Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଜାରରେ ସଜ ଅଣ୍ଡାଠୁ ଅଧିକ ଦରରେ ବିକ୍ରି ହେଉଛି ସଢ଼ା ଅଣ୍ଡା; ଜାଣନ୍ତୁ କାହିଁକି ?

National

Rotten Egg Demand / ବଜାରରେ ସଜ ଅଣ୍ଡାଠୁ ଅଧିକ ଦରରେ ବିକ୍ରି ହେଉଛି ସଢ଼ା ଅଣ୍ଡା; ଜାଣନ୍ତୁ କାହିଁକି ?

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବଜାରରେ ସଜ ଅଣ୍ଡାଠୁ ଅଧିକ ଦରରେ ବିକ୍ରି ହେଉଛି ସଢ଼ା ଅଣ୍ଡା; ଜାଣନ୍ତୁ କାହିଁକି ?
Rotten Eggs Selling at Triple Price

Key Points

ବଜାରରେ ତାଜା ବା ସଜ ଅଣ୍ଡା ବଦଳରେ ପଚାସଢ଼ା ଅଣ୍ଡାର ଚାହିଦା ବଢ଼ି ଯାଇଛି । ଲୋକେ ଜାଣିଶୁଣି ସଢ଼ା ଅଣ୍ଡାକୁ ତାଜା ଅଣ୍ଡାଠାରୁ ଅଧିକ ୩ ଗୁଣା ଦର ଦେଇ କିଣୁଛନ୍ତି । କାହିଁକି ଓ କ'ଣ ପାଇଁ ?
କୋଲକାତା: ବ୍ରେକ୍ ଫାଷ୍ଟ ହେଉ କିମ୍ବା ଲଞ୍ଚ୍ କିମ୍ବା ଡିନର୍ । ଲୋକେ ସବୁବେଳେ ତାଜା ଅଣ୍ଡା ଖୋଜି ଖୋଜି ଆଣିଥାନ୍ତି । କିନ୍ତୁ ଏବେ ବଜାରରେ ତାଜା ବା ସଜ ଅଣ୍ଡା ବଦଳରେ ପଚାସଢ଼ା ଅଣ୍ଡାର ଚାହିଦା ବଢ଼ି ଯାଇଛି । ଲୋକେ ଜାଣିଶୁଣି ସଢ଼ା ଅଣ୍ଡାକୁ ତାଜା ଅଣ୍ଡାଠାରୁ ଅଧିକ ୩ ଗୁଣା ଦର ଦେଇ କିଣୁଛନ୍ତି ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆଜିକାଲି ପଶ୍ଚିମବଙ୍ଗରେ ଏଭଳି ନିଆରା ଟ୍ରେଣ୍ଡ୍ ଚାଲିଛି । କୋଲକାତାରୁ ନେଇ ମେଦିନୀପୁର ଓ ହୁଗଳି ପର୍ଯ୍ୟନ୍ତ ସଢ଼ା ଅଣ୍ଡାର ଦର ହଠାତ୍ ବଢ଼ି ଯାଇଛି । ତେବେ କାହିଁକି ଓ କ'ଣ ପାଇଁ ? ଆସନ୍ତୁ ଜାଣିବା ସଢ଼ା ଅଣ୍ଡା ଦର ବଢ଼ିବା ପଛର ସତ ।

ଏଥିସହ ପଢ଼ନ୍ତୁ: ଅଣ୍ଡା ଭଲ ନା ଖରାପ ? ଘରେ ବସି ଜାଣନ୍ତୁ ସହଜ ଉପାୟ 

କାହିଁକି ବଢ଼ିଲା ସଢ଼ା ଅଣ୍ଡାର ଦର ?

ଏବେ ପଶ୍ଚିମବଙ୍ଗରେ ବିରୋଧ ପ୍ରଦର୍ଶନ କରିବାର ତରିକା ବଦଳି ଯାଇଛି । ଏବେ ଦୁର୍ନୀତି ଅଭିଯୁକ୍ତ ନେତାଙ୍କୁ ବିରୋଧ ଓ ଅପମାନିତ କରିବାକୁ ସାଧାରଣ ଲୋକେ ଅଣ୍ଡାମାଡ଼ କରୁଛନ୍ତି । ଆଉ ଏହି କାରଣରୁ ସେଠାରେ ତାଜା ଅଣ୍ଡାର ଦାମ ୫ରୁ ୬ ଟଙ୍କା ରହିଥିବା ବେଳେ ସଢ଼ା ଅଣ୍ଡାର ଦାମ ୫ରୁ ୨୦ ଟଙ୍କାରେ ପହଞ୍ଚିଛି ।

ପୋଲିସ ଓ ଜେଲ୍‌ରୁ ବର୍ତ୍ତିବାକୁ 'ସ୍ମାର୍ଟ ଯୋଗାଡ଼'

ଆପଣମାନଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ ଲୋକେ ରାଗରେ ପଥର କିମ୍ବା ବାଡ଼ି ବଦଳରେ କାହିଁକି ଅଣ୍ଡା ଫିଙ୍ଗୁଛନ୍ତି । ଏହା ପଛରେ ରହିଛି ଆଇନ୍‌ରେ ଥିବା ଗଳାବାଟ । ଯଦି କେହି ନେତାଙ୍କୁ ପଥର ଫିଙ୍ଗେ କିମ୍ବା ବାଡ଼ିରେ ମାରେ, ତାହଲେ ତାଙ୍କ ଉପରେ ହିଂସା ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଧାରାରେ ମାମଲା ହୋଇପାରେ । ଯେଉଁଥିରେ ଜେଲ୍ ସହ କୋର୍ଟ ଚକ୍କର କାଟିବା ନିଶ୍ଚିତ । ଆଇନ୍‌ ଅନୁସାରେ, ଅଣ୍ଡା ଫିଙ୍ଗିବା ସାଧାରଣତଃ ଏକ ଆକ୍ରମଣ ଓ ବିରୋଧର ତରିକା । ଯେଉଁଥିରେ କୌଣସି କଡ଼ା ଧାରା ଲାଗୁ ହୁଏ ନାହିଁ ଏବଂ ବିରୋଧ ପ୍ରଦର୍ଶନକାରୀ ସହଜରେ ଆଇନ୍‌ ଜାଲରୁ ବର୍ତ୍ତି ପାରିବେ ।

ଏଥିସହ ପଢ଼ନ୍ତୁ: ଡ୍ରେସ ଚିରିଲେ, ଅଣ୍ଡା ଫିଙ୍ଗିଲେ...ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ ବାନାର୍ଜୀ 

କାହା କାହା ଉପରେ ହୋଇଛି ଅଣ୍ଡାମାଡ଼

ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ଅଞ୍ଚଳରେ ଅନେକ ପ୍ରଭାବଶାଳୀ ନେତା ଅଣ୍ଡାମାଡ଼ର ଶିକାର ହୋଇଛନ୍ତି । ନିକଟରେ ଆରାମବାଗ ନଗରପାଳିକା ଦୁର୍ନୀତିରେ ଗିରଫ ସ୍ଵପନ ନନ୍ଦିଙ୍କ ଉପରେ ଲୋକେ ଅଣ୍ଡା ବର୍ଷା କରିଛନ୍ତି । ଚାକିରି ନାଁରେ ଠକେଇ ଅଭିଯୋଗରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୁଣଧର ଖାଡ଼ା ଉରେ ହୋଇଛି ଅଣ୍ଡାମାଡ଼ ।

ଏହା ପୂର୍ବରୁ ପୂର୍ବତନ ମେୟର ସବ୍ୟସାଚୀ ଦତ୍ତ ଓ ବାଲି ମାଫିଆ ଯୁଧିଷ୍ଠିରଙ୍କ ଉପରେ ଅଣ୍ଡାମାଡ଼ ହୋଇଥିଲା । ମେ ୩୦ରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ଏତେ ଅଣ୍ଡାମାଡ଼ ହେଲା ଯେ, ଶେଷରେ ସେ କ୍ରିକେଟ୍ ହେଲମେଟ୍ ପିନ୍ଧିବାକୁ ବାଧ୍ୟ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored