Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

RSS Sakhas in Odisha / ଓଡିଶାର ୨୫୧୬ ସ୍ଥାନରେ ଲାଗୁଛି ସଂଘ ଶାଖା, ଓଡ଼ଶାରେ ହେବ ୩ଟି ପ୍ରଶିକ୍ଷଣ ବର୍ଗ

Bikash Mohanty
Browse all articles by Bikash Mohanty
·3 months ago·2 min read
ଓଡିଶାର ୨୫୧୬ ସ୍ଥାନରେ ଲାଗୁଛି ସଂଘ ଶାଖା, ଓଡ଼ଶାରେ ହେବ ୩ଟି ପ୍ରଶିକ୍ଷଣ ବର୍ଗ
RSS

Key Points

ଓଡିଶାର ୨୫୧୬ ସ୍ଥାନରେ ଲାଗୁଛି ସଂଘ ଶାଖା
୨୫୧୬ ସ୍ଥାନରେ ୩୦୪୧ଟି  ଦୈନିକ ଶାଖା
ପୂର୍ବ ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତିଙ୍କ ସୁଚନା 
ତିନଦିନ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ହରିୟାଣାର ସମାଲଖା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାପ୍ତ ସୂଚନା ଅନୁଯାୟୀ ସଂଘକୁ ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱୟଂସେବକମାନେ ଦେଶରେ ୩,୯୦,୦୦୦ ଗ୍ରାମ ତଥା ସହରାଞ୍ଚଳର ୩୧,୫୦୦ ବସତିକୁ ଯାଇ ପ୍ରତ୍ୟେକ ଗୃହର ସଦସ୍ୟମାନଙ୍କୁ ଭେଟିଥିଲେ । ଏହି ଗୃହ ସଂପର୍କ ଅଭିଯାନରେ ପ୍ରାୟ ୧୦ କୋଟି ପରିବାର ସହ ସଂପର୍କ କରାଯାଇଥିଲା । ସେହିପରି ଓଡିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱୟଂସେବକମାନେ ୩୧୬୪୫ ଗ୍ରାମ ତଥା ୭୪୨ ନଗରୀୟ ବସତିରେ ୩୦ ଲକ୍ଷ ପରିବାର ସହ ସଂପର୍କ କରିଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ଯେ, ଓଡିଶା ସମେତ ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ହିନ୍ଦୁ ସମ୍ମିଳନୀ, ଯୁବା ସମ୍ମିଳନୀ ଓ ସାମାଜିକ ସଦ୍‌ଭାବ ବୈଠକମାନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ପଞ୍ଚ ପରିବର୍ତ୍ତନ, ଯଥା: ସାମାଜିକ ସମରସତା ବା ଭେଦଭାବର ସମାପ୍ତି, ପରିବାର ପ୍ରବୋଧନ ବା ‘ପରିବାର ଏକ ସଂସ୍କାରକେନ୍ଦ୍ର’ ଭାବର ବିକାଶ, ପର୍ଯ୍ୟାବରଣର ସୁରକ୍ଷା, ‘ସ୍ୱ’ ଜାଗରଣ ଅର୍ଥାତ ସମାଜର ଉନ୍ନତିରେ ବାଧକ ଉପନିବେଶବାଦ ମାନସିକତାରୁ ମୁକ୍ତି ଏବଂ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ଜନ ସଚେତନତା ନିର୍ମାଣ କରାଯାଇଥିଲା ।

ଓଡିଶାରେ ୧୩୯୮ ସ୍ଥାନରେ ହିନ୍ଦୁ ସମ୍ମିଳନୀ, ୭୩ ସ୍ଥାନରେ ଯୁବା ସମ୍ମିଳନୀ ଓ ୨୨୭ ସ୍ଥାନରେ ସାମାଜିକ ସଦ୍‌ଭାବ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନେଇ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆଗ୍ରହ ପରିଲକ୍ଷିତ ହୋଇଥିଲା । ବର୍ତ୍ତମାନ ଦେଶରେ ୮୮,୯୪୯ ଦୈନିକ ଶାଖା ଓ ୩୨,୬୦୬ ସାପ୍ତାହିକ ମିଳନ ଚାଲୁଅଛି । ତନ୍ମଧ୍ୟରୁ ଓଡିଶାରେ ୨୫୧୬ ସ୍ଥାନରେ ୩୦୪୧ ଦୈନିକ ଶାଖା ଏବଂ ୪୯୮ ସ୍ଥାନରେ ୫୮୦ ସାପ୍ତାହିକ ମିଳନ ଅନ୍ତର୍ଭୁକ୍ତ । ଦେଶରେ ୧୩,୭୧୪ ବସ୍ତିରେ ସେବାକାର୍ଯ୍ୟ ଚାଲୁଛି । ଓଡିଶାରେ ମଧ୍ୟ ୧୯୬ ବସ୍ତି ସେବାକାର୍ଯ୍ୟଯୁକ୍ତ. ତଥା ୧୭୨ ବସ୍ତି ସମ୍ପର୍କଯୁକ୍ତ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଗ୍ର ଦେଶରେ ସଂଘର ୯୬ଟି ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେବ । ତନ୍ମଧ୍ୟରୁ ଓଡିଶାରେ ୩ଟି ବର୍ଗ ହେବାର ଯୋଜନା ରହିଛି । ଚଳିତ ବର୍ଷ ସଂଘର ଶତାବ୍ଦୀ ପୂର୍ତ୍ତି ଅବସରରେ ଉପରୋକ୍ତ କାର୍ଯ୍ୟକ୍ରମ ସହିତ ସଂଘ ଶାଖାର ବ୍ୟାପକ ଅଭିବୃଦ୍ଧି ପାଇଁ ଲକ୍ଷ ରଖାଯାଇଛି ।

ଗତ ବର୍ଷ ନବମ ଗୁରୁ ଶ୍ରୀ ତେଗବାହାଦୂରଙ୍କ ବଳିଦାନର ୩୫୦ତମ ବର୍ଷ ପାଳନ ଅବସରରେ ସ୍ୱୟଂସେବକମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଆଉରଙ୍ଗଜେବ ଦ୍ୱାରା କାଶ୍ମୀରରେ ବଳପୂର୍ବକ ଧର୍ମାନ୍ତରୀକରଣକୁ ବିରୋଧ କରିବାରୁ ଦିଲ୍ଲୀର ଶିଶ୍‌ଗଞ୍ଜ ଠାରେ କିପରି ଗୁରୁ ତେଗବାହାଦୂରଙ୍କୁ ମୋଗଲ ସୈନ୍ୟମାନେ ହତ୍ୟା କରିଥିଲେ ତାହା ସ୍ମରଣ କରାଇ ଦେଇଥିଲେ । ଏହିପରି ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ର ୧୫୦ତମ ବାର୍ଷିକ ଉତ୍ସବ ସାରା ଦେଶ ତଥା ଓଡିଶାରେ ଉତ୍ସାହ ପୂର୍ବକ ପାଳନ କରାଯାଉଛି । ଆଗାମୀ ବର୍ଷ ସନ୍ଥ ରବିଦାସଙ୍କର ୬୫୦ତମ ଜନ୍ମଜୟନ୍ତୀବର୍ଷ ସାରା ଦେଶରେ ତଥା ଓଡିଶାରେ ମଧ୍ୟ ପାଳନ କରାଯିବ ।

ଏଥିସହ ପଢ଼ନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rss sakhas in odisha | RSS Runs 3,041 Daily Shakhas Across 2,516 Places in Odisha | Argus News