Videos
|
National

Mohan Bhagwat On Protests / RSS ସରସଂଘଚାଳକଙ୍କ ବଡ଼ ବୟାନ, ପ୍ରତିବାଦ ଗଣତାନ୍ତ୍ରିକ ଉପାୟରେ ହେବା ଉଚିତ୍

Bikash Mohanty
Browse all articles by Bikash Mohanty
·3 weeks ago·2 min read
RSS ସରସଂଘଚାଳକଙ୍କ ବଡ଼ ବୟାନ, ପ୍ରତିବାଦ ଗଣତାନ୍ତ୍ରିକ ଉପାୟରେ ହେବା ଉଚିତ୍
Mohan Bhagbat

Key Points

ମୋହନ ଭାଗବତଙ୍କ ବଡ଼ ବୟାନ
RSSର ସରସଂଘଚାଳକ ମୋହନ ଭାଗବତ
ଯୁବପିଢ଼ିଙ୍କର ଅଛି ପ୍ରତିବାଦ କରିବାର ଅଧିକାର
କିନ୍ତୁ ଏହା ଗଣତାନ୍ତ୍ରିକ ଉପାୟରେ ହେବା ଉଚିତ୍
ମୁମ୍ବାଇ,୦୭/୦୮: ଆରଏସ୍ଏସ୍ ସରସଂଘଚାଳକ ମୋହନ ଭାଗବତଙ୍କ ବଡ଼ ବୟାନ । ଯୁବପିଢ଼ିଙ୍କର ରହିଛି ପ୍ରତିବାଦ କରିବାର ଅଧିକାର, କିନ୍ତୁ ଏହା ଗଣତାନ୍ତ୍ରିକ ଉପାୟରେ ହେବା ଉଚିତ୍ ବୋଲି ଛାତ୍ର ଆନ୍ଦୋଳନକୁ ନେଇ ବଡ଼ ବୟାନ ଦେଇଛନ୍ତି ଆରଏସ୍ଏସ୍ ସରସଂଘଚାଳକ । ଆନ୍ଦୋଳନ କିମ୍ବା ପ୍ରତିବାଦ ଭାଗଭାଗ କରିବା ପାଇଁ ନୁହେଁ, ବରଂ ସହମତି ଏବଂ ବ୍ୟବସ୍ଥା ସୁଧାରିବା ପାଇଁ ହେବା ଦରକାର । କୌଣସି ସମସ୍ୟାର ସମଧାନ ପାଇଁ ଆନ୍ଦୋଳନ ଏକମାତ୍ର ପନ୍ଥା ନୁହେଁ, ଭାରତ ସମ୍ବିଧାନ ସମସ୍ତଙ୍କୁ ଅଧିକାର ସାବ୍ୟସ୍ତ କରିବାକୁ ସମାନ ଅଧିକାର ଦେଇଛି ବୋଲି ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଆରଏସ୍ଏସ୍ ସରସଂଘଚାଳକ ମୋହନ ଭାଗବତ। ଯୁବପିଢ଼ିଙ୍କ ଅଧିକାର, ଶିକ୍ଷା ଏବଂ ସାମାଜିକ ପ୍ରସଙ୍ଗକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ମୋହନ ଭାଗବତ । ମତେ ଯଦି ଆଖିମୁଜି ବିଶ୍ବାସ କରିବାକୁ କୁହାଯିବ ତେବେ ମୁଁ ଜେନଜିଙ୍କୁ ବିଶ୍ବାସ କରିବି ସେ କହିଛନ୍ତି।     

ଆରକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜର ପଛୁଆ ବର୍ଗର ଲୋକଙ୍କ ଉତ୍ଥାନ କରିବା। ଆରକ୍ଷଣକୁ ଚିରସ୍ଥାୟୀ କରିବା ଏହାର ଲକ୍ଷ୍ୟ ନୁହେଁ ବୋଲି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି । ଯଦି ଆମେ ଡ. ବାବାସାହେବ ଆମ୍ବେଦକରଙ୍କ ପରାମର୍ଶକୁ ସଚ୍ଚୋଟତାର ସହ ପାଳନ କରିବା, ତେବେ କୌଣସି ସମସ୍ୟା ରହିବ ନାହିଁ। ସାମାଜିକ ଭେଦଭାବ କାରଣରୁ ଆରକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଯେପର୍ଯ୍ୟନ୍ତ ସମାଜରେ ସାମାଜିକ ଭେଦଭାବ ରହିବ, ସେପର୍ଯ୍ୟନ୍ତ ଆରକ୍ଷଣ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

ପଢନ୍ତୁ ଏହି ଖବର: ଓଡିଶାର ୨୫୧୬ ସ୍ଥାନରେ ଲାଗୁଛି ସଂଘ ଶାଖା, ଓଡ଼ଶାରେ ହେବ ୩ଟି ପ୍ରଶିକ୍ଷଣ ବର୍ଗ

ସେ ଆହୁରି କହିଛନ୍ତି ଯେ, ଆରକ୍ଷଣର ଲାଭ ପାଇଥିବା କିଛି ଲୋକ ନିଜେ କହୁଛନ୍ତି ଯେ ସେମାନେ ପର୍ଯ୍ୟାପ୍ତ ଲାଭ ପାଇସାରିଛନ୍ତି। ଏବେ ଏହି ସୁବିଧା ଅନ୍ୟ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବାର ସମୟ ଆସିଛି। ଏହି କାରଣରୁ ଆରକ୍ଷଣରେ ଉପ-ବର୍ଗୀକରଣ ବା ସବ୍-କ୍ଲାସିଫିକେସନ୍‌ର ଦାବି ଉଠୁଛି ଏବଂ ସୁପ୍ରିମକୋର୍ଟ ମଧ୍ୟ ଏନେଇ ମତ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାଗବତ କହିଛନ୍ତି, ଆରକ୍ଷଣର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଉତ୍ଥାନ କରିବା, ଏହାକୁ ସବୁଦିନ ପାଇଁ ଜାରି ରଖିବା ନୁହେଁ। ଏଭଳି ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ସହ ଆରକ୍ଷଣ ପ୍ରସଙ୍ଗକୁ ରାଜନୀତିଠାରୁ ଦୂରେଇ ରଖିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯଦି ସମସ୍ତ ପଦକ୍ଷେପକୁ ସଚ୍ଚୋଟତାର ସହ କାର୍ଯ୍ୟକାରୀ କରାଯାଏ, ତେବେ ଅଳ୍ପ ସମୟ ମଧ୍ୟରେ ଆରକ୍ଷଣର ଆବଶ୍ୟକତା ଶେଷ ହୋଇପାରେ। ସେହି ସମୟ ଆସିଲେ ଏନେଇ ପୁଣି ବିଚାର କରାଯାଇପାରିବ ବୋଲି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି।

Mohan Bhagwat Says Protests Should Follow Democratic Means | Argus News