୍ତୁ ଭିଡିଓ

Key Points
ସେ ଟଙ୍କା ନ ଦେବାରୁ ତାଙ୍କୁ ଟିକେଟ୍ ଦିଆଗଲା ନାହିଁ।
ସରଗରମ ବିହାର ରାଜନୀତି । ଜମୁଛି ପ୍ରଚାର । ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଜନତାଙ୍କ ନିକଟବର୍ତ୍ତୀ ହେଉଛନ୍ତି ଏନଡିଏ ଷ୍ଟାର ପ୍ରଚାରକ । ତେବେ ଏହାରି ଭିତରେ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି ।
କୁର୍ତ୍ତା ଫାଡ଼ି ପ୍ରତିବାଦ । ଟିକେଟ ମିଳିଲାନି, କୁର୍ତ୍ତା ଫାଡ଼ି କାନ୍ଦିଲେ RJD ନେତା । ଟିକେଟ୍ ପାଇଁ RJD ନେତାଙ୍କ ହାଇ ଡ୍ରାମା। ଭୋ ଭୋ ହୋଇ କାନ୍ଦିଲେ RJD ନେତା ମଦନ ଶାହ। ଲାଲୁ-ରାବିଡ଼ିଙ୍କ ଘର ବାହାରେ କଲେ ଜୋରଦାର ଡ୍ରାମା । ମାଟିରେ ଗଡ଼ି କାନ୍ଦିଲେ ।
ମଦନ ଶାହା ମଧୁବନ ବିଧାନସଭା ଆସନରୁ RJD ଟିକେଟ ଚାହୁଁଛନ୍ତି । ସେ RJD ନେତା ସଞ୍ଜୟ ଝାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଟିକେଟ୍ ପାଇଁ ତାଙ୍କୁ ୨ କୋଟି ୭୦ ଲକ୍ଷ ଟଙ୍କା ମାଗିଥିଲେ ସଞ୍ଜୟ ଝା। ସେ ଟଙ୍କା ନ ଦେବାରୁ ତାଙ୍କୁ ଟିକେଟ୍ ଦିଆଗଲା ନାହିଁ। ସେମାନେ ତାଙ୍କ ଟିକେଟ୍ କାଟି ଡକ୍ଟର ସନ୍ତୋଷ କୁଶୱାହାଙ୍କୁ ଟିକେଟ୍ ଦେଇଦେଲେ। କୁଶୱାହା ସୀମାନ୍ତ ଅଞ୍ଚଳର ଜଣେ ପ୍ରମୁଖ ଜେଡିୟୁ ନେତା ଥିଲେ ଏବଂ କିଛି ଦିନ ତଳେ ସେ ଆରଜେଡିରେ ଯୋଗ ଦେଇଥିଲେ।
ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍ରେ ଯୁବତୀଙ୍କୁ ଏକା ପାଇ...
ବିରୋଧୀ ମେଣ୍ଟ "ଇଣ୍ଡିଆ"ର ଏକ ପ୍ରମୁଖ ସହଯୋଗୀ ଆରଜେଡି ପୂର୍ବରୁ ଅନେକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଏଥିରେ ଏଭଳି ଅନେକ ଆସନ ରହିଛି ଯେଉଁଠାରେ ଆରଜେଡି ନିଜ ସହଯୋଗୀ ଦଳର ପ୍ରାର୍ଥୀଙ୍କ ବିରୋଧରେ ନିଜର ଦଳର ପ୍ରାର୍ଥୀଙ୍କୁ ଟିକେଟ ଦେଇଛି।
ଭାରତୀୟ ନିର୍ବାଚନ କମିଶନ (ECI) ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ଘୋଷଣା କରିସାରିଛନ୍ତି। ରାଜ୍ୟର ୨୪୩ ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୬ ଏବଂ ୧୧ ରେ ମତଦାନ ହେବ ଏବଂ ଫଳାଫଳ ନଭେମ୍ବର ୧୪ରେ ଘୋଷଣା କରାଯିବ।
ଏପଟେ RJDରେ ଏମିତି ସ୍ଥିତି ରହିଥିବା ବେଳେ ସେପଟେ ଇଣ୍ଡିମେଣ୍ଟର ଫାଟ ଜଳଜଳ ହୋଇ ଦିଶୁଛି । କେବଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଇଣ୍ଡିମେଣ୍ଟ ପ୍ରାର୍ଥୀ ୭ଟି ନିର୍ବାଚନ ମଣ୍ଡଳୀରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏନଡିଏ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ଲଢ଼ିବା ଅପେକ୍ଷା, ଇଣ୍ଡିମେଣ୍ଟ ପ୍ରାର୍ଥୀ ନିଜ ସହଯୋଗୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇ ମେଣ୍ଟର ସଂକଟ ବଢ଼ାଇଛନ୍ତି । ଜେଏମଏମ, ଭିଆଇପି, ସିପିଆଇକୁ ମନାଇବାରେ ବିଫଳ ହୋଇଛନ୍ତି କଂଗ୍ରେସ ଓ ଆରଜେଡି ନେତୃତ୍ୱ ।
ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!
ବିହାର ନିର୍ବାଚନରେ ଏଥର ଏନଡିଏ ସହ ଜନ ସ୍ବରାଜ ଦଳର ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଦାବି କରିଛନ୍ତି ଜନ ସ୍ବରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର । ବିକାଶ, ସମ୍ମାନ ଏବଂ ସୁରକ୍ଷାକୁ ଏନଡିଏ ମୁଖ୍ୟ ପ୍ରସଙ୍ଗ କରି ଜନତାଙ୍କ ପାଖକୁ ଯାଉଥିବା ବେଳେ ବେକାରୀ, ଦଳିତ ପ୍ରସଙ୍ଗ ନେଇ ଏନଡିଏକୁ ଚେକ୍ ଦେବାକୁ ପ୍ରୟାସ କରୁଛି ଇଣ୍ଡିମେଣ୍ଟ । ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ହେବାକୁ ଯାଉଛି ମତଦାନ । ଦ୍ୱିତୀୟ ପର୍ଯ୍ୟାୟରେ ୧୧ ତାରିଖରେ ୧୨୨ଟି ଆସନରେ ହେବ ଭୋଟିଂ । ବିହାରରେ ଏଥର ମତାଧିକାର ସାବ୍ୟସ୍ତ କରିବେ ମୋଟ ୭ କୋଟି ୪୩ ଲକ୍ଷ ଭୋଟର ।
📱 Get Argus News App
✨Related Topics
Explore more stories