Road Accident Reward Scheme / ଦୁର୍ଘଟଣା ପରେ ସାହାଯ୍ୟ କଲେ ମିଳିବ ୨୫ ହଜାର ପୁରସ୍କାର, କେନ୍ଦ୍ରର ବଡ଼ ଯୋଜନା
·6 months ago·2 min read

Key Points
ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେଲେ ପୁରସ୍କାର
କ୍ୟାସଲେସ୍ ଚିକିତ୍ସା ଆଣୁଛି କେନ୍ଦ୍ର
ଇନ୍ସୁରାନ୍ସ ନଥିଲେ ବି ମିଳିବ ଚିକିତ୍ସା
କ୍ୟାସଲେସ୍ ଚିକିତ୍ସା ଆଣୁଛି କେନ୍ଦ୍ର
ଇନ୍ସୁରାନ୍ସ ନଥିଲେ ବି ମିଳିବ ଚିକିତ୍ସା
ଆପଣ ରାସ୍ତାରେ ଯାଉଛନ୍ତି, କୌଣସି ଦୁର୍ଘଟଣା ହୋଇଥିବା ଦେଖିଲେ, କିନ୍ତୁ ଦୁର୍ଘଟଣାର ଶିକାର ଲୋକଙ୍କୁ ହସ୍ପିଟାଲ ନେବାକୁ ଆପଣ ଭୟ କରନ୍ତି । କାରଣ ହସ୍ପିଟାଲରୁ ନେଇ ଥାନା ପୋଲିସର ଭୟ ଅନେକଙ୍କ ମନରେ ଥାଏ । କିନ୍ତୁ ଏମିତି କଲେ ଆପଣ ଏବେ ପୁରସ୍କାର ପାଇବେ । ପରିସଂଖ୍ୟାନ କହୁଛି ବର୍ଷକୁ ହେଉଥିବା ୫ ଲକ୍ଷ ଦୁର୍ଘଟଣାରେ ତୁରନ୍ତ ଚିକିତ୍ସା ମିଳିଲେ ୩୦% ଜୀବନ ବଞ୍ଚି ପାରିବ । ଏଣୁ ସଡ଼କ ଦୁର୍ଘଟଣାର ଲୋକଙ୍କୁ କେମିତି ତୁରନ୍ତ ସହାୟତା ମିଳିବ । ଅନ୍ୟ ଲୋକେ କେମିତି ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇବାରେ ସାହାଯ୍ୟ କରିବେ ସେନେଇ ବଡ଼ ଯୋଜନା ଆଣିଛି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ।
ଖୁବଶୀଘ୍ର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହେବ କ୍ୟାସଲେସ୍ ଟ୍ରିଟମେଣ୍ଟ । କୌଣସି ଦୁର୍ଘଟଣା ଘଟିଲେ ଗୋଲଡେନ୍ ଆଓ୍ବାରରେ ହସ୍ପିଟାଲ ନେଉଥିବା ବ୍ୟକ୍ତି ବା ରାହାବୀରଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ଦେବାକୁ ବ୍ୟବସ୍ଥା ହେବ । ଦୁର୍ଘଟଣା ପରେ ହସ୍ପିଟାଲରେ ରୋଗୀଙ୍କୁ ୭ ଦିନ ପାଇଁ ତୁରନ୍ତ ଦେଢ଼ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଏନେଇ ଯୋଜନାରେ ଉଲ୍ଲେଖ ରହିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି । ଏପରିକି ଯେଉଁ ଗାଡ଼ିରେ ଇନ୍ସୁରାନ୍ସ ନଥିବ ସେଥିପାଇଁ ଚିକିତ୍ସା ଅର୍ଥ ସଡ଼କ ସୁରକ୍ଷା ରାଶିରୁ ଦିଆଯିବ ବୋଲି ସେ କହିଛନ୍ତି। ଏମ୍ସର ରିପୋର୍ଟ ଆଧାରରେ ଏହି ଯୋଜନା ହେଉଛି । ବର୍ଷକୁ ହେଉଥିବା ୫ ଲକ୍ଷ ଦୁର୍ଘଟଣାରେ ତୁରନ୍ତ ଚିକିତ୍ସା ମିଳିଲେ ୩୦% ଜୀବନ ବଞ୍ଚି ପାରିବ ବୋଲି ଏମ୍ସ ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହି ଯୋଜନାର ପାଇଲଟ ପ୍ରୋଜେକ୍ଟ ସଫଳତାର ସହିତ ୟୁପି, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ଆସାମ ପରି ରାଜ୍ୟରେ କରାଯାଇଛି। ଏହାକୁ ସର୍ବ ଭାରତୀୟସ୍ତରରେ ଲାଗୁ କରାଯିବ । ଏହାର ନାମ ସହିତ ଯୋଜନାର ଶୁଭାରମ୍ଭ ବହୁତ ଶୀଘ୍ର ପ୍ରଧାନମନ୍ତ୍ରୀ କରିବେ ବୋଲି ସେ କହିଛନ୍ତି ।
ଏଥିସହ ସମସ୍ତ ନୂଆ ଗାଡ଼ିରେ ମାତ୍ର ୫ରୁ ୭ ହଜାର ଟଙ୍କାରେ ସେନସର ଲଗାଯିବ । ଯାହା ଫଳରେ ରାସ୍ତାରେ କିଛି ଅସୁବିଧା ହେଲେ ବୁଲାଣି ସ୍ଥାନରେ ଏହି ସେନସର ଗାଡ଼ି ଚାଳକକୁ ଆଲର୍ଟ କରିବ । ସେହିପରି ଟ୍ରକ, ବସରେ ଗାଡ଼ି ଚାଳକକୁ ନିଦ ଲାଗିଲେ ଏହା ସତର୍କ କରିବ । ଯାହା ଦ୍ବାରା ଦୁର୍ଘଟଣାକୁ ରୋକିହେବ । ସଡ଼କ ସୁରକ୍ଷା କ୍ଷେତ୍ରରେ ଏହା ଏକ ଉପାଦେୟ ଯୋଜନା ହେବ ।
ସେପଟେ ରାହାବୀରମିତ୍ରଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ଦେବା ଦ୍ବାରା ଅନେକ ଜୀବନ ବଞ୍ଚିପାରିବ ବୋଲି କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । ସେହିପରି ହିଟ୍ ଆଣ୍ଡ ରନ୍ ମାମଲାରେ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories