Videos
|
National

Wife Falls Off Bike / ପୋଲିସ ଚେକିଂରୁ ଖସିବାକୁ ଉଦ୍ୟମ, ବାଇକ୍‌ରୁ ପଡ଼ିଗଲେ ସ୍ତ୍ରୀ; ପଛକୁ ବି ଚାହିଁଲେନି ସ୍ୱାମୀ

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
ପୋଲିସ ଚେକିଂରୁ ଖସିବାକୁ ଉଦ୍ୟମ, ବାଇକ୍‌ରୁ ପଡ଼ିଗଲେ ସ୍ତ୍ରୀ; ପଛକୁ ବି ଚାହିଁଲେନି ସ୍ୱାମୀ
Wife Falls Off Bike

Key Points

ଚାଲିଥିଲା ପୋଲିସ୍ ଚେକିଂ
ସ୍ତ୍ରୀଙ୍କୁ ରାସ୍ତାରେ ଛାଡ଼ି ପଳାଇଲେ ସ୍ୱାମୀ
ପୋଲିସ ଚେକିଂ ବେଳର ଭିଡିଓ ଭାଇରାଲ୍

ପୋଲିସ ଚେକିଂରୁ ଖସିଯିବା ପାଇଁ ବାଇକ୍‌କୁ ହଠାତ୍ ବୁଲାଇଦେଲେ ଚାଳକ । ଯାହାଫଳରେ ବାଇକ୍‌ର ପଛରେ ବସିଥିବା ତାଙ୍କ ସ୍ତ୍ରୀ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଗଲେ । କିନ୍ତୁ ସ୍ତ୍ରୀ ରାସ୍ତାରେ ପଡ଼ିଯିବା ପରେ ମଧ୍ୟ ବାଇକ୍ ଅଟକାଇଲେ ନାହିଁ ସ୍ୱାମୀ । ମହିଳାଙ୍କୁ ସେଠାରେ ଛାଡ଼ି ଆଗକୁ ଚାଲିଗଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଏଭଳି ଏକ ଘଟଣା ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲ୍ଲା ଅନ୍ତର୍ଗତ ରୁଦ୍ରପୁରର ତ୍ରିଶୂଳ ଛକରେ ଘଟିଛି । ଏଠାରେ ପୋଲିସ ପକ୍ଷରୁ ବିନା ନମ୍ବର ପ୍ଲେଟ୍ ଓ ବିନା ହେଲମେଟ୍‌ରେ ଯାଉଥିବା ଗାଡ଼ିଗୁଡ଼ିକର ଚେକିଂ ଚାଲିଥିଲା । ଏହି ସମୟରେ ଜଣେ ବାଇକ୍ ଚାଳକ ସେଠାରେ ପହଞ୍ଚିଥିଲେ । ପୋଲିସର ଚେକିଂ ଦେଖି ସେ ହଠାତ୍ ବାଇକ୍‌କୁ ବୁଲାଇ ଦେଇଥିଲେ ।

ବାଇକ୍‌କୁ ହଠାତ୍ ବୁଲାଇ ଦେଇଥିବାରୁ ପଛରେ ବସିଥିବା ତାଙ୍କ ସ୍ତ୍ରୀ ଭାରସାମ୍ୟ ରକ୍ଷା କରିପାରିନଥିଲେ । ସେ ବାଇକ୍‌ରୁ ଖସି ରାସ୍ତା ଉପରେ ପଡ଼ିଯାଇଥିଲେ । ତେବେ ମହିଳା ଜଣକ ପଡ଼ିଯିବା ପରେ ମଧ୍ୟ ବାଇକ୍ ଚାଳକ ଅଟକି ନଥିଲେ । ସ୍ତ୍ରୀଙ୍କୁ ଉଠାଇବା କିମ୍ବା ତାଙ୍କ ଅବସ୍ଥା ବୁଝିବା ପରିବର୍ତ୍ତେ ସେ ବାଇକ୍ ନେଇ ଆଗକୁ ଚାଲିଯାଇଥିଲେ ।
ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀମାନେ ମହିଳାଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ । ପୂରା ଘଟଣାଟି ସେଠାରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା କୁହାଯାଉଛି । ଭିଡିଓଟି ସାମ୍ନାକୁ ଆସିବା ପରେ ମହିଳା ରାସ୍ତାରେ ପଡ଼ିଯିବା ସତ୍ତ୍ୱେ ଚାଳକ କାହିଁକି ଗାଡ଼ି ଅଟକାଇଲେ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି ।

ରୁଦ୍ରପୁରର ସିଓ ବିଭବ ସୈନି କହିଛନ୍ତି ଯେ ତ୍ରିଶୂଳ ଛକରେ ବିନା ନମ୍ବର ପ୍ଲେଟ୍‌ରେ ଚାଲୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଉଥିଲା । ଏହି ସମୟରେ ଦ୍ରୁତ ଗତିରେ ଆସିଥିବା ଜଣେ ବାଇକ୍ ଚାଳକ ଯାଞ୍ଚରୁ ବର୍ତ୍ତିବା ପାଇଁ ଆଗକୁ ବଢ଼ିଯାଇଥିଲେ। ଏହି ସମୟରେ ପଛରେ ବସିଥିବା ମହିଳା ରାସ୍ତାରେ ପଡ଼ିଯାଇଥିଲେ ।
ପୋଲିସ କର୍ମଚାରୀମାନେ ମହିଳାଙ୍କ ନିକଟକୁ ଯାଇ ତାଙ୍କ ଅବସ୍ଥା ବିଷୟରେ ପଚାରିଥିଲେ। ମହିଳା ଜଣକ ତାଙ୍କୁ କୌଣସି ଆଘାତ ଲାଗି ନଥିବା କହିଥିଲେ। ଏହାପରେ ପୋଲିସ ତାଙ୍କୁ ପରାମର୍ଶ ଦେଇ ଘରକୁ ପଠାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଓ ବିଭବ ସୈନି ଗାଡ଼ି ଚାଳକମାନଙ୍କୁ ଏଭଳି ବେପରୁଆ ଭାବେ ଗାଡ଼ି ନଚଳାଇବାକୁ ଅପିଲ୍ କରିଛନ୍ତି । ଯାଞ୍ଚରୁ ବର୍ତ୍ତିବା ପାଇଁ ହଠାତ୍ ଗାଡ଼ି ବୁଲାଇବା ଦ୍ୱାରା ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିପାରେ ବୋଲି ସେ ସତର୍କ କରାଇଛନ୍ତି ।