Videos
|
National

Tamil Nadu 100 crores drugs seized DRI / ଚୋରା ଚାଲାଣ ବେଳେ ଧରାପଡ଼ିଲା ୧୦୦ କୋଟି ମୂଲ୍ୟର ଡ୍ରଗ୍ସ; ସମୁଦ୍ର ଦେଇ ପଠାଯାଇଥାନ୍ତା ଶ୍ରୀଲଙ୍କା

Subhramjit Ray
Browse all articles by Subhramjit Ray
·3 hours ago·2 min read
ଚୋରା ଚାଲାଣ ବେଳେ ଧରାପଡ଼ିଲା ୧୦୦ କୋଟି ମୂଲ୍ୟର ଡ୍ରଗ୍ସ; ସମୁଦ୍ର ଦେଇ  ପଠାଯାଇଥାନ୍ତା ଶ୍ରୀଲଙ୍କା
Tamil Nadu 100 crores drugs seized DRI

Key Points

ତାମିଲନାଡୁ  ନାଗାପଟ୍ଟିନମ ଜିଲ୍ଲାର ଏକ ଉପକୂଳବର୍ତ୍ତୀ ଅଞ୍ଚଳରେ ନିଶାଦ୍ରବ୍ୟ ଚୋରା ଚାଲାଣ ସମ୍ପର୍କରେ ଡିଆଆଇ ଗୁପ୍ତ ସୂଚନା ପାଇଥିଲା। ଯେଉଁଠାରୁ ଏହାକୁ ବେଆଇନ ଭାବରେ ଶ୍ରୀଲଙ୍କାକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରାଯାଉଥିଲା।
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ସାମୁଦ୍ରିକ ପଥ ଦେଇ ଶ୍ରୀଲଙ୍କା ଅଭିମୁଖେ ପଠାଯିବାକୁ ରହିଥିବା ଡ୍ରଗ୍ସ ଚୋରା ଚାଲାଣ କରିବାର ଏକ ସନ୍ଦିଗ୍ଧ ପ୍ରୟାସକୁ ପଣ୍ଡ କରିଛି। ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଏକ ବଡ଼ ଗୁପ୍ତ ଅଭିଯାନ ଚଳାଇଥିଲା। ଅର୍ଥ ମନ୍ତ୍ରଣାଳୟ କହିବା ଅନୁଯାୟୀ ଏହି ଅଭିଯାନ ସମୟରେ ତାମିଲନାଡୁର ନାଗାପଟ୍ଟିନମ୍ ଜିଲ୍ଲାର ଏକ ଉପକୂଳବର୍ତ୍ତୀ ଗ୍ରାମରୁ ୧୩୭ କିଲୋଗ୍ରାମ କ୍ରିଷ୍ଟାଲ୍ ମେଥାମଫେଟାମାଇନ୍ ନାମକ ଡ୍ରଗ୍ସ ଜବତ କରାଯାଇଥିଲା। ଯାହା ଏକ ନିଷିଦ୍ଧ ସିନ୍ଥେଟିକ୍ ନିଶା ଦ୍ରବ୍ୟ।

ନିଶା-ଚୋରା ଚାଲାଣ ନେଟୱାର୍କ ହେଲା ପର୍ଦ୍ଦାଫାଶ
ସଙ୍ଗଠିତ ନିଶା ଚାଲାଣ ବିରୋଧରେ ଚାଲିଥିବା ଅଭିଯାନର ଅଂଶ ସ୍ୱରୂପ ଏହା ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରତିକ ବର୍ଷରେ ସବୁଠାରୁ ବଡ଼ ଡ୍ରଗ୍ସ ଜବତ ଘଟଣା। ଏହି ଅଭିଯାନ ସମ୍ପର୍କରେ ପ୍ରତିକ୍ରିୟା ରଖି ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଦୃଢ଼ ଗୁପ୍ତ ସୂଚନା ଆଧାରରେ, DRI ଅଧିକାରୀ ୨୦୨୬ ଅକ୍ଟୋବର ୧୬-୧୭ ତାରିଖରେ ଏକ ସଘନ ନଜର ଏବଂ ପ୍ରବର୍ତ୍ତନ ଅଭିଯାନ କରିଥିଲେ। ଏହି ଅଭିଯାନ ସମୟରେ ସେମାନେ ଉପକୂଳରେ କାର୍ଯ୍ୟ କରୁଥିବା ଏକ ଡ୍ରଗ୍ସ-ଚୋରା ଚାଲାଣ ନେଟୱାର୍କ ସମ୍ପର୍କରେ ପର୍ଦ୍ଦାଫାଶ କରିଥିଲେ। ଯାହା ଏହି ଡ୍ରଗ୍ସ ଶ୍ରୀଲଙ୍କା ଅଭିମୁଖେ ଚୋରା ଚାଲାଣ କରିବାକୁ ଯୋଜନା କରୁଥିଲା।

୧୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ
ମଧ୍ୟ ସମୁଦ୍ରରେ ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ସ୍ଥାନାନ୍ତର କରି ଶ୍ରୀଲଙ୍କା ଅଭିମୁଖେ ପଠାଇବା ପାଇଁ ଯୋଜନା କରାଯାଇଥିଲା। ବେଆଇନ ଡ୍ରଗ୍ସ ବଜାରରେ ଏହି ଜବତ ଡ୍ରଗ୍ସ ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ହେବା ନେଇ ଆକଳନ କରାଯାଉଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ଗୁପ୍ତ ସୂଚନା ମିଳିଥିଲା ​​ଯେ ନାଗାପଟ୍ଟିନମ୍ ଜିଲ୍ଲାର ଏକ ଉପକୂଳବର୍ତ୍ତୀ ଅଞ୍ଚଳରେ ନିଶାଦ୍ରବ୍ୟର ଏକ ବଡ଼ ଚାଲାଣ ଗଚ୍ଛିତ ରହିଥିଲା। ଯେଉଁଠାରୁ ଏହାକୁ ବେଆଇନ ଭାବରେ ଶ୍ରୀଲଙ୍କା ଚୋରା ଚାଲାଣ କରାଯାଉଥିଲା।

୧୦୦ କୋଟି ଟଙ୍କାର କ୍ରିଷ୍ଟାଲ୍ ମେଥ୍ ଜବତ
ତଲାସୀ ସମୟରେ, ରୂପା ଫଏଲ୍‌ ମଧ୍ୟରେ ଗୁଡ଼ା ହୋଇଥିବା ୨୭ ପ୍ୟାକେଟ ସହିତ ୬ ବ୍ୟାଗ ମିଳିଥିଲା। ପ୍ରତ୍ୟେକ ପ୍ୟାକେଟ୍ ର ଓଜନ ପ୍ରାୟ ୫ କିଲୋଗ୍ରାମ ଥିଲା। ଏହି ପ୍ୟାକେଟ୍ ରେ ଏକ ଧଳା ସ୍ଫଟିକ ପଦାର୍ଥ ଥିଲା ଯାହାକୁ ମେଥାମଫେଟାମାଇନ୍ ବୋଲି ସନ୍ଦେହ କରାଯାଇଥିଲା। ଏହି ବେଆଇନ ଚାଲାଣକୁ, ୧୯୮୫ NDPS ଆଇନର ବ୍ୟବସ୍ଥା ଅନୁଯାୟୀ ଜବତ କରାଯାଇଥିଲା।

୪ ଗିରଫ

ଅପରେସନ୍ ସମୟରେ, ଡିଆରଆଇ (DRI) ଅଧିକାରୀ ସନ୍ଦିଗ୍ଧ ମାଷ୍ଟରମାଇଣ୍ଡରଙ୍କ ଆଡ୍ଡା ଖୋଜାଖୋଜି କରିଥିଲେ। ଯେଉଁଠାରୁ ସେମାନେ ୧୦ ଲକ୍ଷ ଟଙ୍କା ନଗଦ ମଧ୍ୟ ଜବତ କରିଥିଲେ। ସୂତ୍ର ଅନୁସାରେ, ଏହି ଟଙ୍କା ନିଶାଦ୍ରବ୍ୟ ବିକ୍ରୟରୁ ରୋଜଗାର ହୋଇଥିଲା। ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, NDPS ଆଇନ ୧୯୮୫ ଅନୁଯାୟୀ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: